ଖୁସି ଖବର ! ଖୁବ୍ ଶୀଘ୍ର ସୁପରଫାଷ୍ଟ ଇଣ୍ଟରନେଟ୍ ସ୍ପିଡର ସୁବିଧା ପାଇବେ ୟୁଜର୍ସ

ଉପଭୋକ୍ତାମାନେ ଖୁବ୍ ଶୀଘ୍ର ସୁପର-ଫାଷ୍ଟ 5G ଇଣ୍ଟରନେଟ୍ ସ୍ପିଡ୍ ଉପଭୋଗ କରିବାକୁ ଯାଉଛନ୍ତି । ଭାରତରେ 5G ସେବାର ଶୁଭାରମ୍ଭ ମାତ୍ର କିଛି ପାଦ ଦୂରରେ । କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତରେ 5G ସେବାର ସମ୍ପ୍ରସାରଣ ଶେଷ ପର୍ଯ୍ୟାୟରେ ଅଛି। ଇଣ୍ଡିଆ ଟେଲିକମ୍ ୨୦୨୨ବ୍ୟବସାୟ ଏକ୍ସପୋକୁ ସମ୍ବୋଧିତ କରି ଟେଲିକମ୍ ମନ୍ତ୍ରୀ କହିଛନ୍ତି, “ଭାରତ ଏହାର 4G କୋର ଏବଂ ରେଡିଓ ନେଟୱାର୍କ ପ୍ରତିଷ୍ଠା କରିଛି। 5G ନେଟୱାର୍କର କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ଅଛି। ବର୍ତ୍ତମାନ ଦେଶ 6G ର ବିକାଶ ପ୍ରକ୍ରିୟାରେ ଅଛି।

ବୈଦୁତିକ ଉତ୍ପାଦନରେ ଭାରତ ନିରନ୍ତର ବିକାଶ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଯେ ଆଜି ସୁଦ୍ଧା ଭାରତର ବୈଦୁତିକ ଉତ୍ପାଦନ ବଜାରର ମୂଲ୍ୟ ୭୫ବିଲିୟନ ଡଲାର ଏବଂ ଏହା CAGR ରେ ୨୦% ରୁ ଅଧିକ ବୃଦ୍ଧି ପାଉଛି। ଏହି ସମୟରେ ସେ କହିଥିଲେ ଯେ ସରକାର ଏକ ସେମିକଣ୍ଡକ୍ଟର କାର୍ଯ୍ୟକ୍ରମ ଚଳାଉଛନ୍ତି ଯେଉଁଥିରେ ୮୫ ହଜାର ସେମିକଣ୍ଡକ୍ଟର ଇଞ୍ଜିନିୟର ପ୍ରସ୍ତୁତ ହେବେ।

5G ସେବା ବିଷୟରେ, ତାଙ୍କ ବଜେଟ୍ ଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ଘରୋଇ କମ୍ପାନୀଗୁଡିକ ପାଇଁ 5G ସ୍ପେକ୍ଟ୍ରମ ନିଲାମ ହେବ। ଗ୍ରାମାଞ୍ଚଳରେ ସୁଲଭ ବ୍ରଡବ୍ୟାଣ୍ଡ ଏବଂ ମୋବାଇଲ୍ ସେବା ଯୋଗାଇବା ପାଇଁ ବାର୍ଷିକ USO ପାଣ୍ଠିର ପାଞ୍ଚ ପ୍ରତିଶତ ଆବଣ୍ଟନ କରାଯିବ । ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ ଗ୍ରାମଗୁଡିକରେ ଅପ୍ଟିକାଲ୍ ଫାଇବର ରଖିବା ପାଇଁ ଚୁକ୍ତିନାମା ୨୦୨୨-୨୩ ମସିହାରେ ପିପିପି ମାଧ୍ୟମରେ ପ୍ରଦାନ କରାଯିବ ଏବଂ ଏହା ୨୦୨୫ ସୁଦ୍ଧା ଶେଷ ହେବାର ସମ୍ଭାବନା ଅଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.