ଏଫିଲ୍‌ ଟାଓ୍ଵାର ସାମ୍ନାରେ ବିକିନୀ ଫଟୋଶୁଟ୍‌; ପହଞ୍ଚିଗଲା ପୋଲିସ, ଆଉ ତା’ ପରେ…

ବିଶ୍ୱର ପ୍ରସିଦ୍ଧ ସ୍ମାରକ ଏଫିଲ୍‌ ଟାଓ୍ଵାର ସାମ୍ନାକୁ ଯାଇ ଦୁଇ ମଡେଲ ଏମିତି ଫଟୋ କ୍ଲିକ୍‌ କରାଇଥିଲେ ଯେ ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଯୁବତୀମାନେ କହିଛନ୍ତି କି, ଏହି ହରକତ ପାଇଁ ସେମାନେ ଗିରଫରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। କିନ୍ତୁ ଫଟୋଗୁଡ଼ିକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରାଯିବା ଦ୍ୱାରା ସେମାନଙ୍କୁ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଥିଲା। ପରେ ଇନ୍‌ଷ୍ଟାଗ୍ରାମରୁ ଫଟୋଗୁଡ଼ିକୁ ହଟାଇ ଦିଆଯାଇଥିଲା।

ଘଟଣାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ ପ୍ୟାରିସ୍‌ର ଏଫିଲ ଟାଓ୍ଵାର ନିକଟରେ ଦୁଇ ବ୍ରାଜିଲିୟନ ଇନ୍‌ଫ୍ଲୁଏନ୍ସର ଫଟୋଶୁଟ୍‌ କରାଉଛନ୍ତି। ସେମାନେ ହେଲେ ୨୪ ବର୍ଷୀୟା ଗାବ୍ରିଏଲା ଭର୍ସିୟାନୀ ଓ ୨୭ ବର୍ଷୀୟା ଗାବେଲୀ। ଫଟୋଶୁଟ୍‌ ସମୟରେ ସେମାନଙ୍କ ପାଖରେ ପୋଲିସ ପହଞ୍ଚି ଯାଇଥିଲା।

ମିଡିଆ ରିପୋର୍ଟ ମୁତାବକ, ଦୁଇ ଯୁବତୀ ଏହି ଫଟୋଶୁଟ୍‌ ନିଜର ବିକିନୀ ବିଜନେସ୍‌କୁ ପ୍ରମୋଟ୍‌ କରିବା ପାଇଁ କରାଇଥିଲେ। କିନ୍ତୁ ୩୧ ଅକ୍ଟୋବରରେ ସେମାନଙ୍କୁ ଫଟୋଗୁଡ଼ିକୁ ହଟାଇବାକୁ ଆଦେଶ ଦିଆଯାଇଥିଲା। କହି ରଖୁଛୁ, ଯୁବତୀଦ୍ୱୟ ଫଟୋଶୁଟ୍‌ର ଫଟୋ ଏବଂ ଭିଡିଓ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ବି ସେୟାର କରିଥିଲେ। କିନ୍ତୁ ଏହାକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା।

ଭିଡିଓରେ ଯୁବତୀମାନେ ଲଙ୍ଗ୍‌ ବ୍ଲାକ୍‌ କୋଟ୍‌କୁ ଖୋଲୁଥିବାର ଏବଂ ରେଡ୍‌ ବିକିନୀକୁ ପ୍ରଦର୍ଶିତ କରୁଥିବାର ଦେଖାଯାଉଛନ୍ତି। ସେଠାରେ ଆଉ ଜଣେ ଯୁବତୀ ମଧ୍ୟ ଉପସ୍ଥିତ ଅଛନ୍ତି। ସେ ଶର୍ଟ ବ୍ଲେଜର୍‌ ପିନ୍ଧିଛନ୍ତି। ଯୁବତୀମାନଙ୍କର ଏଭଳି ହରକତ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। କିନ୍ତୁ ପରେ କିଛି ପୋଲିସ ଅଫିସର ପହଞ୍ଚିିଥିଲେ। ଜଣେ ମହିଳା ଅଧିକାରୀ ଯୁବତୀମାନଙ୍କୁ ତୁରନ୍ତ ନିଜ ଶରୀର ଢ଼ାଙ୍କିବାକୁ କହିଥିଲେ।

ଇନ୍‌ଫ୍ଲୁଏନ୍ସର୍ସଙ୍କ ଫଟୋ କ୍ଲିକ୍‌ କରୁଥିବା ଯୁବତୀ ଘଟଣା ବିଷୟରେ ସୋସିଆଲ ମିଡିଆରେ ଜଣାଇଥିଲେ। ସେ କହିଥିଲେ କି, ଆମେମାନେ ପାଖାପାଖି ଗିରଫ ହୋଇଯାଇଥିଲୁ। କାହିଁକି ନା, ଆମେ ବିକିନୀର ପ୍ରଚାର କରୁଥିଲୁ ଏବଂ ସେହି ଲୋକମାନେ କହିଥିଲେ କି, ଆମେ ଏମିତି କରିପାରିବୁ ନାହିଁ। ସେ ଆହୁରି କହିଥିଲେ ଯେ ପୋଲିସ ଅଧିକାରୀମାନେ ସେମାନଙ୍କୁ କହିଥିଲେ କି, ଆଇନ ଅନୁସାରେ କେହି ବି କୌଣସି ଟୁରିଷ୍ଟ୍‍ ଜାଗାରେ ସେମି ନ୍ୟୁଡ୍‌ ଫଟୋ ଉଠାଇ ପାରିବ ନାହିଁ। ସୋସିଆଲ ମିଡିଆରେ ଲୋକମାନଙ୍କ କହିବା ହେଲା, ମଡେଲମାନଙ୍କୁ ନିଜ ହରକତକୁ ନେଇ ଲଜ୍ଜାବୋଧ କରିବା ଉଚିତ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.