ଅନଲାଇନ ସପିଂ ପ୍ଲାଟଫର୍ମରୁ ଏହି ଫୋନକୁ ଶସ୍ତାରେ କିଣନ୍ତୁ, ଜାଣନ୍ତୁ ମୂଲ୍ୟ ଏବଂ ଫିଚର

ଅନଲାଇନ ସପିଂ ପ୍ଲାଟଫର୍ମରୁ Realme C55କୁ ଶସ୍ତାରେ କିଣିବାର ସୁଯୋଗ ମିଳୁଛି । କମ୍ପାନୀ ଦ୍ୱାରା 64MP କ୍ୟାମେରା, 8GB RAM, 5000mAh ବ୍ୟାଟେରୀ, 33W ଫାଷ୍ଟ ଚାର୍ଜିଂ ସହିତ ଏହି Realme ଫୋନ ଆରମ୍ଭ କରାଯାଇଛି ।

Realme C55 ସ୍ମାର୍ଟଫୋନ କିଛି ମାସ ପୂର୍ବରୁ ଭାରତରେ ଲଞ୍ଚ ହୋଇଛି । ଅନଲାଇନ ସପିଂ ପ୍ଲାଟଫର୍ମରୁ ଏହି ଫୋନକୁ ଶସ୍ତାରେ କିଣିବାର ସୁଯୋଗ ମିଳୁଛି । କମ୍ପାନୀ ଦ୍ୱାରା 64MP କ୍ୟାମେରା, 8GB RAM, 5000mAh ବ୍ୟାଟେରୀ, 33W ଫାଷ୍ଟ ଚାର୍ଜିଂ ସହିତ ଏହି Realme ଫୋନ ଆରମ୍ଭ କରାଯାଇଛି । ତେବେ ଆମେ ଆପଣଙ୍କୁ ଏହି Realme ଫୋନ ବିଷୟରେ ଡିଟେଲରେ କହିବାକୁ ଯାଉଛୁ । Realme C5 ସ୍ମାର୍ଟଫୋନ ତିନୋଟି ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଆପଣ ବେସ ମଡେଲକୁ ୧୦,୯୯୯ ଟଙ୍କାରେ କିଣି ପାରିବେ । ଅନ୍ୟପଟେ 6GB + 64GB ମଡେଲକୁ ୧୧,୯୯୯ ଟଙ୍କାରେ ଏବଂ 8GB + 128GB ମଡେଲକୁ ୧୩,୯୯୯ ଟଙ୍କାରେ କିଣାଯାଇପାରିବ ।

ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ Realme C5 ସ୍ମାର୍ଟଫୋନରେ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କାର୍ଡ ରେ କିଣିବା ଦ୍ୱାରା ୫% କ୍ୟାସବ୍ୟାକ ଦିଆଯାଉଛି । ଏହା ସହିତ Realme ଫୋନରେ ଏକ୍ସଚେଞ୍ଜ ଡିସକାଉଣ୍ଟ ମଧ୍ୟ ମିଳୁଛି । ଗ୍ରାହକମାନେ ପୁରୁଣା ଫୋନ ଏକ୍ସଚେଞ୍ଜ କରି ଆଡିସନାଲ ଡିସକାଉଣ୍ଟର ଲାଭ ମଧ୍ୟ ପାଇପାରିବେ । ଏହା ଆପଣଙ୍କ ପୁରୁଣା ଫୋନର ଅବସ୍ଥା ଉପରେ ନିର୍ଭର କରିବ । ଯଦି ଆପଣଙ୍କର ଏକ ପୁରୁଣା ଫୋନ ଅଛି, ଆପଣ ଏହାକୁ ଏକ୍ସଚେଞ୍ଜ କରି ୧୦,୪୫୦ ଟଙ୍କା ପର୍ଯ୍ୟନ୍ତ ବଞ୍ଚାଇ ପାରିବେ । ଅର୍ଥାତ ଏକ୍ସଚେଞ୍ଜ ଅଫର ବ୍ୟବହାର କରି ଆପଣ ଏହି ଫୋନକୁ ମାତ୍ର ୫୪୯ ଟଙ୍କାରେ କିଣି ପାରିବେ ।

Realme C55 ର ଫିଚର କଣ ରହିଛି ଆସନ୍ତୁ ଜାଣିବା । ୬.୭୨ ଇଞ୍ଚର ଫୁଲ HD ଡିସପ୍ଲେ ସହିତ Realme C55 ଲଞ୍ଚ କରାଯାଇଛି । MediaTek Helio G88 ଚିପସେଟ ସହିତ ଫୋନ ଆସିଛି । ତିନୋଟି ର‍୍ୟାମ ଅପ୍ସନ ସହିତ କମ୍ପାନୀ ସ୍ମାର୍ଟଫୋନକୁ ଲଞ୍ଚ କରିଛି ।

Realme C55 ର ବେସ ଭାରିଆଣ୍ଟ 4 GB RAM ଏବଂ 64 GB ଇଣ୍ଟରନାଲ ଷ୍ଟୋରେଜ ସହିତ ଆସିଥାଏ । Realme ନୂଆ ଫୋନର ବ୍ୟାକ ପ୍ୟାନେଲକୁ ଏକ ସନସାଓ୍ଵାର ଫିନିଶ ଦିଆଯାଇଛି ଏବଂ ଏହା ଏକ ପ୍ଲାଷ୍ଟିକ ବଡିରେ ରହିଛି ।

କମ୍ପାନୀ 64 ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ସହିତ Realme C55 କୁ ଲଞ୍ଚ କରିଛି । ସେଲଫି କ୍ଲିକ କରିବା ପାଇଁ ଏବଂ ଭିଡିଓ କଲିଂ ପାଇଁ ଏକ 8 ମେଗାପିକ୍ସେଲର କ୍ୟାମେରା ମିଳୁଛି । ଫୋନରେ 5000mAh ବ୍ୟାଟେରୀ ଦିଆଯାଇଛି, ଏହା 33W ଚାର୍ଜିଂ ସ୍ପିଡ୍ ଫିଚର ସହିତ ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.