୩.୪ କୋଟି ଟଙ୍କାରେ ବିକ୍ରି କରାଗଲା ସ୍ଟିଭ ଜବ୍ସଙ୍କ ପ୍ରସ୍ତୁତ Apple-1 କମ୍ପ୍ୟୁଟର, ୧୯୭୬ ମସିହାରେ ହୋଇଥିଲା ଲଞ୍ଚ

ପ୍ରିମିୟମ ଆଇଫୋନ ବନାଉଥିବା କମ୍ପାନୀ ହିସାବରେ ଆପଲର ପରିଚୟ ଏବେ ସର୍ବପ୍ରଥମ ରହିଥାଇପାରେ କିନ୍ତୁ ଏହାର ଆରମ୍ଭ କମ୍ପ୍ୟୁଟର ବନାଇବାରୁ ହୋଇଥିଲା । ଆପଲର ଫାଉଣ୍ଡର ସ୍ଟିଭ ଜବ୍ସ ଏବଂ ସ୍ଟିଭ ୱଜନିଏକଙ୍କ ଦ୍ୱାରା ୧୯୭୬ ମସିହାରେ ଲଞ୍ଚ କରାଯାଇଥିବା Apple-1 କମ୍ପ୍ୟୁଟର ୟୁଏସର ବୋଷ୍ଟନରେ ଏହି ସପ୍ତାହରେ ନିଲାମ କରାଯାଇଛି । ତେବେ ଖାସ କଥା ହେଉଛି ଏହି କମ୍ପ୍ୟୁଟର ସମ୍ପୁର୍ଣ୍ଣ ଭାବେ କାମ କରୁଥିଲା ଏବଂ ଏହାର ସର୍ବାଧିକ ୪୫୮, ୭୧୧ ଡଲାର (ପାଖାପାଖି ୩୩,୯୨୫,୦୦୦ ଟଙ୍କା)ରେ ନିଲାମ ଡକାଯାଇଥିଲା ।

NBT

Apple-1 କମ୍ପ୍ୟୁଟର ଆପଲର ବ୍ରାଣ୍ଡିଙ୍ଗ ସହିତ ପ୍ରସ୍ତୁତ କରାଯାଇଥିବା କମ୍ପାନୀର ପ୍ରଥମ ପ୍ରଡକ୍ଟ ଥିଲା । ତେବେ ଅକ୍ସନ ଇଭେଣ୍ଟରେ Jerry Manockଙ୍କ ଲାଇଫଟାଇମ କଲେକ୍ସନ ଭିତରେ ରହିଥିବା ଆପଲ ପ୍ରଡକ୍ଟ ପାଇଁ ମଧ୍ୟ ନିଲାମ ଡକାଯାଇଥିଲା । ଏହି କଲେକ୍ସନ ମଧ୍ୟରେ ସ୍ଟିଭ ଜବ୍ସଙ୍କ Macintosh PowerBookକୁ ୧୨,୬୭୧ ଡଲାର ( ପାଖାପାଖି ୯.୩୭ ଲକ୍ଷ ଟଙ୍କା) ଏବଂ Neon Apple Logo କୁ ୧,୯୧୫ ଡଲାର ( ପାଖାପାଖି ୧.୪୧ ଲକ୍ଷ ଟଙ୍କା) ରେ ନିଲାମ ଡକାଯାଇଥିଲା ।

ଆପଲ ର ଆଡ଼ କ୍ୟାମ୍ପେର୍ନରେ ସାମିଲ ଥିବା ‘think different’ ୱାଚ ପାଇଁ ମଧ୍ୟ ପ୍ରାୟ 1 ଲକ୍ଷ ତାଙ୍କର ନିଲାମ ଡକାଯାଇଥିଲା । ତେବେ Apple-1 କେବଳ କମ୍ପ୍ୟୁଟିଙ୍ଗ ଦୁନିଆର ହୀରା ନୁହେଁ ବରଂ ଆଜିର ଦୁନିଆରେ ସବୁଠାରୁ ଦାମୀ ଏବଂ ସଫଳ କମ୍ପାନୀ ବୋଲି ପରିଚୟ ପାଇଛି । ତେବେ ସମୁଦାୟ ୨୦୦ଟି ‘Apple-1’ କମ୍ପ୍ୟୁଟର ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରୁ ପ୍ରାୟ ୧୭୫ଟି ବିକ୍ରି ହୋଇସାରିଛି ।

Leave A Reply

Your email address will not be published.