Apple ମଧ୍ୟ ଆଣିପାରେ ଫୋଲ୍ଡେବଲ ସ୍ମାର୍ଟଫୋନ ! ସାମସଙ୍ଗ ଡିସପ୍ଲେ କରିବ ବ୍ୟବହାର

ସାମସଙ୍ଗ ହିଁ ଫୋଲ୍ଡେବଲ ସ୍ମାର୍ଟଫୋନ ନିକଟରେ ଲଞ୍ଚ କରିଥିଲା। ଏବେ ସାମସଙ୍ଗ ପରେ ଏବେ ଆପଲ୍‌ ମଧ୍ୟ ଫୋଲ୍ଡେବଲ ଡିସପ୍ଲେ ଥିବା ସ୍ମାର୍ଟଫୋନ ଲଞ୍ଚ କରିପାବେ ! ଖବର ମୁତାବକ, ଆମେରିକାର ଟେକ୍‌ କମ୍ପାନୀ ଆପଲ ସାମସଙ୍ଗ ଠାରୁ ଫୋଲ୍ଡେବଲ ଡିସପ୍ଲେ କିଣୁଛି।

Macrumors ରିପୋର୍ଟ ମୁତାବକ, ସାମସଙ୍ଗ ପାଖରୁ ଫୋଲ୍ଡେବଲ ଡିସପ୍ଲେର ସାମ୍ପୁଲ ଆପଲ୍‌ କିଣିବ। ଏହା ପ୍ରଥମ ନୁହେଁ ଯେ, ସାମସଙ୍ଗଠାରୁ ଆପଲ ଡିସପ୍ଲେ ନେବ। ଏହା ପୂର୍ବରୁ ଆପଲ ସାମସଙ୍ଗ ଠାରୁOLED ପ୍ୟାନେଲ କିଣିସାରିଛି। ଆପଲ ଏପରି ଏକ ଆଇଫୋନ ପ୍ରସ୍ତୁତ କରିବା ପ୍ରୋସେସରେ ରହିଛି ଯାହାGalaxy Z Fold ସ୍ମାର୍ଟଫୋନ ପରି ମୋଡି ହୋଇପାରିବ।

samsung

ସାମସଙ୍ଗ ଏପର୍ଯ୍ୟନ୍ତ ଦୁଇଟି ଫୋଲ୍ଡେବଲ ଡିସପ୍ଲେ ସ୍ମାର୍ଟଫୋନ ଲଞ୍ଚ କରିଥିଲା ଏବଂ ନିକଟରେ Galaxy Z Fold 2 ଲଞ୍ଚ କରିଥିଲା। ତେଣୁ ଆପଲ ମଧ୍ୟ ଫୋଲ୍ଡେବଲ ଡିସପ୍ଲେ ଯୁକ୍ତ ସ୍ମାର୍ଟଫୋନ ଉପରେ କାମ କରିବା ଆରମ୍ଭ କରିଛି। ଏହାସହ ଫୋଲ୍ଡିଂ ଆଇଫୋନ ମଧ୍ୟ ଆଣିପାରେ। ଆପଲ ଫୋଲ୍ଡେବଲ ଆଇଫୋନକୁ ନେଇ ଇଣ୍ଡଷ୍ଟ୍ରୀ ଇନସାଇଡର୍ସଙ୍କ ରାୟ ମଧ୍ୟ ଅଲଗା ଅଲଗା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.