Below header

ଚର୍ଚ୍ଚାରେ କଟକର ଜୋମାଟୋ ଗାର୍ଲ ବିଷ୍ଣୁପ୍ରିୟା

କଟକ (କେନ୍ୟୁଜ) : କିଏ କହିଲା ଝିଅ କିଛି କରିପାରିବେନି। ପୁଅମାନେ ଯେ କେବଳ ସବୁ କରିପାରିବେ ଝିଅମାନେ ଘରର ଦାୟିତ୍ୱ ନେଇପାରିବେନି। ନା, ଝିଅ ବି ସବୁ କରିପାରିବେ ତାହା ପୁଣି ବହୁତ ଭଲ ଭାବରେ। ଯେତେ ବି ଭାରି କାମ ହେଉ ପୁଅଙ୍କ ଭଳି ଝିଅ ମଧ୍ୟ ସବୁ କିଛି କରିପାରିବେ। ପୁଅ ଆଉ ଝିଅଙ୍କ ଭିତରେ ଥିବା କାମର ପାର୍ଥକ୍ୟକୁ ଆଜି ସମସ୍ତଙ୍କୁ ଦେଖାଇଛନ୍ତି ଜୋମାଟୋ ଗାର୍ଲ ବିଷ୍ଣୁପ୍ରିୟା।

girl zomatoଲକଡାଉନରେ ନିଜ ପରିବାରର ସ୍ଥିତିକୁ ଦେଖି ସେ କିଛି କାମ କରିବାକୁ ଚାହିଁଲେ। ଆଉ ନିଜ ପଢ଼ା ସହ କାମକୁ ବି ବହୁତ ଭଲଭାବେ ମ୍ୟାନେଜ୍‌ କରିପାରୁଛନ୍ତି ସେ। ପାର୍ଟ ଟାଇମ ଚାକିରୀ କରି ଘର ଚଳାଉଛନ୍ତି କଟକର ଝିଅ ବିଷ୍ଣୁପ୍ରିୟା ସ୍‌ୱାଇଁ। ବିଷ୍ଣୁପ୍ରିୟାଙ୍କ ବାପା ଡ୍ରାଇଭର ଭାବରେ କାମ କରୁଥିଲେ କିନ୍ତୁ ଏ କୋଭିଡ ପାଇଁ ସବୁ ବନ୍ଦ ହେବାରୁ ଘରେ ବସି ରହିଲେ ଆଉ ଘର କେମିତି ଚାଲିବ ଏହା ଦେଖି ବିଷ୍ଣୁପ୍ରିୟା ଜମାଟୋ ଅଫିସକୁ ଯାଇ ଦେଖା କରିଥିଲେ। ଆଉ ତାପରେ ଜମାଟୋରେ ପାର୍ଟ ଟାଇମ ଚାକିରୀ ପାଇଗଲେ। ସକାଳେ ପିଲାଙ୍କୁ ଟୁଇସନ କରି ୧୦ ଟାରେ ଘରୁ ଖାଇକି ବାହାରିଯାଆନ୍ତି ଜମାଟୋ ଫୁଡ଼ ଡେଲିଭରିରେ। କଟକ ର ବିଭିନ୍ନ ଜାଗାକୁ ଯାଇ ଅର୍ଡର ହୋଇଥିବା ଖାଦ୍ୟ ଦେଇ ଆସନ୍ତି।

zomatoବିଷ୍ଣୁପ୍ରିୟାଙ୍କ ବୟସ ମାତ୍ର ୧୮ ବର୍ଷ। ସେ ନିଜ ପରିବାର ପାଇଁ ଯେମିତି ଜଣେ ଭଲ ଝିଅ ପାଠରେ ବି ସେମିତି ମେଧାବୀ। କଟକ ଶୈଳାବାଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ପଢୁଛନ୍ତି। ନିଜେ ବାପାଙ୍କ ବାଇକ ଶିଖି ବାଇକ ଚଳାଇ ଖାଦ୍ୟ ଡେଲିଭରି କରି ଆସୁଛନ୍ତି। କଟକରେ ପ୍ରଥମ ଥର ଝିଅ ଭାବରେ ଖାଦ୍ୟ ଡେଲିଭରି କରୁଥିବାରୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି ବିଷ୍ଣୁପ୍ରିୟାଙ୍କୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.