ଜିମେଲରେ ଆପେ ଆପେ Delete ହୋଇଯିବ ଫାଲତୁ Mails, ଫୋନର ଷ୍ଟୋରେଜକୁ ଏପରି କରନ୍ତୁ ଖାଲି

ଗୁଗଲର ମେଲ ଆପ୍‌, ଜିମେଲ ଏକ ବହୁତ ଲୋକପ୍ରିୟ ପ୍ଲାଟଫର୍ମ ଏବଂ ବହୁତ ଲୋକ ଏହି ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି। ତେଣୁ ଆଜି ଆମେ ଆପଣଙ୍କୁ ଗୁଗଲକୁ ନେଇ ଏକ ବହୁତ ବଢ଼ିଆ ତରିକା ବତାଇବୁ ଯାହା ସାହାଯ୍ୟରେ ଆପଣଙ୍କ ଜିମେଲ ଆକାଉଣ୍ଟକୁ ଆସୁଥିବା ସମସ୍ତ ଫାଲତୁ ମେସଲ୍ସ ଆପେ ଆପେ ହିଁ ଡିଲିଟ୍‌ ହୋଇଯିବ। ତେବେ ଆସନ୍ତୁ ଏହି ଫିଚର ଉପାୟରେ ଥରେ ନଜର ପକାଇବା।

ସାଧାରଣତଃ କୌଣସି ବି ଆପକୁ ଆକସେସ୍‌ କରିବା ପାଇଁ ଆମକୁ ସେଥିରେ ନିଜର ଇମେଲ ଆଇଡି ଦେବାକୁ ପଡିଥାଏ। ଯେତେବେଳେ ଅଧିକାଂଶ ଲୋକ ଜିମେଲର ବ୍ୟବହାର କରୁଛନ୍ତି ତାହେଲେ କମନ୍‌ କଥା ଯେ ଆମକୁ ବହୁତ ସାରା ମେଲ୍ସ ଆସିଥାଏ। ଦରକାରୀ ମେଲ ବ୍ୟତୀତ ସ୍ପାମ ମେଲ୍ସ ବି ଜିମେଲର ବହୁତ ଜାଗା ନେଇଯାଇଥାଏ।ଅନେକ ଥର ତ ସେହି ବେକାର ମେଲ୍ସ କାରଣରୁ ଅନେକ କାମିକା ଓ ଦରକାରୀ ମେଲ୍ସ ମିସ୍‌ ହୋଇଯାଏ। ଆଜି ଆମେ ଆପଣଙ୍କୁ ଏକ ଟ୍ରିକ ବିଷୟରେ ଜଣାଇବ ଯାହାଦ୍ୱାରା ଜିମେଲର ଏହି ସ୍ପାମ ମେଲ୍ସ ନିଜେ ନିଜେ ହିଁ ଡିଲିଟ୍‌ ହୋଇଯିବ।

ଏପରି ଆପେ ଆପେ ଡିଲିଟ ହେବ ସ୍ପାମ୍‌ ମେଲ୍ସ

ଯଦି ଆପଣ ଭାବୁଛନ୍ତି ଏମିତି କେମିତି ହୋଇପାରିବ ଯେ ଆପେ ଆପେ ଫାଲତୁ ମେଲ୍ସ ଡିଲିଟ ହୋଇଯିବ ତାହେଲେ ଏହାର ପ୍ରୋସେସ୍‌ ଜାଣନ୍ତୁ। ଫାଲତୁ ମେଲ୍ସକୁ ଅଟୋମେଟିକାଲୀ ଡିଲିଟ କରିବା ପାଇଁ ଜିମେଲ ଆପଣଙ୍କୁ ଏକ ଖାସ ଫିଚର ଅଫର କରିଛି ଯାହାର ନାଁ ହେଉଛି ‘ଫିଲ୍ଟର୍ସ ଫର ଅଟୋ-ଡେଲିସନ (Filters for Auto-Deletion) । ଏହାକୁ ବ୍ୟବହାର କରିବା ପାଇଁ ଆପଣଙ୍କଚ ପ୍ରଥମେ ଜିମେଲ ଆକାଉଣ୍ଟ ଖୋଲିବାକୁ ହେବ। ଏହାପରେ ସର୍ଚ୍ଚ ବାରରେ ଆପଣଙ୍କୁ ଫିଲ୍ଟରର ଅପ୍ସନ ଦେଖାଯିବ। ଏମିତି ବି ହୋଇପାରେ ସର୍ଚ୍ଚ ବାରରେ ଆପଣଙ୍କୁ ଫିଲ୍ଟରର ଅପ୍ସନ ଦେଖା ବି ନଯାଇପାରେ। ତେବେ ଆପଣଙ୍କୁ ଚିନ୍ତା କରିବାର ନାହିଁ। ଏଥିପାଇଁ ଆପଣଙ୍କୁ ଏହି ଅପ୍ସନ ସେଟିଙ୍ଗସରେ, ‘ଫିଲ୍ଟର୍ସ ଏବଂ ଆଡ୍ରେସେଜ୍‌’ର ଟ୍ୟାବରେ ମିଳିଯିବ। ଯେଉଁଥିରେ ଆପଣ୍କୁ କେବଳ ‘କ୍ରିଏଟ ଫିଲ୍ଟର’ ଉପରେ କ୍ଲିକ କରିବାକୁ ହେବ। ‘ଫିଲ୍ଟର’ ଅପ୍ସନକୁ କ୍ଲିପ କରିବା ପରେ ଆପଣ ଦେଖିବେ ଯେ ଏହାର ପୂରା ଉପରେ ‘ଫ୍ରମ’ (From) ଲେଖାଥିବ। ବାସ୍‌ ଏଇଠି ନିଜର ଇମେଲ୍ସର ନାମ କିମ୍ବା ଇମେଲ ଆଡ୍ରେସ ସେଠାରେ ଟାଇପ୍‌ କରନ୍ତୁ, ଯାହାକୁ ଆପଣ ଡିଲିଟ୍‌ କରିବାକୁ ଚାହୁଁଛନ୍ତି। ସେହି ମେଲ୍‌ ଆଡ୍ରେସ ସିଲେକ୍ଟ ହୋଇଯିବ, ଯେଉଁ ମେଲ୍ସ ଆପଣ ପସନ୍ଦ କରୁନାହାଁନ୍ତି।

ଏହିପରିଭାବେ ଆପଣ ସହଜ ତରିକାରେ ସ୍ପାମ ମେଲ୍ସକୁ ନିଜ ଫୋନରୁ ଡିଲିଟ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.