ମାହୁନ୍ତକୁ ଅନ୍ତିମ ବିଦାୟୀ ଦେବା ପାଇଁ ପହଞ୍ଚିଲା ହାତୀ, ଶୁଣ୍ଢ ଟେକି ଦେଲା ଶ୍ରଦ୍ଧାଞ୍ଜଳି; ମନକୁ ଛୁଇଁଯିବ ଏହି ଭିଡିଓ

ହାତୀ ଓ ମାହୁନ୍ତର ସମ୍ପର୍କ ଖୁବ ନିବିଡ଼। ଆମେ ଏହା ପୂର୍ବରୁ ଅନେକ ଥର ଫିଲ୍ମରେ ଦେଖିଛେ। କିନ୍ତୁ ଏବେ ଏହି ସମ୍ପର୍କର ଗଭୀରତା ଦେଖିବାକୁ ମିଳିଛି ଏକ ଭିଡିଓରେ। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି କେରଳର କୋଟାୟମ୍ ଜିଲ୍ଲାରେ। ଏଠାରେ ପଲାଟ ବ୍ରହ୍ମାଦାଥନ୍ ନାମକ ଏକ ହାତୀ ନିଜ ମାହୁନ୍ତ ଓମାନାଚେଥନକୁ ଶେଷ ଥର ପାଇଁ ଦର୍ଶନ କରିବାକୁ ପହଞ୍ଚିଥିଲା। ଏହି ସମୟର ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଭାବ ବିହ୍ଵଳ କରିଦେଇଥିଲା।

ଦେଖନ୍ତୁ ଭିଡିଓ:

Video Credit; facebook/ ബിജു നിള്ളങ്ങൽ

ରିପୋର୍ଟ ମୁତାବକ, ମାହୁନ୍ତ ଓମାନାଚେଥନଙ୍କର କ୍ୟାନ୍ସରରେ ପୀଡିତ ହୋଇ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମାହୁନ୍ତ ଓମାନାଚେଥନ ନିଜ ହାତୀ ସହ ଆଖପାଖ ଅଞ୍ଚଳରେ ହେଉଥିବା ସମାରୋହରେ ଭାଗ ନେଉଥିଲା। ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା। ତେବେ ମାଲିକଙ୍କୁ ଶେଷ ଥର ପାଇଁ ବିଦାୟ ଜଣାଇବା ପରେ ହାତୀ ସେଠାରୁ ଯିବାକୁ ରାଜି ନଥିଲା। କିନ୍ତୁ ଲୋକମାନେ ତାକୁ ସେଠାରୁ ନେଇ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.