Jio ସହ ଟକ୍କର ଦେବା ପାଇଁ Airtel ଆଣିଲା ଜବରଦସ୍ତ ପ୍ଲାନ, ଦିନକୁ ବ୍ୟବହାର କରିପାରିବେ 50GB ଡାଟା

ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ମଧ୍ୟରେ କଡାଟକ୍କର ଆରମ୍ଭ ହୋଇଛି । ୟୁଜର୍ସଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି କମ୍ପାନୀ ତରଫରୁ ବେଷ୍ଟ ବେନିଫିଟ ପ୍ଲାନ ଅଫର ଆସୁଛି । ସବସ୍କ୍ରାଇବର ବେସକୁ ବଢ଼ାଇବା ପାଇଁ ଜୋରଦାର ପ୍ରୟାସ ଚାଲିଛି ।

କିଛିଦିନ ପୂର୍ବେ ଜିଓ ୪୪୭ ଟଙ୍କା ନୋ ଡାଟା ଲିମିଟ ପ୍ଲାନ ଲଞ୍ଚ କରିଥିଲା । ଏହାକୁ ଟକ୍କର ଦେବାକୁ ଯାଇ ଏୟାରଟେଲ ୪୫୬ ଟଙ୍କାର ଡାଟା ପ୍ଲାନ ଲଞ୍ଚ କରିଛି ।ଏଥିରେ ନୋ ଡାଟା ଲିମିଟ ଅଫର ରହିଛି ।

ଏୟାରଟେଲ ୪୫୬ ଟଙ୍କା ପ୍ଲାନ:

ଏୟାରଟେଲ ପକ୍ଷରୁ ଏହି ପ୍ଲାନ ସେହି ୟୁଜର୍ସଙ୍କ ପାଇଁ ଆସିଛି ଯେଉଁମାନେ ବିନା ଡେଲି ଲିମିଟ ଇଣ୍ଟରନେଟ ଡାଟାର ବ୍ୟବହାର କରୁଛନ୍ତି । ଏହି ପ୍ଲାନରେ କମ୍ପାନୀ ୫୦ ଜିବି ଡାଟା ଅଫର ରଖିଛି । ନୋ ଡେଲି ଡାଟା ଲିମିଟ ଅଫର ପାଇଁ ୟୁଜର ୫୦ ଜିବି ଡାଟା ଗୋଟିଏ ଦିନରେ ଖର୍ଚ୍ଚ କରିପାରିବେ ।

ପ୍ଲାନରେ ଅନଲିମିଟେଡ କଲ ସହ ୧୦୦ ଫ୍ରି ଏସଏମଏସର ସୁବିଧା ମଧ୍ୟ ରହିଛି । ଏକ ମାସର ଫ୍ରି ଆମାଜନ ପ୍ରାଇମ ଭିଡିଓର ଲାଭ ମଧ୍ୟ ଉଠାଇପାରିବେ । ୟୁଜର୍ସଙ୍କୁ କମ୍ପାନୀ ୱିଙ୍କ ମ୍ୟୁଜିକ ଆପ ସହ ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମର ମଧ୍ୟ ଫ୍ରି ଆକ୍ସେସ ଅଫରରେ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.