କେନ୍ଦୁଝରରେ ଯୁବକଙ୍କୁ ତଣ୍ଟିଚିପି ମାରିଦେଲେ

ପୂର୍ବ ଶତ୍ରୁତାରୁ ଗୁଳିମାଡ଼ । ବନ୍ଧାହେଲା ଦୁର୍ବୃତ୍ତ। ଗିରଫ ବ୍ୟକ୍ତି ଜଣକ ମନମୁଣ୍ଡା ଥାନା ସାନମନମୁଣ୍ଡା ଗାଁର ବଳବନ୍ତ ନାୟକ ।

କେନ୍ଦୁଝର : ସାମାନ୍ୟ କଥା କଟାକଟିକୁ ନେଇ ଯୁବକଙ୍କୁ ତଣ୍ଟି ଚିପି ହତ୍ୟା । କେନ୍ଦୁଝରରେ ଘଟିଛି ଏହି ଅଭାବନୀୟ ଘଟଣା । ନିଶାଶକ୍ତ ଅବସ୍ଥାରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଏପରି କାଣ୍ଡ ଭିଆଇଛନ୍ତି । କେନ୍ଦୁଝର ସହରର କାଶୀପୁର ମୁଣ୍ଡା ସାହିରେ ଗତକାଲି ରାତିରେ କିଛି ଲୋକ ଅତ୍ୟଧିକ ମଦ୍ୟପାନ କରି ନିଜ ନିଜ ଭିତରେ ବଚସା କରିଥିଲେ ।

ଏଥିରେ ଉତ୍କ୍ଷିପ୍ତ ହୋଇ ଜଣଙ୍କୁ ସଂଘବଦ୍ଧ ଭାବେ ତଣ୍ଟି ଚିପି ମାରିଥିବା ଅଭିଯୋଗ ହୋଇଛି । ମାରିବା ପରେ ମଦ୍ୟପମାନେ ସାହି ରାସ୍ତାରେ ଫୋପାଡି ଦେଇ ଚାଲିଯାଇଥିଲେ । ମୃତକ ଜଣକ ହେଲେ କାଶୀପୁର ମୁଣ୍ଡା ସାହିର ଅକ୍ଷୟ ନାଏକ (ନିନୁ ନାଏକ) । ଘଟଣାସ୍ଥଳରେ ପୋଲିସ ପହଂଚି ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.