ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ବଡ଼ ଝଟକା, ଆଇପିଏଲ୍‌ରୁ ବାଦ୍‌ ପଡିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା !

ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଆଇପିଏଲ ୨୦୨୪ ସିଜିନରେ ଖେଳି ନ ପାରନ୍ତି । ଯଦି ଆଗାମୀ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟା ନ ଖେଳନ୍ତି, ତେବେ ମୁମ୍ବାଇ ଇଣ୍ଡିଆନ୍ସକୁ ବଡ ଝଟକା ଲାଗିପାରେ ।

ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପୁଣି ଚର୍ଚ୍ଚାରେ । ନିକଟରେ ଆଇପିଏଲ ୨୦୧୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିଲେ ଆଉ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂତ୍ର ମୁତାବକ, ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଆଇପିଏଲ ୨୦୨୪ ସିଜିନରେ ଖେଳି ନ ପାରନ୍ତି । ଯଦି ଆଗାମୀ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟା ନ ଖେଳନ୍ତି, ତେବେ ମୁମ୍ବାଇ ଇଣ୍ଡିଆନ୍ସକୁ ବଡ ଝଟକା ଲାଗିପାରେ ।

ଖବର ମୁତାବକ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ଜନିତ ସମସ୍ୟା ଠିକ୍‌ ହୋଇନାହିଁ । ଆଇପିଏଲରୁ ହାର୍ଦ୍ଦିକ ବାଦ୍‌ ପଡିଲେ ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ଝଟକା ଲାଗିପାରେ । ତେବେ ହାର୍ଦ୍ଦିକଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ବିସିସିଆଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟୋକ୍ତି ଦେଇନାହିଁ ।

ସୂଚନାଯୋଗ୍ୟ, ଚଳିତବର୍ଷ ବିଶ୍ୱକପରେ ପୁନେ ଠାରେ ବାଂଲାଦେଶ ବିପକ୍ଷରେ ବିଶ୍ୱକପ୍ ମ୍ୟାଚ୍ ଚାଲିଥିବା ବେଳେ ହାର୍ଦ୍ଦିକଙ୍କ ଗୋଇଠିରେ ଆଘାତ ଲାଗିଥିଲା । ଏହାପରଠାରୁ ଟିମ୍‌ରୁ ବାଦ୍‌ ପଡିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ବିପକ୍ଷ ସିରିଜରୁ ବାଦ୍‌ ପଡିଥିଲେ । ହେଲେ ନିକଟରେ ଆଇପିଏଲ ନିଲାମୀରେ ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିନେଇଛି । ଏହାପରେ ତାଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ ।

ଗତ କିଛିଦିନ ହେଲାଣି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା । ମୁମ୍ବାଇ ଏବଂ ଗୁଜରାଟ ମଧ୍ୟରେ ବଡ ଡିଲ୍‌ ହୋଇଥିବା ଖବର ମିଳିଥିଲା । ହାର୍ଦ୍ଦିକଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟନ୍ସ ସହିତ ୧୫ କୋଟି ଟଙ୍କାର ଡିଲ୍‌ କରିଥିବା ଖବର ମଧ୍ୟ ଚର୍ଚ୍ଚା ହୋଇଥିଲା ।

ଗୁଜରାଟ ଟାଇଟାନ୍ସରେ ଯୋଗଦେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ନୂତନ ଦଳର ଅଧିନାୟକ ହୋଇଥିଲେ । ତେବେ ତାଙ୍କ ନେତୃତ୍ୱରେ ଗୁଜରାଟ କ୍ରମାଗତ ଦୁଇଥର ଟି -୨୦ ଲିଗର ଫାଇନାଲକୁ ମଧ୍ୟ ଯାଇଛି । ୨୦୨୨ରେ ଗୁଜରାଟକୁ ଟାଇଟଲ ଜିତାଇଥିବା ବେଳେ ୨୦୨୩ରେ ଫାଇନାଲରେ ପହଞ୍ଚିଥିଲା ଟିମ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.