Below header

ଏବେ କାର୍‌ କହିବ ଡ୍ରାଇଭର କେତେ ପିଇଛି ମଦ, ଷ୍ଟାର୍ଟ ହେବନାହିଁ ଗାଡ଼ି : ୨୦ ବର୍ଷର ଛାତ୍ର ତିଆରି କଲେ ଖାସ୍‌ ଡିଭାଇସ୍‌

ଗାଡ଼ିରେ ବସିବା ମାତ୍ରେ ଜଣାପଡ଼ିଯ ିବ ଆପଣ କେତେ ମଦ ପିଇଛନ୍ତି । ମଦର ମାତ୍ରା ଯଦି ଅଧିକ ହେବ ତେବେ ଗାଡ଼ି ହେବ ନାହିଁ ଷ୍ଟାର୍ଟ । ଏମିତି ଏକ ଡିଭାଇସ୍‌ ତିଆରି କରିଛନ୍ତି ଚଣ୍ଡିଗଡ଼ ୟୁନିଭରସିଟିର ଛାତ୍ର ମୋହିତ ।

ଚଣ୍ଡିଗଡ଼ : ସଡ଼କ ଦୁର୍ଘଟଣା ଉପରେ ଲଗାମ୍‌ ଲଗାଇବା ପାଇଁ ଚଣ୍ଡିଗଡ଼ ୟୁନିଭରସିଟିର ଜଣେ ଛାତ୍ର ଏକ କମାଲ୍‌ ଡିଭାଇସ୍‌ ନିର୍ମାଣ କରିଛନ୍ତି । ଏହି ସପ୍ଟେଓ୍ଵୟାରକୁ ଗାଡ଼ିରେ ଫିଟ୍‌ କରାଯାଇ ପାରିବ । ଗାଡିରେ ଲାଗିବା ପରେ ଏଡି ଡିଭାଇସ୍‌ ଡ୍ରାଇଭର କେତେ ମଦ ପିଇଲା ଓ ସିଟ୍‌ ବେଲ୍ଟ ଲଗାଇଲା କି ନାହିଁ ତାହା ଉପରେ ନଜର ରଖିବ ।

ଖାଲି ସେତିକି ନୁହେଁ ଡ୍ରାଇଭର ଯଦି ଆବଶ୍ୟକ ମାତ୍ରା ଠାରୁ ଅଧିକ ମଦ ପିଇଥିବ ତେବେ ଗାଡ଼ି ଷ୍ଟାର୍ଟ ହେବ ନାହିଁ । ଫଳରେ ଏହି ଡିଭାଇସ୍‌ ଦୁର୍ଘଟଣାକୁ ରୋକିବାରେ ବିଶେଷ ସହାୟକ ହେବ । ଏମିତି ଏକ ଡିଭାଇସ୍‌ ତିଆରି କରିଛନ୍ତି ଚଣ୍ଡିଗଡ଼ ୟୁନିଭରସିଟିର ଛାତ୍ର ମୋହିତ ।

ମଦ ପିଇଲେ ଚଳାଇ ପାରିବେନି ଗାଡ଼ି :

ଏହି ଡିଭାଇସ୍‌ର ସବୁଠୁ ଖାସ୍‌ କଥା ହେଉଛି ଆପଣ ମଦ ପିଇଲେ ଆଉ ଗାଡ଼ି ଚଳାଇ ପାରିବେ ନାହିଁ । ଏହି ଡିଭାଇସରେ ଏପରି ଏକ ଆପ୍‌ ଦିଆଯାଇଛି ଯେ ଆପଣ କାର୍‌ରେ ବସିଲେ ହିଁ କାର୍‌ ପତା କରିନେବ ଯେ ଆପଣ କେତେ ମଦ ପିଇଛନ୍ତି ।

ଯଦି ଆପଣଙ୍କ ଆଲ୍‌କୋହଲ ମାତ୍ରା ୦.୦୮ ପ୍ରତିଶତ ଆଇନ ଅନୁମୋଦିତ ମାତ୍ରା ଠାରୁ ଅଧିକ ରହିବ, ତେବେ କାର୍‌ ଇଂଜିନି ଷ୍ଟାର୍ଟ ହେବ ନାହିଁ । ଗାଡ଼ିର ଷ୍ଟିଅରିଂ ଛୁଇଁଲା ମାତ୍ରେ ଏଥିରେ ଲାଗିଥିବା ସେନ୍ସର ପତା ଲଗାଇଦେବ ଯେ ଡ୍ରାଇଭର କେତେ ମାତ୍ରାର ମଦ ପିଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.