ମିଳିଗଲା ଦମଦାର ଜୁଗାଡ, ଏଣିକି ବିନା ବିଜୁଳିରେ ଚାର୍ଜ ହେବ ସ୍ମାର୍ଟଫୋନ ଓ ଲାପଟପ୍‌

Revolt ଷ୍ଟାଇଲିସ୍‌ ସୋଲାର ପ୍ୟାନେଲ ଯୁକ୍ତ ପାଓ୍ଵାର ବ୍ୟାଙ୍କ (Revolt PB-200.k) କୁ ଲଞ୍ଚ୍‌ କରିଛି । ଏଥିରେ 30,000mAhର ତଗଡା ବ୍ୟାଟେରୀ ରହିଛି । ଅର୍ଥାତ୍‌ ଏହି ଫୋନ୍‌, ଲାପଟପ୍‌ ଏବଂ ଅନକ ଡିଭାଇସେସକୁ ଅନେକ ଥର ଫୁଲ ଚାର୍ଜ କରିପାରେ । ଏହାର ବିଲ୍ଟ-ଇନ୍‌ ସୋଲାର ପ୍ୟାନେଲ କିମ୍ବା ଏହାର ଇଣ୍ଟିଗ୍ରେଟେଡ କ୍ରାଙ୍କ୍‌ ଜରିଆରେ ମାନୁଆଲ ରୂପେ ରିଚାର୍ଜ କରାଯାଇପାରିବ । ଏଥିରେ PD 3.0 22.5W ଫାଷ୍ଟ ଚାର୍ଜିଙ୍ଗ ସହିତ 12V USB-C ସହ ୫ ପୋର୍ଟ ମିଳିଥାଏ । Revolt PB-200.k ଯଦିଓ କେବଳ ୟୁରୋପରେ ଲଞ୍ଚ ହେବ ।

Revolt PB-200.k ସ୍ପେସିଫିକେସନ୍ସ

Revolt PB-200.k ରେ ଅନେକ ଗ୍ୟାଜେଟ୍ସକୁ ଥରେ ଚାର୍ଜ କରିହେବ । ଏଥିରେ 22.5W ଫାଷ୍ଟ ଚାର୍ଜିଙ୍ଗର ସପୋର୍ଟ ରହିଛି । ଏଥିରେ ଦୁଇ USB-A ପୋର୍ଟ, ଦୁଇଟି ୟୁଏସବି-ସି ପୋର୍ଟ ଏବଂ ଏକ ମାଇକ୍ରୋ USB ଆଉଟଲେଟ ରହିଛି । ପାଞ୍ଚଟି ପୋର୍ଟ ଚାଲୁ ହେବା ପରେ ଆଉଟପୁୁଟ 15W ହୋଇଯାଏ ।

Revolt PB-200.k ଫିଚର୍ସ

ଏହା ସହିତ ଅନେକ ୟୁଏସବି କେବଲ୍ସ ମଧ୍ୟ ଆସିଥାଏ । ଏଥିରେ ସୋଲାର ପ୍ୟାନେଲ ମିଳିଥାଏ, ଯାହା ଖରାରେ ପାଓ୍ଵାରବ୍ୟାଙ୍କକୁ ଜଲଦି ଚାର୍ଜ କରିପାରେ । ମଡେଲରେ ଏକ ଇଣ୍ଟିକେଟର ମଧ୍ୟ ରହିଛି, ଯାହା ବ୍ୟାଟେରୀର ସ୍ତରକୁ ଜଣାଇଥାଏ । ଏଥିରେ ଏଲଇଡି ପ୍ୟାନେଲ ମଧ୍ୟ ମିଳିଥାଏ । ଯାହା ଟର୍ଚ୍ଚ ଭଳି କାମ କରିଥାଏ । ଏହାର ଓଜନ ମାତ୍ର ୭୪୧ ଗ୍ରାମ୍‌ । ଏହା ଜର୍ମାନୀ, ସ୍ୱିଜରଲାଣ୍ଡ ସମେତ ୟୁରୋପର ଅନେକ ସ୍ଥାନରେ ଉପଲବ୍ଧ ହେବ । ଫ୍ରାନ୍ସ ଏବଂ ବେଲଜିୟମରେ ପ୍ରି-ଅର୍ଡର ଉପଲବ୍ଧ ରହିଛି ।

Revolt PB-200.k ଦାମ୍‌

ୟୁରୋପରେ ଏହି ପାଓ୍ଵାର ବ୍ୟାଙ୍କର ଦାମ୍‌ ରହିଛି ୮୬,୯୯ ୟୁରୋ ବା ଭାରତୀୟ ମୁଦ୍ରାରେ (୭,୮୧୩ ଟଙ୍କା) ଦରରେ ଉପଲବ୍ଧ । ଏହାକୁ ଗ୍ଲୋବାଲୀ ଲଞ୍ଚ୍‌ କରାଯାଇନାହିଁ । କିନ୍ତୁ ଆଶା କରାଯାଉଛି ଯେ ବହୁତ ଜଲଦି ଏହାକୁ ଅନେକ ଦେଶରେ ଲଞ୍ଚ୍‌ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.