Below header

ବିଶ୍ୱାସରେ ମିଳେ ଭଗବତ କୃପା, ଯାହାର ଉଦାହରଣ ଏହି କଳାବୁଦା ମଠ

ବିଶ୍ୱାସ ମୂଳେ ଭଗବାନ । ଯାହାର ଉଦାହରଣ ସାଜିଛି କଳାବୁଦା ମଠ । ଏହି ମଠଟି କାହିଁ କେଉଁ କାଳରୁ ଏଠାରେ ରହିଆସିଛି । ମଠ ଟି ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଓଟାଙ୍ଗ ଗ୍ରାମ ନିକଟରେ ଅବସ୍ଥିତ ।  ମହନ୍ତ ଶ୍ରୀ ଜନ୍ନାଥଙ୍କ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି କଳାବୁଦା ଗାଦି ।

କୋଣାର୍କ (କେନ୍ୟୁଜ): ବିଶ୍ୱାସ ମୂଳେ ଭଗବାନ । ଯାହାର ଉଦାହରଣ ସାଜିଛି କଳାବୁଦା ମଠ । ଏହି ମଠଟି କାହିଁ କେଉଁ କାଳରୁ ଏଠାରେ ରହିଆସିଛି । ମଠ ଟି ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଓଟାଙ୍ଗ ଗ୍ରାମ ନିକଟରେ ଅବସ୍ଥିତ ।  ମହନ୍ତ ଶ୍ରୀ ଜନ୍ନାଥଙ୍କ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି କଳାବୁଦା ଗାଦି ।

ମଠରେ ପ୍ରାତଃ ସମୟରୁ ଦେବନୀତି ସମ୍ପନ୍ନ କରାଯାଇ ବାଳ ଭୋଗ ଅର୍ପଣ କରାଯାଇଥାଏ । ଦ୍ୱିପ୍ରହରରେ ଶଙ୍ଖୁଡ଼ି ଧୂପ କରାଯାଇଥାଏ । ଏହାପରେ ସଂଧ୍ୟା ସମୟରେ ସଂଧ୍ୟା ଆଳତୀ କରାଯାଇ ବାଳ ଭୋଗ ଅର୍ପଣ କରାଯାଏ ।

temple

କିନ୍ତୁ ସବୁଠାରୁ ସ୍ୱତନ୍ତ୍ର କଥା ହେଲା ଏଠାରେ ମାନସିକ ପୂରଣ ହେଲେ ଭକ୍ତ ମାନେ ଆସି ଭାଙ୍ଗ ପଣା ଲାଗି କରିଥାନ୍ତି । ଏଠାରେ ଥିବା ଗାଦିଙ୍କ ନିକଟରେ ଏହି ଭାଙ୍ଗ ପଣା ଲାଗି କରାଯାଇଥାଏ । ଆଜିବି ବିଶ୍ୱାସ ରହିଛି ପିଲାଙ୍କ ଦେହ ଖରାପ ହେଲେ ସେଠାରୁ ପଇତା ଟିଏ ମନ୍ତୁରାଇ ଆଣି ପିନ୍ଧିଲେ ଦେହ ଭଲ ହୋଇଥାଏ । ଆଉ ମଧ୍ୟ ଗାଈ ଗୋରୁଙ୍କ କ୍ଷୀର କମିଯିବା, ଦେହ ଭଲ ନ ରହିବା ଭଳି ସମସ୍ୟା ଉପୁଜିଲେ ଏହି କଳାବୁଦା ଗାଦିରୁ ଗୋରୁ ବନ୍ଧା ପଘା ମନ୍ତୁରାଇ ଆଣି ଦେହ ଖରାପ ଥିବା ଗୋରୁଙ୍କୁ ବାନ୍ଧିଲେ ତାର ଦେହ ଭଲ ହେବାର ବିଶ୍ୱାସ ରହିଛି ।

ତେବେ ବିଶ୍ୱାସ କେବଳ ଆପଣ ଆସିଲେ ହିଁ ସେଠାରେ ନିଜ ଆଖିରେ ଦେଖିଲେ କରିପାରିବେ । ଅନେକ ଲୋକ କଳାବୁଦା ଗାଦି ବିଷୟରେ ଜାଣି ସେଠାରେ ପହଞ୍ଚି ନିଜ ନିଜର ପ୍ରତିକାର କରିଥାନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.