Below header

ସମ୍ବଲପୁର ବିଶ୍ବବିଦ୍ୟାଳୟ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ: ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର

ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଭିସିଙ୍କୁ ଲିଖିତ ଅଭିଯୋଗ କରିଥିଲେ ମହିଳା ପ୍ରଫେସର । ଘଟଣାକୁ ଗୁରୁତର ସହ ନେଇଛନ୍ତି କୁଳପତି ।

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁର ବିଶ୍ବବିଦ୍ୟାଳୟ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ ଘଟଣାର କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର । ବିଶ୍ବବିଦ୍ୟାଳୟ କୁଳସଚିବ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନଲମ୍ବନ କରିଛନ୍ତି।

ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଭିସିଙ୍କୁ ଲିଖିତ ଅଭିଯୋଗ କରିଥିଲେ ମହିଳା ପ୍ରଫେସର । ଘଟଣାକୁ ଗୁରୁତର ସହ ନେଇଛନ୍ତି କୁଳପତି । ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ ହୋଇଛି। ପୂର୍ବରୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨ମାସ ତଳେ ରଜତ କୁଜୁର ନିଲମ୍ବିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.