Below header

ଅର୍ଜୁନ ତେନ୍ଦୁଲକରଙ୍କ ବଡ଼ ଧମାକା! ରଣଜୀ ଡେବ୍ୟୁରେ କଲେ ଶତକ; ଦୋହରାଇଲେ ସଚିନଙ୍କ ଭଳି କାରନାମା

ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଟ୍ରଫିରେ କମାଲ କରିଛନ୍ତି। ଗୋଆ ପାଇଁ ନିଜର ଡେବ୍ୟୁ ମ୍ୟାଚ୍‌ରେ ଅର୍ଜୁନ ଜବରଦସ୍ତ ଶତକ ଯୋଡ଼ିଛନ୍ତି। ସେ ୧୭୯ ବଲ୍‌ରେ ଏହି ଶତକ ପୂରଣ କରିଛନ୍ତି। ରଣଜୀ ଟ୍ରଫିରେ ଗୋଆ ସହ ରାଜସ୍ଥାନର ମ୍ୟାଚ୍‌ ଖେଳାଯାଉଛି ଏବଂ ଏହା ହେଉଛି ୨୩ ବର୍ଷୀୟ ଅର୍ଜୁନଙ୍କର ଡେବ୍ୟୁ ମ୍ୟାଚ୍‌।

୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅର୍ଜୁନ ତେନ୍ଦୁଲକର ବିପକ୍ଷ ଦଳକୁ ନଜରରେ ରଖି ବଢ଼ିଆ ବ୍ୟାଟିଂ କରିଥିଲେ। ସେ ୧୭୮ ବଲ୍‌ରେ ନିଜର ଶତକ ପୂରଣ କରିଥିଲେ, ଯେଉଁଥିରେ ୧୨ଟି ଚଉକା ଏବଂ ୨ଟି ଛକା ସାମିଲ ରହିଛି।

ନିଜ ଇଂନିସ୍‌ରେ ଅର୍ଜୁନ ମୋଟ ୨୬ ସିଙ୍ଗଲଟି ଏବଂ ୭ଟି ଡବଲ୍‌ ରନ୍‌ ନେଇଥିଲେ। ପାଖାପାଖି ୫୬ ଷ୍ଟ୍ରାଇକ୍‌ ରେଟ୍‌ରେ ସେ ରନ୍‌ କରିଥିବା ବେଳେ ୧୩୧ଟି ଡଟ୍‌ ବଲ୍‌ ମଧ୍ୟ ଖେଳିଥିଲେ। ଅର୍ଜୁନ ରାଜସ୍ଥାନର ପ୍ରତ୍ୟେକ ବୋଲରଙ୍କ ବଲ୍‌କୁ ପ୍ରହାର କରିଥିଲେ ଏବଂ ଶତକ ହାସଲ କରିଥିଲେ। ସେ ମୋଟ ୧୨୦ ରନ କରି ଆଉଟ୍‌ ହୋଇଥିଲେ। ସମୁଦାୟ ୨୦୭ ବଲ୍‌ରେ ଅର୍ଜୁନ ୧୬ଟି ଚଉକା ଏବଂ ୨ଟି ଛକା ମାରିଥିବା ବେଳେ କମଲେଶ ନାଗରକୋଟିଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ।

ଏହି ଇଂନିସ୍‌ରେ ସୁୟଶ ପ୍ରଭୁଦେସାଇଙ୍କ ସହ ଅର୍ଜୁନଙ୍କର ୨୦୦ରୁ ଅଧିକ ରନ୍‌ର ଭାଗିଦାରୀ ହୋଇଥିଲା। ଉଭୟ ୩୩୩ ବଲ୍‌ରେ ୨୦୦ ରନ୍‌ ଯୋଡ଼ିଥିଲେ।

କହି ରଖୁଛୁ, ସଚିନ ତେନ୍ଦୁଲକର ମଧ୍ୟ ନିଜର ରଣଜୀ ଡେବ୍ୟୁ ମ୍ୟାଚ୍‌ରେ ଜବରଦସ୍ତ ଶତକ ଯୋଡ଼ିଥିଲେ ଏବଂ ସେହି ସମୟରେ ଏମିତି କମାଲ କରିବାରେ ସବୁଠାରୁ କନିଷ୍ଠ ବ୍ୟାଟ୍ସମ୍ୟାନ ଥିଲେ। ୧୯୮୮ରେ ମୁମ୍ବାଇ ପାଇଁ ଖେଳି ସଚିନ ୧୫ ବର୍ଷ ବୟସରେ ନିଜର ଡେବ୍ୟୁରେ ଶତକ ଯୋଡ଼ିଥିଲେ। ତାଙ୍କର ଏହି ଶତକ ଗୁଜରାଟ ବିପକ୍ଷ ମ୍ୟାଚ୍‌ରେ ଆସିଥିଲା।

ରଣଜୀ ଟ୍ରଫି ଡେବ୍ୟୁରେ ଶତକ (ବୟସ)

ସଚିନ ତେନ୍ଦୁଲକର- ୧୫ ବର୍ଷ ୨୩୧ ଦିନ (ବନାମ ଗୁଜରାଟ)

ଅର୍ଜୁନ ତେନ୍ଦୁଲକର- ୨୩ ବର୍ଷ ୮୧ ଦିନ (ବନାମ ରାଜସ୍ଥାନ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.