BSNL ଲଞ୍ଚ କଲା ନିଜର Selfcare ଆପ୍,ରିଚାର୍ଜ ପ୍ଲାନ୍ ଓ ବିଲ୍ରେ ୟୁଜର୍ସଙ୍କୁ କରିବ ସହାୟତା
ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଏୟାରଟେଲ, ଜିଓ ଏବଂ ଭିଆଇ ନିଜର ଆପ୍ ଲଞ୍ଚ କରିଥିବା ବେଳେ ରିଚାର୍ଜ ଓ ଅନ୍ୟ ସହାୟତା ପାଇଁ ଏହା ୟୁଜର୍ସଙ୍କୁ ସହଜ କରିଛି । ଏଥିରେଲାଟେଷ୍ଟ ପ୍ଲାନ ସମ୍ପର୍କରେ ମଧ୍ୟ ନୋଟିଫିକେସନ୍ ପ୍ରାପ୍ତ ହୋଇଥାଏ । ତେବେ ଭାରତ ସଂଚାର ନିଗମ ବା BSNL ଏବେ ନିଜର Selfcare ଆପ୍ ଲଞ୍ଚ କରିଛି ।
ଏହା Google Play Store ଏବଂ App Store ରେ ଉପଲବ୍ଧ । ଏହା ୟୁଜର୍ସଙ୍କୁ ପ୍ରିପେଡ ପ୍ଲାନ,ମେନ୍ ଆକାଉଣ୍ଟ ବାଲାନ୍ସ, ପ୍ଲାନ ଭାଲିଡିଟି, ଲାଟେଷ୍ଟ ଅଫର ଆଦିରେ ସହାୟତା କରିବ । ଏଥିସହିତ ବିଏସ୍ଏନ୍ଏଲ ଉପଭୋକ୍ତା ନିଜର ଚାଲୁଥିବା ପ୍ଲାନ,ଉପଲବ୍ଧ ପ୍ୟାକେଜ ଓ ଥିବା ଫ୍ରି ଡାଟା ଆଦି ଯାଞ୍ଚ କରିପାରିବେ ।
Selfcare ଆପ୍ କୁ ବିଲ୍ ପେ, ରିଚାର୍ଜ, ମ୍ୟାନେଜ ଆକାଉଣ୍ଟ, ଟ୍ରାନ୍ଜାକ୍ସନ ହିଷ୍ଟ୍ରି, ସ୍ପେସାଲ ଅଫର,ହେଲ୍ପ ଆଣ୍ଡ ସପୋର୍ଟ ଆଦି ବିଭିନ୍ନ ସହାୟତା ପାଇଁ ଉପଯୋଗ କରିହେବ । ୟୁଜର୍ସ ଏହି ଆପକୁ ଡାଉନଲୋଡ କରିବା ପରେ OTP ସହିତ ଏହାକୁ ରେଜିଷ୍ଟର କରିପାରିବେ ।
BSNL Selfcare ଆପ୍ ବ୍ୟବହାର କରି ରିଚାର୍ଜ କରିବା ପାଇଁ, ୟୁଜର୍ସ ଆପକୁ ହୋମପେଜ ରେ Recharge Now ଉପରେ କ୍ଲିକ୍ କରିପାରିବେ । ଏଥିରେ ଯାଞ୍ଚ କରି ଯେଉଁ ପ୍ଲାନ ଚାର୍ଜ କରିବା ପାଇଁ ଚାହୁଁଛନ୍ତି ତାହା କରିପାରିବେ । BSNL ପୋଷ୍ଟ ପେଡ ୟୁଜର୍ସ ଏହି ଆପ୍ ମାଧ୍ୟମରେ ବିଲ୍ ପେମେଣ୍ଟ ମଧ୍ୟ କରିପାରିବେ । ପେମେଣ୍ଟ ପାଇଁ ୟୁଜର୍ସ Quick Pay ମାଧ୍ୟମ ମଧ୍ୟ ଚୟନ କରିପାରିବେ ।