ମେକ୍ସିକୋ: ସାମ୍ନାକୁ ଆସିଲା ୩୦୦ଫୁଟ ଗଭୀର ବିରାଟକାୟ ଗାତ, ଭାଇରାଲ ହେଲା ଫଟୋ

ରାସ୍ତାରେ ଗାତ ରହିଥିବାର ଆମେ ସମସ୍ତେ ଜାଣିଛେ ଓ ଦେଖିଛେ ମଧ୍ୟ । ଏହା ପାଇଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଥାଏ । ଆଜି କାଲି କାମ ପାଇଁ ମଧ୍ୟ ରାସ୍ତା ଖୋଳାଯାଉଛି । କିନ୍ତୁ ସେସବୁକୁ ଭଲ ଭାବେ ପୋତାଯାଉନାହିଁ ।  ମେକ୍ସିକୋର ଏକ ସ୍ଥାନରେ ଏମିତି ଗାତ ଦେଖିବାକୁ ମିଳିଛି । ଯାହା ଏବେ ପୁରା ଚର୍ଚ୍ଚାର ବିଷୟ ପାଲଟିଛି ।

ମେକ୍ସିକୋର ଏକ ଚାଷ ଜମିରେ ବିରାଟକାୟ ଗାତ ଦେଖିବାକୁ ମିଳିଛି । ଯାହାପାଇଁ ସ୍ଥାନୀୟ ପ୍ରଶାସନ ଖୁବ ଚିନ୍ତାରେ ରହିଛି । ଏହି ଗାତ Puebla, Santa Maria Zacatepec ସ୍ଥାନରେ ଦେଖିବାକୁ ମିଳିଛି ।ଏଠାରେ ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ବିରାଟକାୟ ଗାତ ଦେଖିବାକୁ ମିଳିଛି । ଯାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନ୍ୟୁୟର୍କ ପୋଷ୍ଟ ମୁତାବକ ଏହା ପ୍ରଥମେ ୧୫ ଫୁଟର ଥିଲା । ଏହା ଧିରେ ଧିରେ ବଢ଼ି ଡାୟମିଟର ୩୦୦ ଫୁଟର ହୋଇଯାଇଛି ।

 ଏତେ ଗଭୀର ବିରାଟକାୟ ଗାତକୁ ଦେଖି ସ୍ଥାନୀୟ ଲୋକ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । ସ୍ଥାନୀୟ ଲୋକଙ୍କୁ ଏହଠାରୁ ଦୂରେଇ ରହିବାକୁ କୂହାଯାଇଛି । Miguel Barbosa Huerta ଏହି ସ୍ଥାନର ଗର୍ଭନର , ତାଙ୍କ କହିବା ଅନୁଯାୟୀ ଏହି ଘଟଣାକୁ ନେଇ ତର୍ଜମା ଚାଲିଛି । ଏହାସହ ଲୋକଙ୍କ ସୁରକ୍ଷା ପାଇଁ ତାଙ୍କୁ ସଚେତନ ମଧ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.