ଚାକିରି ପଛରେ ଧାଇଁ ଧାଇଁ ହୋଇଗଲେ ନୟାନ୍ତ, ଏବେ ମୁକ୍ତା ଚାଷ କରି ହେଲେ ମାଲାମାଲ

ବାଲେଶ୍ବର(କେନ୍ୟୁଜ୍):   ଅଳ୍ପ ସମୟ, କମ୍‌ ଖର୍ଚ୍ଚ । ତେଣୁ ମୁକ୍ତା ଚାଷରେ ମନ ବଳାଇଲେ ବାଲେଶ୍ୱର ଗୁନାପୁର ଗାଁ ର ଦୁଇ ଯୁବଚାଷୀ ଅରୁଣ କୁମାର ପାଗଳ ଏବଂ ଜଗନ୍ନାଥ ବାରିକ । ୪ଟି ପୋଖରୀରେ ୪୫ ହଜାର ଶାମୁକା ଚାଷ କରି ମୁକ୍ତା ପାଇବାରେ ସଫଳ ହୋଇଛନ୍ତି ଉଭୟ । ଏଥିପାଇଁ ଗୁଜୁରାଟରୁ ଶାମୁକା ଆଣିବାକୁ ପଡ଼ିଥିଲା । ଶାମୁକା ଗୋଟାକୁ ପାଞ୍ଚଟଙ୍କା ଏବଂ ପ୍ରତି ଶାମୁକା ପିଛା ବାର୍ଷିକ ଖର୍ଚ୍ଚ ୨୫ ଟଙ୍କା ହୋଇଥାଏ । ପ୍ରଥମ ବର୍ଷ ୫ହଜାର ଶାମୁକାରୁ ମୁକ୍ତା ଅମଳ କରି ବିକ୍ରି କରିଛନ୍ତି ଚାଷୀ । ଏଥି ସହିତ ଉନ୍ନତ ପ୍ରଣାଳୀର ଚାଷ ପାଇଁ ପ୍ରଶିକ୍ଷଣ ନେଇ ଏବେ ଚାଷ କରୁଛନ୍ତି । ମୁକ୍ତାଚାଷ ସହ ପୋଖରୀରେ ଦେଶୀମାଛ ଚାଷ ମଧ୍ୟ କରା ଯାଇପାରିବ ।

ଜଗନ୍ନାଥ ମଧ୍ୟ ତାଙ୍କ ପୋଖରୀରେ ୧୫ ହଜାର ଶାମୁକା ଛାଡ଼ିଛନ୍ତି । ଏବେ ସେଥିରୁ ମୁକ୍ତା ବାହାରୁଥିବାରୁ ସେ ବେଶ୍‌ ଖୁସୀ ଅଛନ୍ତି । ତା ସହିତ ମୁକ୍ତାଚାଷର ତଦାରଖ ପାଇଁ ଜଣେ ଟେକ୍ନିସିଆନ୍‌ ମଧ୍ୟ କାମ କରୁଛନ୍ତି । ମୁକ୍ତାଚାଷର ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଉପଯୁକ୍ତ ପ୍ରଶିକ୍ଷଣ, ପୋଖରୀ ପରିଚାଳନା ଏବଂ ଜଳର ତାପମାତ୍ରା । ଏହିପରି ଭାବେ ଉଭୟ ଯୁବଚାଷୀ ବର୍ତ୍ତମାନ ଜିଲ୍ଲାରେ ମୁକ୍ତାଚାଷ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।ସମଗ୍ର ଅଞ୍ଚଳରେ ଏ ଦୁଇ ଯୁବଚାଷୀ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.