ପିଉସା ଘରକୁ ଆସି ଆଉ ଫେରିଲାନି ପୁତୁରା, ନଦୀରେ ବୁଡି ଚାଲିଗଲା ଜୀବନ

କେନ୍ଦୁଝର: ହରିଚନ୍ଦନପୁର ଥାନା ଅନ୍ତର୍ଗତ ଗରଗଡବାହାଳୀ ଗ୍ରାମ ନିକଟସ୍ଥ ପାଟହରା ଠାରେ ମୂଷଳ ନଦୀର ଚେକଡ୍ୟାମରେ ଗୋଡ଼ ଖସିଯିବାରୁ ପାଣିରେ ପଡି ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଯୁବକ ଜଣଙ୍କ କେନ୍ଦୁଝର ଅଞ୍ଚଳର ଲିଟୁ ପାତ୍ର(୨୨) ବୋଲି ଜଣାପଡ଼ିଛି । ଲିଟୁ ବୁଧବାର ସନ୍ଧ୍ୟାରେ ଗରଗଡବାହାଳୀ ଗ୍ରାମର ପିଉସା ରୁଲେନ ପାତ୍ର ଘରକୁ ବୁଲିବାକୁ ଆସିଥିଲେ । ଆଜି ଦିନ ଉକ୍ତ ଗ୍ରାମ ନିକଟସ୍ଥ ପାଟହରାକୁ ବୁଲିବାକୁ ଯାଇଥିଲେ ।

ବୁଲାବୁଲି କରୁଥିବା ସମୟରେ ମୂଷଳ ନଦୀର ଚେକଡ୍ୟାମରେ ଗୋଡ଼ ଖସିଯିବାରୁ ପାଣି ଭିତରେ ପଡି ବୁଡି ଯାଇଥିଲେ । ନିକଟସ୍ଥ ଲୋକମାନେ ପାଣିରେ ବୁଡିଯିବାର ଦେଖି ସଙ୍ଗେ ସଙ୍ଗେ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.