ବାଇକ୍‌ ଚୋର ସନ୍ଦେହରେ ଯୁବକକୁ ପିଟି ପିିଟି କଲେ ଲହୁ ଲୁହାଣ,ମେଡିକାଲରେ ଛାଡିଗଲା ପ୍ରାଣ, ୭ ଅଟକ

ବରପାଲି : ଜଣେ ଯୁବକକୁ ବାଇକ ଚୋର ଭାବି କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରି ଲହୁଲୁହାଣ କରିଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ବରପାଲି ଅଂଚଳରେ । ଘଟଣାଟି ଘଟିଛି ବଳିଟିକ୍ରା ନିକଟରେ । ପୋଲିସ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ତାଙ୍କର ପ୍ରାଣହାନୀ ଘଟଛି ।

ମଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲାର ଗଜବନ୍ଧ ଗ୍ରାମର ଯୋଗେଶ୍ୱର ମେହେର(୨୨) ଗତକାଲି ବାଇକଯୋଗେ ଆସୁଥିବାବେଳେ କେତେକ ଯୁବକ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଛାଡି ଚାଲିଯାଇଥିଲେ । ପରେ ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲସ ଏହି ଘଟଣାରେ ୭ ଜଣଙ୍କୁ ଥାନାରେ ଅଟକ ରଖିଛି ।

ପ୍ରକାଶଯୋଗ୍ୟ, ଗତ ଅକ୍ଟୋବର ୨୭ ତାରିଖରେ ବଳି ଟିକ୍ରାର ରାଜେନ୍ଦ୍ର ଭୋଇଙ୍କ ବାଇକ ଚୋରି ହୋଇଥିଲା । ଏଥିରେ ଯୋଗେଶ୍ୱରଙ୍କ ସଂପୃକ୍ତି ନେଇ ସନ୍ଦେହରୁ ଏପରି ଆକ୍ରମଣ ହୋଇଥିବା କୁହାଯାଉଛି । ପୋଲିସ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.