ଖୋର୍ଦ୍ଧା : ଛତିପୁରୁ ଗ୍ରାମରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଖୋର୍ଦ୍ଧା ଛତିପୁରୁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ଜଙ୍ଗଲ ଭିତରେ ଏକ ୨୨ ଟିକିଆ ହାତୀ ପଲ ଥିବାବେଳେ କିଛି ଯୁବକ ଦେଖିବାକୁ ଯାଇଥିଲେ ।

ଖୋର୍ଦ୍ଧା : ଖୋର୍ଦ୍ଧା ଛତିପୁରୁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ଜଙ୍ଗଲ ଭିତରେ ଏକ ୨୨ ଟିକିଆ ହାତୀ ପଲ ଥିବାବେଳେ କିଛି ଯୁବକ ଦେଖିବାକୁ ଯାଇଥିଲେ । ସେହି ସମୟରେ ହାତୀ ଆକ୍ରମଣ କରିଥିଲା । ଆକ୍ରମଣରେ ଛତିପୁରୁ ଗ୍ରାମର ନବକିଶୋର ପଶ୍ଚିମକବାଟଙ୍କ ପୁଅ ବିଧାନ ପଶ୍ଚିମକବାଟଙ୍କୁ ଆକ୍ରମଣ ଶିକାର ହୋଇଥିଲେ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରାହିଛି । ଏକ  ୨୨ ଟିକିଆ ହାତୀ ପଲ ସେହି ଅଞ୍ଚଳରେ 4 ଦିନ ହେବ ଉତ୍ପାତ କରୁଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ଥିବା ସତ୍ତ୍ୱେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାରୁ ସେହି ଅଞ୍ଚଳରେ ଏବେ ଉତ୍ତେଜନା ଲାଗିରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.