Below header

ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ: ଦୁଇ ଜଣ ହଇରାଣ କରୁଥିବା କଲେ ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍): ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ। ଫିନାଇଲ ପିଇବା ପରେ ବୃଦ୍ଧା ଜଣକ କହିଛନ୍ତି ବିଷ ନପାଇବାରୁ ଫିନାଇଲ ପିଦେଇଲି। ବୃଦ୍ଧଙ୍କ ନାଁ ରବିନ୍ଦ୍ର ମୋହନ ଦାସ। ଜଗତସିଂହପୁର ରଘୁନାଥପୁରରେ ତାଙ୍କ ଘର।ବୃଦ୍ଧ ଜଣକ କହିଛନ୍ତି ମତେ ଦୁଇ ଜଣ ହଇରାଣ କରୁଛନ୍ତି। ସେ ଦୁଇ ଜଣ ହେଉଛନ୍ତି ଅଜୟ ବାରିକ ଓ ସତ୍ୟ ବ୍ରତ ବେହେରା। କଳିଙ୍ଗ ବିହାରରେ ଦୁଇ ଜଣ ପାର୍ଲର କରିବା ପାଇଁ ସାଢେ ୬ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଟଙ୍କା ତ ଫେରେଇଲେ ନାହିଁ ଓଲଟି ମତେ ମାରିବା ପାଇଁ ଉଦ୍ୟମ ମଧ୍ୟ କରିଛନ୍ତି ।

ତମାଣ୍ଡୋ ଥାନାରେ ବର୍ଷେ ହେଲା ଲିଖିତ ଅଭିଯୋଗ କରିଥିଲି । ସେମାନେ ମଧ୍ୟ ଯେଉଁ ଥାନାରେ କହିଲେ ସେଠି ମଧ୍ୟ ଅଭିଯୋଗ କଲି କିନ୍ତୁ ନ୍ୟାୟ ମିଳିଲାନି। ଫୁଲନଖରା କୁରୁଣ୍ଡ ବୁଧାଶ୍ରମରେ ସେ ରହୁଛନ୍ତି। ସବୁ ଆଡୁ ନିରାଶ ହେବା ଆତ୍ମହତ୍ୟା ଛଡା ଆଉ କୌଣସି ଉପାୟ ରହିଲା ନାହିଁ। ତେଣୁ ମୁଁ ନ୍ୟାୟ ପାଇଁ ଏ ପନ୍ଥା ଆପଣେଇଲି। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ବୃଦ୍ଧାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.