ଯଦି ଶିକ୍ଷକ ଏମିତି ହେବେ ତ ନିହାତୀ ବଦଳିବ ସରକାରୀ ସ୍କୁଲର ଚିତ୍ର, ଭାଇରାଲ୍ ହେଉଛି ଭିଡିଓ

ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଶିକ୍ଷକ ପିଲାମାନଙ୍କ ସହ 'ତାଲ ସେ ତାଲ ମିଲା' ଗୀତର ତାଳେ ତାଳେ ପିଲାଙ୍କୁ ନାଚ ଶିଖାଉଥିବାର ନଜର ଆସିଛନ୍ତି । ଏହି ଭିଡିଓଟି ଖୁବ୍ ମାତ୍ରାରେ ଭାଇରାଲ ହେଉଛି ।

ନୂଆଦିଲ୍ଲୀ: ଆମ ଦେଶରେ ସରକାରୀ ବିଦ୍ୟାଳୟର ବ୍ୟବସ୍ଥା କଥା ତ ଆପଣଙ୍କୁ ଜଣା । ଅଭିଭାବକ ମାନେ ନିଜ ପିଲାଙ୍କ ଆଡମିଶନ କରିବାକୁ ପଛଘୁଞ୍ଚା ଦିଅନ୍ତି । ଗୋଟିଏ ପଟେ ଯେଉଁଠାରେ ଘରୋଇ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନ କରାଯିବା ସହିତ ନୃତ୍ୟ, ସନ୍ତରଣ ଏବଂ କରାଟେ ଭଳି କଳାକୌଶଳ ଶିକ୍ଷା ଦିଅନ୍ତି, ଅନ୍ୟ ପଟେ ସରକାରୀ ବିଦ୍ୟାଳୟରେ ଭଲ ଗୁଣାତ୍ମକ ଜ୍ଞାନ ପାଇବା କଷ୍ଟକର ହୁଏ ବୋଲି ପ୍ରାୟତଃ ସମୟ ଶୁଣିବାକୁ ମିଳିଥାଏ ।

ତେବେ ବର୍ତ୍ତମାନ ସରକାରୀ ବିଦ୍ୟାଳୟର ରୂପ ରେଖ ଧିରେ ଧିରେ ବଦଳୁଥିବାବେଳେ, ଏଭଳି କିଛି ଶିକ୍ଷକ ନିଯୁକ୍ତ ହୋଉଛନ୍ତି, ଯେଉଁମାନଙ୍କ ପାଖରେ ସକାକାରୀ ବିଦ୍ୟାଳୟ ପ୍ରତି ଥିବା ଲୋକଙ୍କ ଭାବନାକୁ ବଦଳାଇବାର ଦକ୍ଷତା ରହିଛି । ନିକଟରେ ସୋସିଆଲ ମିଡିଆରେ ଜଣେ ମହିଳା ଶିକ୍ଷକଙ୍କ ଭିଡିଓ ଭାଇରାଲ ହୋଇଥିଲା, ଯିଏ ପିଲାମାନଙ୍କୁ ଭଲ ସ୍ପର୍ଶ ଏବଂ ଖରାପ ସ୍ପର୍ଶ ବିଷୟରେ କହୁଥିଲେ । ବର୍ତ୍ତମାନ ଏହା ପରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଶିକ୍ଷକ ପିଲାମାନଙ୍କ ସହ ‘ତାଲ ସେ ତାଲ ମିଲା’ ଗୀତର ତାଳେ ତାଳେ ପିଲାଙ୍କୁ ନାଚ ଶିଖାଉଥିବାର ନଜର ଆସିଛନ୍ତି ।

dance

ନିକଟରେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଯାହା ଦେଖିବାକୁ ମିଳିଛି କି, ଏକ ସରକାରୀ ବିଦ୍ୟାଳୟର ଶିକ୍ଷକ ତାଙ୍କର ଛାତ୍ରୀମାନଙ୍କୁ ପପୁଲାର ବଲିଉଡ ଗୀତ ‘ତାଲ ସେ ତାଲ ମିଲା’ ଗୀତରେ ନାଚ ଶିଖାଉଛନ୍ତି। ଯାହାକୁ ଖୁବ୍ ସୁନ୍ଦର ଭାବେ ଛାତ୍ରୀମାନେ ଗ୍ରହଣ କରୁଛନ୍ତି । ଏହି ଭିଡିଓଟିକୁ ଦେଖି ସୋସିଆଲ୍‌ ମିଡିଆ ଉପଭୋକ୍ତାମାନେ ଖୁବ୍‌ ପ୍ରଶଂସା କରୁଛନ୍ତି ।

ଏହି ଭାଇରାଲ୍ କ୍ଲିପ୍ ଏକ୍ସରେ ପ୍ରିୟା ସିଂ ନାମକ ଏକ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା । ଯାହାର କ୍ୟାପସନରେ ଲେଖା ହୋଇଛି, ‘‘ଆଶ୍ଚର୍ଯ୍ୟଜନକ ଭିଡିଓ। ଯଦି ସରକାରୀ ବିଦ୍ୟାଳୟର ଶିକ୍ଷକମାନେ ମନ ଦେବେ ତ ବିଦ୍ୟାଳୟର ଚିତ୍ର ନିଶ୍ଚିତ ବଦଳିବ। ଏହି ଶିକ୍ଷକଙ୍କୁ ଦେଖନ୍ତୁ, ସେ କିପରି ପିଲାମାନଙ୍କୁ ପୂର୍ଣ୍ଣ ଆନ୍ତରିକତାର ସହିତ ନାଚ ଶିଖାଉଛନ୍ତି।

ତେବେ ଅଗଷ୍ଟ ୨୪ ତାରିଖରେ ଏହି ଭିଡିଓଟି ସେୟାର୍‌ ହୋଇଥିବାବେଳେ, ଏଥିରେ ମାତ୍ର ୫୮ସେକେଣ୍ଡ୍‌ର କ୍ଲିପ୍ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଖୁସି ଦେଇଛି । ଭିଡିଓକୁ ଦେଖି ବାରି ହୋଇପଡୁଛି ଯେ କିପରି ପୂରା ଉତ୍ସାହର ସହିତ ଶିକ୍ଷକ ଜଣଙ୍କ ନିଜ ଛାତ୍ରୀମାନଙ୍କୁ ନାଚ ଶିଖାଉଛନ୍ତି । ଛାତ୍ରୀମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଶିକ୍ଷକଙ୍କୁ ଅନୁକରଣ କରି ଚାଲିଛନ୍ତି। ଏହି ଭିଡିଓକୁ ସୋସିଆଲ୍ ପ୍ଲାଟଫର୍ମରେ ବହୁତ ପସନ୍ଦ କରାଯାଉଛି ଥିବାବେଳେ ଭିଡିଓଟିକୁ ବହୁ ପରିମାଣରେ ଲାଇକ, କମେଣ୍ଟ ଓ ସେୟାର କରାଯାଇଛି।