ଆଉ ଜଣାପଡ଼ିବ ନାହିଁ ‘ଶୁକୁଟି ସାହୁ’ର ପରିଚୟ, କାହିଁକି ନାଁ…

ଲୋକପ୍ରିୟ ଓଡ଼ିଆ ଆଲବମ୍‌ ଗୀତ ‘ଆଧାର କାର୍ଡ଼ ଲିଙ୍କ ହେଲେ ଫେସ୍‌ବୁକ୍‌ରେ…’କୁ ଖୁବ୍‌ ପସନ୍ଦ କରିଥିଲେ ଲୋକେ । କାରଣ ଫେସ୍‌ବୁକ୍‌ରେ କେହି ଫେକ୍‌ ବା ଜାଲ୍‌ ଆକାଉଣ୍ଟ ଯଦି ଖୋଲିଥିବ କିମ୍ବା ନିଜର ମିଛ ଫଟୋ ଦେଇଥିବେ ତେବେ ଏଥିରେ ଆଧାରକାର୍ଡ଼ ଲିଙ୍କ ହେଲେ ସବୁ ତଥ୍ୟ ପଦାରେ ପଡ଼ିଯିବ । ତେବେ ଏଭଳି ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛନ୍ତି କେନ୍ଦ୍ର ସରକାର । କାରଣ ଫେସ୍‌ବୁକ୍‌ ବା ଅନ୍ୟ ସୋସିଆଲ ମିଡିଆ ସହ ଆଧାରକୁ ଯୋଡ଼ିବା ଲାଗି ଯେଉଁ ପ୍ରସ୍ତାବ ଆସିଥିଲା ତାକୁ ଆଜି କେନ୍ଦ୍ର ସରକାର ଅଗ୍ରାହ୍ୟ କରି ଦେଇଛନ୍ତି ।
ପ୍ରସ୍ତାବ ଏଇଆ ଥିଲା ଯେ ସୋସିଆଲ ମିଡିଆରେ ଆଧାରଙ୍କୁ ଲିଙ୍କ କଲେ ଫେକ୍‌ ନ୍ୟୁଜ୍‌ ଓ ପେଡ୍‌ ନ୍ୟୁଜ୍‌ ଉପରେ ଲଗାମ ଲଗାଇ ହେବ । ଅବଶ୍ୟ ପୂର୍ବରୁ ସୁପ୍ରିମ କୋର୍ଟ ଏଭଳି ଏକ ଆବେଦନକୁ ଖାରଜ କରି ଦେଇଥିଲେ । କାରଣ ଏହା ଦ୍ୱାରା ଜଣକର ବ୍ୟକ୍ତିଗତ ଗୋପନୀୟତା ଆଉ ଗୁପ୍ତ ନରହି ପଦାରେ ପଡ଼ିଯିବ । ତେଣୁ ସୋସିଆଲ ମିଡିଆ ସହ ଆଧାରକୁ ଲିଙ୍କ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି ଲୋକସଭାରେ ଏକଥା ସ୍ପଷ୍ଟ କରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.