ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇଲେ ଏବେ ଭୁଲ ମାଗିଲେ, ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାରେ ଭୁଲ୍‌ ମାଗିଲେ ୟୁଟ୍ୟୁବର୍‌ । ହାତ ଯୋଡ଼ି ସାଢେ ୪ କୋଟି ଓଡ଼ିଆ ଏବଂ ମହାପ୍ରଭୁଙ୍କୁ କ୍ଷମା ମାଗିଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ନୋ ଫ୍ଲାଇଙ୍ଗ ଜୋନ୍‌ ଥିବା ସେ ଜାଣିନଥିବା ଭିଡିଓ ବାର୍ତ୍ତାରେ ଦର୍ଶାଇଛନ୍ତି । ଏପଟେ ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଏଏସଆଇ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିବା ଶ୍ରୀମନ୍ଦିରର କୌଣସି ଫଟୋ କିମ୍ବା ଭିଡ଼ିଓଗ୍ରାଫି ହୋଇପାରିବ ନାହିଁ । ଭବିଷ୍ୟତରେ ଯେଭଳି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ. ଚନ୍ଦ୍ରଶେଖର ରାଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.