Below header

JioMeet ପରେ Airtel ଲଞ୍ଚ କରିପାରେ ଭିଡିଓ କନଫରେନ୍ସି ଆପ୍‌

ରିଲାଏନ୍ସ ଜିଓ ନିକଟରେ ଭିଡିଓ କନଫରେନ୍ସି ଆପ୍‌ ଜିଓମିଟ୍‌ ଲଞ୍ଚ କରିଥିଲା। ଯାହା ଠିକ୍‌ ଜୁମ୍‌ ଆପ୍‌ ଭଳି କାମ କରିଥାଏ। JioMeet ଲଞ୍ଚ ହେବା ପରେ ଏବେ ଏୟାରଟେଲ ମଧ୍ୟ ଭିଡିଓ କନଫରେନ୍ସି ଆପ୍‌ ଲଞ୍ଚ କରିବାକୁ ଯାଉଛି।

ରିପୋର୍ଟ ମୁତାବକ, ଏୟାରଟେଲ କୌଣସି ଇଣ୍ଟରପ୍ରାଇଜେସ ଗ୍ରେଡ ପ୍ରଡକ୍ଟ ଲଞ୍ଚ କରିବାର ଯୋଜନା ଚଳାଇଛି। ଏହି ପ୍ରଡକ୍ଟ ଭିଡିଓ କନଫରେନ୍ସି ଆପ୍‌ ହେବ। ସୂତ୍ର ମୁତବାକ, ଏୟାରଟେଲ ଭିଡିଓ କଲିଂ ଆପ ଜୁମ୍‌ ଏବଂ ଜିଓମିଟ୍‌ ଠାରୁ ଅଲଗା ହେବ। ଗତ କିଛିଦିନ ହେଲା ଏୟାରଟେଲ ଡାଟା ସିକ୍ୟୁରିଟକୁ ନେଇ ବହୁତ ଜଲଦି କାମ କରୁଛି। ଏୟାରଟେଲର ଡାଟା ସର୍ଭର ଭାରତରେ ରହିଛି। ସେଥିପାଇଁ କୁହାଯାଉଛି କି, ଏୟାରଟେଲ ଖୁବଶୀଘ୍ର ଡାଟା ସିକ୍ୟୁରିଟ୍‌ ପାଇଁ AES 256 ଏନକ୍ରିପସନର ବ୍ୟବହାର କରିବ।

eee

ସୂଚନାଯୋଗ୍ୟ, ନିକଟରେ ଅଖିଳ ଭାରତୀୟ ବ୍ୟାପରୀ ସଂଘ ‘ ଜୁମ’କୁ ବହିଷ୍କାର କରି ‘ ଜିଓମିଟ’ ବ୍ୟବହାର କରିବା ପାଇଁ ଘୋଷଣା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.