୨୯୬ ଟଙ୍କା ଖର୍ଚ୍ଚ କରି ସାରା ଜୀବନ ଫ୍ରିରେ ଜଳାଇ ପାରିବେ ଘରର ଲାଇଟ, ଆସିବନି ଇଲେକ୍ଟ୍ରି ବିଲ୍‌

ଆମେ ଯେଉଁ ଡିଭାଇସ୍ ବିଷୟରେ କହୁଛୁ ତାହା ପ୍ରକୃତରେ ଏକ ସୋଲାର ପାଓ୍ଵାର୍ଡ ଏଲଇଡି ଲାଇଟ । ଏହା ସେହି ସ୍ଥାନଗୁଡିକରେ ବହୁତ ଭଲ ଭାବରେ ବ୍ୟବହାର କରାଯାଇ ପାରିବ, ଯେଉଁଠାରେ ବିଦ୍ୟୁତ ଯୋଗାଯୋଗର ସମସ୍ୟା ଦେଖାଯାଇଥାଏ କିମ୍ବା ବିଦ୍ୟୁତ୍ ବିଲ୍ ଆବଶ୍ୟକତା ଠାରୁ ଅଧିକ ହୋଇଥାଏ ।

ଅନେକ ଲୋକଙ୍କ ପାଇଁ ଇଲେକ୍ଟ୍ରି ବିଲ୍‌ ଏକ ବଡ଼ ସମସ୍ୟା ହୋଇଥାଏ । ଏହି ସମସ୍ୟା ପାଇଁ ପ୍ରତ୍ୟେକ ମାସରେ ଲୋକଙ୍କୁ ଇଲେକ୍ଟ୍ରି ବିଲ୍‌ ଭରିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଇଲେକ୍ଟ୍ରି ବିଲ ଯଦି ଲଗାତାର ବଢ଼ିଥାଏ ତେବେ ଏହା ଆପଣଙ୍କର ମାସିକ ଖର୍ଚ୍ଚ ଉପରେ ପ୍ରଭାବ ପକାଇବ । ଏପରି ସ୍ଥିତିରେ, ଯଦି ଆପଣ ଚାହିଁବେ ଆପଣ ନିଜ ଘରର ଅତି କମରେ ଗୋଟିଏ ମହଲାର ଇଲେକ୍ଟ୍ରି ବିଲ୍‌ ସଞ୍ଚୟ କରିପାରିବେ । ଏଥିପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ବରଂ ଆପଣଙ୍କୁ ଏକ ଶକ୍ତିଶାଳୀ ଏବଂ ଶସ୍ତା ପ୍ରଡକ୍ଟର ବ୍ୟବହାର କରିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ଏହି ପ୍ରଡକ୍ଟ କଣ? ଯାହା ଦ୍ୱାରା ଆପଣଙ୍କ ଇଲେକ୍ଟି୍ର ବିଲ୍‌ କମ ହୋଇପାରିବ ।

ଆମେ ଯେଉଁ ଡିଭାଇସ୍ ବିଷୟରେ କହୁଛୁ ତାହା ପ୍ରକୃତରେ ଏକ ସୋଲାର ପାଓ୍ଵାର୍ଡ ଏଲଇଡି ଲାଇଟ, ଯାହାର ନାମ Goodsmaze Solar Interaction Wall Lamp Solar Light Set । ଏହା ସେହି ସ୍ଥାନଗୁଡିକରେ ବହୁତ ଭଲ ଭାବରେ ବ୍ୟବହାର କରାଯାଇ ପାରିବ, ଯେଉଁଠାରେ ବିଦ୍ୟୁତ ଯୋଗାଯୋଗର ସମସ୍ୟା ଦେଖାଯାଇଥାଏ କିମ୍ବା ବିଦ୍ୟୁତ୍ ବିଲ୍ ଆବଶ୍ୟକତା ଠାରୁ ଅଧିକ ହୋଇଥାଏ । ଏହି ଏଲଇଡି ଲାଇଟର ବିଶେଷତା ହେଉଛି ଏହାକୁ ଜଳେଇବା ପାଇଁ ଆପଣଙ୍କୁ ଏହାକୁ ଅନ୍ କରିବାକୁ ପଡିବ ନାହିଁ କିମ୍ବା ଆପଣଙ୍କୁ କୌଣସି ପ୍ରକାର ଶକ୍ତି ଯୋଗାଇବାକୁ ପଡିବ ନାହିଁ । ଆପଣଙ୍କୁ କେବଳ ଏପରି ସ୍ଥାନରେ ସୋଲାର ପାଓ୍ଵାର୍ଡ ଲାଇଟ ସ୍ଥାପନ କରିବାକୁ ପଡିବ ଯେଉଁଠାରେ ସୂର୍ଯ୍ୟ କିରଣ ଭଲ ଆସୁଥିବ । ଏଥିରେ ଲାଗିଥିବା ସୋଲାର ପ୍ୟାନେଲ ଏବଂ ବ୍ୟାଟେରୀରୁ ଏହା ନିଜେ ପାଓ୍ଵାର ଜେନେରେଟ କରିବା ସହିତ ଏହାକୁ ଷ୍ଟୋର କରିଥାଏ ।

ମୂଲ୍ୟ ବିଷୟରେ କହିବାକୁ ଗଲେ ଗ୍ରାହକମାନେ ଏହି ଡିଭାଇସକୁ ଫ୍ଲିପକାର୍ଟରୁ ମାତ୍ର ୨୯୬ ଟଙ୍କାରେ କିଣି ପାରିବେ । ଏହାର ମୂଲ୍ୟ ଭିନ୍ନ ଭିନ୍ନ ୱେବସାଇଟରେ ମଧ୍ୟ ଭିନ୍ନ ହୋଇଥାଏ । ଏହାର ଡିଜାଇନ ବହୁତ ଭଲ ଏବଂ ଏହି ଏଲଇଡି ଲାଇଟ୍ ପୋର୍ଟେବଲ୍ ରହିଥାଏ, ଯେଉଁ କାରଣରୁ ଆପଣ ଏହାକୁ ସହଜରେ ଯେକୌଣସି ସ୍ଥାନକୁ ନେଇପାରିବେ । ଆପଣ ଏହାକୁ ଆପଣଙ୍କ ଘରର ବଗିଚା ଏବଂ ଛାତରେ ଲଗାଇ ପାରିବେ । ଯେଉଁଠାରେ ଏହା ସିଧାସଳଖ ସୂର୍ଯ୍ୟ କିରଣ ପାଇଥାଏ ଏବଂ ଏଥିରେ ଲାଗିଥିବା ମୋସନ୍ ସେନ୍ସର ହେତୁ ଏହା କୌଣସି କାର୍ଯ୍ୟକଳାପ ହେବା ମାତ୍ରେ ସ୍ୱୟଂଚାଳିତ ଭାବରେ ଅନ୍ ହୋଇଯାଏ । ଏହାକୁ ଲଗାଇବା ଦ୍ୱାରା ଆପଣଙ୍କୁ ଜୀବନ ସାରା ଇଲେକ୍ଟ୍ରି ବିଲ୍‌ ଦେବାକୁ ପଡ଼ିବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.