ନେଟଓ୍ଵର୍କ ନଥିଲେ ମଧ୍ୟ ଏହି ଫୋନରେ ଲାଗିଥାଏ କଲ୍‌, ଜାଣନ୍ତୁ ଘଣ୍ଟାପ୍ରତି କେତେ ଉଠେ ବିଲ୍‌

ସ୍ମାର୍ଟଫୋନ ବ୍ୟବହାର କରିବା ପାଇଁ ବଡ଼ ବଡ଼ ମୋବାଇଲ ଟାଓ୍ଵାରମାନ ଲଗାଯାଇଛି, ଯାହା ଦ୍ୱାରା ନେଟଓ୍ଵାର୍କ ଫ୍ରିକ୍ୱେନ୍ସି ଭଲ ରହିଥାଏ । ଏବଂ କଲ୍‌ କରିବାରେ କୌଣସି ସମସ୍ୟା ହୋଇନଥାଏ । କିନ୍ତୁ ଯଦି ଆପଣ କୌଣସି ଦୂର ସ୍ଥାନକୁ ଯାଉଛନ୍ତି, ତେବେ ଆପଣ କଲ କରିବା ସମୟରେ ବେଳେବେଳେ ସମସ୍ୟା ଦେଖାଯାଇଥାଏ । କାରଣ ଏହି ସ୍ଥାନ ମାନଙ୍କରେ ଟାଓ୍ଵାର ଲଗାଇବା ପାଇଁ ସୁବିଧା ନଥାଏ ।

ସମଗ୍ର ଦୁନିଆରେ ମୋବାଇଲ ଫୋନ ବ୍ୟବହାର କରାଯାଉଛି । ଏହି ଫୋନ ସାହାଯ୍ୟରେ ଆପଣ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଆପଣଙ୍କ ସମ୍ପର୍କୀୟଙ୍କୁ କଲ୍‌ କରିପାରିବେ । ତେବେ ଏହି ସ୍ମାର୍ଟଫୋନ ବ୍ୟବହାର କରିବା ପାଇଁ ବଡ଼ ବଡ଼ ମୋବାଇଲ ଟାଓ୍ଵାରମାନ ଲଗାଯାଇଛି, ଯାହା ଦ୍ୱାରା ନେଟଓ୍ଵାର୍କ ଫ୍ରିକ୍ୱେନ୍ସି ଭଲ ରହିଥାଏ । ଏବଂ କଲ୍‌ କରିବାରେ କୌଣସି ସମସ୍ୟା ହୋଇନଥାଏ । କିନ୍ତୁ ଯଦି ଆପଣ କୌଣସି ଦୂର ସ୍ଥାନକୁ ଯାଉଛନ୍ତି, ତେବେ ଆପଣ କଲ କରିବା ସମୟରେ ବେଳେବେଳେ ସମସ୍ୟା ଦେଖାଯାଇଥାଏ । କାରଣ ଏହି ସ୍ଥାନ ମାନଙ୍କରେ ଟାଓ୍ଵାର ଲଗାଇବା ପାଇଁ ସୁବିଧା ନଥାଏ । ଏପରିସ୍ଥିତିରେ ସ୍ମାର୍ଟଫୋନର ସିଗନାଲ ଦୁର୍ବଳ ହୋଇଯାଏ ଏବଂ ଆପଣ ଯୋଗାଯୋଗ କରିପାରନ୍ତି ନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି ମାର୍କେଟରେ ଏପରି ଏକ ଫୋନ ରହିଛି ଯାହା ବିନା ନେଟଓ୍ଵର୍କରେ କାମ କରିପାରେ । ଏଭଳି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ତେବେ ଆମେ କହୁଛୁ ସାଟେଲାଇଟ ଫୋନ ବିଷୟରେ । ଏହି ସାଟେଲାଇଟ ଫୋନ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ କିନ୍ତୁ ଆପଣ ଏହାକୁ ବ୍ୟବହାର କରି ନଥିବେ ।

ଭାରତ ସମେତ ଅନେକ ଦେଶରେ ସାଟେଲାଇଟ ଫୋନର ବ୍ୟବହାର କରାଯାଉଛି । ଏହା ଏପରି ସ୍ଥାନରେ କାମ କରେ ଯେଉଁଠାରେ ସିଗନାଲ ଷ୍ଟ୍ରେଙ୍ଗଥ୍‌ କମ ଥାଏ କିମ୍ବା ସିଗନାଲ ନଥାଏ । ଏହା ସାଟେଲାଇଟ ସାହାଯ୍ୟରେ କାମ କରିଥାଏ । ସ୍ମାର୍ଟଫୋନ ତୁଳନାରେ ଏହାର ଅଡିଓ କ୍ୱାଲିଟି ଭଲ ଥାଏ । କିନ୍ତୁ ଏହାକୁ ବ୍ୟବହାର କରିବାର ଅନୁମତି ସମସ୍ତଙ୍କୁ ନଥାଏ । ଏହା ଦେଶର ଯେକୌଣସି ସ୍ଥାନରୁ ବ୍ୟବହାର କରାଯାଇ ପାରିବ, ଏପରିକି ଆପଣ ବିମାନ ଯାତ୍ରା ଏବଂ ସିପ୍‌ରେ ମଧ୍ୟ ଏହାର ବ୍ୟବହାର କରିପାରିବେ । ଭାରତରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ହିଁ ସାଟେଲାଇଟ ଫୋନ ବ୍ୟବହାର କରିବାର ଅନୁମତି ରହିଛି । ଡିଫେନ୍ସ, ସେନା, ବିଏସଏଫ ସମେତ ଡିଜାଷ୍ଟର ମ୍ୟାନେଜମେଣ୍ଟକୁ ହିଁ ଏହାକୁ ବ୍ୟବହାର କରିବାର ଅନୁମତି ମିଳିଛି । ଏହା ବ୍ୟତୀତ କିଛି ନିର୍ଦ୍ଦିଷ୍ଟ ଲୋକ ହିଁ ଏହାର ବ୍ୟବହାର କରି ପାରିବେ ।

ସାଟେଲାଇଟ ଫୋନ ବ୍ୟବହାର କଲେ କେତେ ଟଙ୍କା ଖର୍ଚ୍ଚ ହେଉଥିବ ତାହା ଆପଣମାନେ କଳ୍ପନା ମଧ୍ୟ କରିପାରିବେ ନାହିଁ । ଯଦି ଆପଣ ସାଟେଲାଇଟ ଫୋନରେ କିଛି ଘଣ୍ଟା ପାଇଁ କଥାବାର୍ତ୍ତା କରନ୍ତି ତେବେ ଏହାର ମୂଲ୍ୟ ଏକ ଲକ୍ଷ ଉପରେ ଆସିଥାଏ । ସାଟେଲାଇଟ ଫୋନର ଆରମ୍ଭ ମୂଲ୍ୟ ୩୦ ହଜାରରୁ ୫୦ ହଜାର ମଧ୍ୟରେ ହୋଇଥାଏ । ଏପରିସ୍ଥିତିରେ ଆପଣ ଏହି ଫୋନ ବ୍ୟବହାର କରିବା ବିଷୟରେ ଚିନ୍ତା ମଧ୍ୟ କରିପାରିବେ ନାହିଁ । ତେଣୁ ସାଧାରଣ ମଣିଷଙ୍କ ପାଇଁ ସ୍ମାର୍ଟଫୋନ ହିଁ ଉଚିତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.