ଭାରତରେ ଲଞ୍ଚ କରିବ ଆମାଜନ ପ୍ରାଇମ ଲାଇଟ ଭର୍ଜନ, ଚାଲିଛି ଟେଷ୍ଟ

କେନ୍ୟୁଜ୍‌(ବ୍ୟୁରୋ): ଅଧିକ ଦାମ ଯୋଗୁଁ ଆପଣ ଆମାଜନ ପ୍ରାଇମ ମେମ୍ବରସିପ ନେଇ ପାରୁ ନାହାଁନ୍ତି କି? ଏହା ଆପଣଙ୍କ ବଜେଟରେ ଫିଟ ହେଉନାହିଁ କି? ଏବେ କିନ୍ତୁ ଏହା ଆପଣଙ୍କ ବଜେଟରେ ଠିକ ଫିଟ ହେବ । ଆପଣଙ୍କ ପକେଟକୁ ସୁହାଇଲା ଭଳିଆ ଦାମରେ ଏହା ବଜାରକୁ ଆସିବାକୁ ଯାଉଛି । ୯୯୯ ଟଙ୍କାରେ ୧ ବର୍ଷ ପର୍ଯ୍ୟନ୍ତ ଆମାଜନ ପ୍ରାଇମ ମେମ୍ବରସିପ ନେଇ ପାରିବେ । ବର୍ଷେ ପର୍ଯ୍ୟନ୍ତ ଏଣ୍ଟରଟେନମେଣ୍ଟର ମଜା ଉଠାଇ ପାରିବେ ।

ଏବେ ଭାରତରେ ବେଟା ଭର୍ଜନରେ ଆମାଜନ ପ୍ରାଇମ ଲାଇଟର ଟେଷ୍ଟିଙ୍ଗ ଚାଲିଛି । ଖୁବଶୀଘ୍ର ଏହା ବଜାରକୁ ଆସିବାକୁ ଆସିବାକୁ ଯାଉଛି । ଯେଉଁଥିରେ ଆପଣଙ୍କୁ କମ ଦାମରେ ଅନେକ ଫାଇଦା ମିଳିବାକୁ ଯାଉଛି । ଏଥିରେ ଆପଣଙ୍କୁ ଆମାଜନ ପ୍ରାଇମଠୁ କମ ଦାମରେ ପ୍ରାଇମ ମେମ୍ବରସିପ ମିଳିପାରିବ । ଡିସେମ୍ବର ୨୦୨୧ରେ ଆମାଜନ ତାର ବର୍ଷିକିଆ ପ୍ରାଇମ ମେମ୍ବରସିପର ଦାମ ୯୯୯ରୁ ବଢେଇ ୧୪୯୯ କରିଦେଇଛି । ଯାହା ଅନେକଙ୍କ ପକେଟ ଉପରେ ମାଡ଼ କରିଥିଲା । ଏଥିରେ କିନ୍ତୁ ଖୁସି ଖବର ଆସିଛି । ଏଣ୍ଟରଟେନମେଣ୍ଟ ପାଇଁ ଆପଣଙ୍କ ପକେଟକୁ ଆଉ ବାଧିବନି । ଖୁବ ଜଲଦି ଆମାଜନ ପ୍ରାଇମର ଲାଇଟ ଭର୍ଜନ ବଜାରକୁ ଆସିବାକୁ ଯାଉଛି ।

ଆମାଜନ ପ୍ରାଇମ ଲାଇଟ ଭର୍ଜନର ବର୍ଷିକିଆ ସବକ୍ରିପସନ ପାଇଁ ଆପଣଙ୍କୁ କେବଳ ୯୯୯ ଟଙ୍କା ଦେବାକୁ ପଡ଼ିବ । ଯାହା ଆମାଜନ ପ୍ରାଇମରେ ୧୪୯୯ ରହିଛି । ଲାଇଟ ଭର୍ଜନରେ ଆପଣଙ୍କର ୫୦୦ ଟଙ୍କାର ସଞ୍ଚୟ ହୋଇ ପାରିବ । ଅର୍ଥାତ ପ୍ରାଇମ ଭର୍ଜନ ଅପେକ୍ଷା ଲାଇଟ ଭର୍ଜନରେ ଆପଣଙ୍କୁ ୫୦୦ ଟଙ୍କା କମ ଦେବାକୁ ହେବ । ବେଟା ୟୁଜର୍ସ ଏବେ ଲାଇଟ ଭର୍ଜନର ସବକ୍ରିପସନ ନେଇପାରିବେ । ପରେ ଭାରତର ୟୁଜର୍ସଙ୍କ ପାଇଁ ଗୁଗୁଲ ପ୍ଲେ ଷ୍ଟୋର ଓ ଆପ୍‌ ଷ୍ଟୋରରେ ଆମାଜନ ପ୍ରାଇମ ଲାଇଟ ଉପଲବ୍ଧ ହେବ ।

ଆମାଜନ ପ୍ରାଇମ ଲାଇଟ ଭର୍ଜନର ୟୁଜର୍ସ ଅନଲିମିଟେଡ ପ୍ରାଇମ ଭିଡିଓ ଦେଖିବାର ସୁବିଧା ନେଇ ପାରିବେ । ଭିଡିଓ କିନ୍ତୁ ହାଇ ଡେଫିନେସନ କ୍ୱାଲିଟିରେ ଦେଖିପାରିବେ ନାହିଁ । ଭିଡିଓକୁ ଷ୍ଟାଣ୍ଡାର୍ଡ ଡେଫିନେସନରେ ଦେଖିପାରିବେ । ଏହାସହ ଲାଇଭ ଖେଳ ଦେଖିପାରିବେ । ଏଥିରେ କିନ୍ତୁ ଆପଣଙ୍କୁ ବିଜ୍ଞାପନ ଦେଖିବାକୁ ପଡ଼ିବ । ଆମାଜନ ପେ ରେ ଆପଣଙ୍କୁ ୫ ପ୍ରତିଶତ କେସ୍‌ବ୍ୟାକ୍‌ ମିଳିବ । ଏହାସହ ପ୍ରାଇମ ଏକ୍ସକ୍ଲୁସିପ ଅଫର ସୁବିଧା ମିଳିପରିବ ।

ଆମାଜନ ପ୍ରାଇମ ମେମ୍ବରଙ୍କ ପାଇଁ ଗୋଟିଏ ଦିନରେ ଡେଲିଭରିର ସୁବିଧା ମିଳୁଥିବା ବେଳେ ଲାଇଟ ଭର୍ଜନର ମେମ୍ବରଙ୍କୁ ୨ଦିନ ଭିତରେ ଡେଲିଭରିର ସୁବିଧା ମିଳିବ । ଏଥିରେ ଆପଣଙ୍କୁ କେବଳ ଦୁଇଟି ଡିଭାଇସର ଆକସେସ ମିଳି ପାରିବ । ଯେଉଁଥିରେ ଗୋଟିଏ ଡିଭାଇସ ଫୋନ ହେବା ନିହାତି ଜରୁରୀ । ଏଥିରେ ଆପଣଙ୍କୁ ପ୍ରାଇମ ମିଉଜିକ୍‌ର ଆକସେସ ମିଳିବ ନାହିଁ । ପ୍ରାଇମ ଗେମିଙ୍ଗ, ଫ୍ରି ଇବୁକ ଓ ନୋ କୋଷ୍ଟ ଇଏମଆଇର ସୁବିଧା ମିଳିବ ନାହିଁ ।

ଏବେ ଏହାର ବେଟା ଭର୍ଜନରେ ଟେଷ୍ଟିଙ୍ଗ ଚାଲୁଥିବା ବେଳେ କିଛି ପ୍ରାଇମ ମେମ୍ବରଙ୍କ ପାଇଁ ଏହା ଭାରତରେ ଉପଲବ୍ଧ ହୋଇଛି । ଏହାର ଟେଷ୍ଟିଙ୍ଗ ସରିଯିବା ପରେ ଯେଉଁମାନେ କେବଳ ପ୍ରାଇମ ଭିଡିଓ ଓ ସପିଙ୍ଗ ପାଇଁ ସବକ୍ରିପସନକୁ ବ୍ୟାବହାର କରୁଛନ୍ତି ତାଙ୍କପାଇଁ ଲାଭଦାୟକ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.