ଗୋଟେ ଥର ରିଚାର୍ଜ କଲେ ବର୍ଷସାରା ଚାଲିବ ସିମ୍‌ , ତାସହିତ ମିଳିବ ଆହୁରି ଅନେକ କିଛି ବେନିଫିଟ୍ସ

ଭାରତୀ ଏୟାରଟେଲ ଏବଂ ରିଲାଏନ୍ସ ଜିଓ ଜଣ ଜଣଙ୍କର ବଡ କମ୍ପିଟିଟର। ଉଭୟ ଟେଲିକମ୍‌ କମ୍ପାନୀ ଅନେକ ପ୍ରକାର ପ୍ରିପେଡ୍‌ ପ୍ଲାନ୍ସ ଅଫର କରୁଛନ୍ତି। କିଛି ମାମଲାରେ ଏୟାରଟେଲ ଉତ୍ତମ ରହୁଛି ତ ଆଉ କିଛି ମାମଲାରେ ଜିଓ ବାଜି ମାରିନେଉଛି। ଜିଓ ସବୁଠାରୁ ବଡ ଟେଲିକମ୍‌ କମ୍ପାନୀ ହୋଇଥିବାବେଳେ ଏୟାରଟେଲ ଆଭରେଜ୍‌ ରେଭିନ୍ୟୁ ମାମଲାରେ ଅଧିକ।

ଯଦି ଆପଣ ଏକ ପ୍ରିପେଡ ପ୍ଲାନ ଲମ୍ବ ଅବଧି ପର୍ଯ୍ୟନ୍ତ ଓଟିଟି ବେନିଫିଟ୍ସ ସହ ନେବାକୁ ଚାହୁଁଛନ୍ତି ତାହେଲେ ଏଭଳି ମାମଲାରେ ଏୟାରଟେଲ ବଢ଼ିଆ ଅଫର ଦେଇଥାଏ। ଏଠାରେ ଆପଣଙ୍କୁ ଏୟାରଟେଲର ଏକ ଜବରଦସ୍ତ ପ୍ରିପେଡ ପ୍ଲାନ ବିଷୟରେ କହିବାକୁ ଯାଉଛୁ। ଯାହା ଆପଣଙ୍କୁ ବହୁତ ପସନ୍ଦ ଆସିବ ନିଶ୍ଚୟ।

ଏୟାରଟେଲରେ ଯେଉଁ ପ୍ଲାନ ବିଷୟରେ ଆମେ ଆପଣଙ୍କୁ କହୁଛୁ ତାର ଭ୍ୟାଲିଡିଟୀ ରହିଛି ଗୋଟେ ବର୍ଷ। ଅର୍ଥାତ୍‌ ବାରମ୍ବାର ଆପଣଙ୍କୁ ରିଚାର୍ଜ କରିବାକୁ ଝିନଝଟ୍‌ ରହିବନାହିଁ।

ଏୟାରଟେଲର ୩୩୫୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌

ଏୟାରଟେଲର ୩୩୫୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ ଲମ୍ବା ଭ୍ୟାଲିଡିଟୀ ସହିତ ଆସୁଛି। ଏହି ପ୍ଲାନର ବୈଧତା ରହିଛି ୩୬୫ ଦିନ। ଏହାସହିତ ୟୁଜର୍ସଙ୍କୁ ବହୁତ ସାରା ଡାଟା ବି ଦେଉଛି ଏହି ପ୍ଲାନ। ଏହି ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ ଭଏସ କଲିଙ୍ଗ ଏବଂ ପ୍ରତିଦିନ ୧୦୦ ଏସଏମଏସର ସୁବିଧା ମଧ୍ୟ ମିଳିଥାଏ।

ଏୟାରଟେଲର ଏହି ଲଙ୍ଗ୍‌ ଟର୍ମ ପ୍ରିପେଡ୍‌ ପ୍ଲାନରେ ପ୍ରତିଦିନ ୨.୫ ଜିବି ଡାଟା ମିଳିଥାଏ। ଆଡିସନାଲ ବେନିଫିଟ୍ସ ବିଷୟରେ କହିବା ତ ଏଥିରେ ୟୁଜର୍ସଙ୍କୁ ପୂରା ଗୋଟେ ବର୍ଷ ପାଇଁ Amazon Prime Video Mobile Edition, Disney+ Hotstar Mobile ର ସବସ୍କ୍ରିପସନ୍‌ ମଧ୍ୟ ଗୋଟେ ବର୍ଷ ପାଇଁ ଦିଆଯାଇଥାଏ।

କଷ୍ଟମର୍ସଙ୍କୁ Wynk Music ର ଆକସେସ୍‌ ମାଗଣାରେ ମଧ୍ୟ ମିଳିଥାଏ। ଏୟାରଟେଲ ୟୁଜର୍ସଙ୍କୁ ଏହି ପ୍ଲାନ ସହିତ Apollo 24|7 Circle ର ସବସ୍କ୍ରିପସନ୍‌ ୩ ମାସ ପାଇଁ ବିନା କୌଣସି ଆଡିସନାଲ କଷ୍ଟରେ ଦିଆଯାଇଥାଏ। ୟୁଜର୍ସଙ୍କୁ ଫାସଟାଗରେ ୧୦୦ ଟଙ୍କାରେ ୧୦୦ ଟଙ୍କା କ୍ୟାସବ୍ୟାକ୍‌ ମଧ୍ୟ ମିଳିଥାଏ।

ରିଲାଏନ୍ସ ଜିଓ ନିଜର କଷ୍ଟମର୍ସଙ୍କୁ ଲଙ୍ଗ୍‌ ଟର୍ମ ପ୍ରିପେଡ୍‌ ପ୍ଲାନ ସହିତ କୌଣସି ବି ଅଫର ଦେଇନଥାଏ। ଯଦିଓ କମ୍ପାନୀ ପ୍ରଥମେ Disney+ Hotstar ର ସବସ୍କ୍ରିପସନ ଦେଉଥିଲା। ତେବେ ବର୍ତ୍ତମାନଏହି ଅଫରକୁ ସମସ୍ତ ପ୍ରିପେଡ୍‌ ପ୍ଲାନରୁ ହଟାଇ ଦିଆଯାଇଛି। ଏମିତିରେ ଏୟାରଟେଲର ଏହି ପ୍ଲାନ୍‌ ୟୁଜର୍ସଙ୍କ ପାଇଁ ବହୁତ ଭଲ ପ୍ଲାନ ପ୍ରମାଣିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.