ଗୁଗଲ୍ AI କର୍ମଚାରୀଙ୍କୁ ୧୦ ମିଲିୟନ୍ ଡଲାର୍ ପ୍ୟାକେଜରେ ଆକର୍ଷିତ କରୁଛି ChatGPT, ବଢ଼ିଲାଣି ପ୍ରତିଯୋଗିତା

ChatGPT ମେକର୍ସମାନେ ୧୦ ମିଲିୟନ୍ ଡଲାର୍ ପର୍ଯ୍ୟନ୍ତ ଦରମା ପ୍ୟାକେଜ ପ୍ରଦାନ କରି ଗୁଗଲ୍ AI କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଚେଷ୍ଟା କରୁଛନ୍ତି । ରିପୋର୍ଟ ଅନୁସାରେ OpenAI ଗୁଗଲ ସହିତ ଏହାର ପ୍ରତିଯୋଗିତାକୁ ଆହୁରି ବଢ଼ାଇ ଦେଇଛି ।

ChatGPT ମେକର୍ସମାନେ ୧୦ ମିଲିୟନ୍ ଡଲାର୍ ପର୍ଯ୍ୟନ୍ତ ଦରମା ପ୍ୟାକେଜ ପ୍ରଦାନ କରି ଗୁଗଲ୍ AI କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଚେଷ୍ଟା କରୁଛନ୍ତି । ରିପୋର୍ଟ ଅନୁସାରେ OpenAI ଗୁଗଲ ସହିତ ଏହାର ପ୍ରତିଯୋଗିତାକୁ ଆହୁରି ବଢ଼ାଇ ଦେଇଛି । AI କମ୍ପାନୀ ଆକର୍ଷଣୀୟ ପ୍ୟାକେଜ୍ ପ୍ରଦାନ କରୁଛି, ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କାର ଦରମା ଏବଂ ଟେଷ୍ଟିଂ ପାଇଁ AI ଏକ୍ସଲେଟର ଚିପ୍ସ ଭଳି ମଡର୍ଣ୍ଣ ଟେକନିକ୍‌ ଜିନିଷ ସାମିଲ ରହିଛି ।

ଗତ ମାସରେ, ବ୍ଲୁମବର୍ଗ OpenAIର କର୍ମଚାରୀଙ୍କ ସେୟାର ସେଲକୁ ଏକ୍ସପ୍ଲୋର କରିଥିଲେ, ଯାହାର ମୂଲ୍ୟ ୮୬ ବିଲିୟନ ଡ଼ଲାର ଥିଲା । ନୂଆ ଭାବେ ନିଯୁକ୍ତି ନେବାକୁ ଥିବା କର୍ମଚାରୀଙ୍କୁ ୫ ମିଲିୟନ୍ ରୁ ୧୦ ମିଲିୟନ୍ ଡଲାର୍ ପ୍ୟାକେଜ୍ ମିଳିପାରେ । ରିପୋର୍ଟ ଅନୁଯାୟୀ ଗୁଗଲ୍ ଏବଂ ମେଟାର ଏକ୍ସପର୍ଟମାନେ OpenAIରେ ସଫଳତାର ସହ ଜଡିତ ହୋଇଛନ୍ତି । ଏହାର ChatGPT ଲଞ୍ଚରେ କମ୍ପାନୀ ପାଞ୍ଚ ଜଣ ପୂର୍ବତନ ଗୁଗଲ୍ ରିସର୍ଚ୍ଚରଙ୍କ ବିଷୟରେ ଉଲ୍ଲେଖ କରିଛି । ଖବର ଅନୁସାରେ ଫେବୃଆରୀ ପର୍ଯ୍ୟନ୍ତ OpenAI ୯୩ ଜଣଙ୍କୁ ନିଯୁକ୍ତି ଦେଇଛି ଯେଉଁମାନେ ଗୁଗଲ ଏବଂ ମେଟାରେ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ୫୯ଜଣ ଗୁଗଲ୍ AI ଏବଂ ୩୪ ଜଣ ମେଟାରୁ ଆସିଥିଲେ ।

ନିଜ ଟିମ୍‌ କୁ ମଜବୁତ କରିବା ପାଇଁ OpenAI ନିଜର ସୁପର ଆଲାଇନମେଣ୍ଟ ଟିମ୍‌ ପାଇଁ ଏକ ରିସର୍ଚ୍ଚ ଇଞ୍ଜିନିୟରଙ୍କୁ ନିଯୁକ୍ତ କରୁଛି । ଏହି ପଦବୀ ପାଇଁ ବାର୍ଷିକ ଦରମା ପ୍ୟାକେଜ୍ $ ୨୪୫,୦୦୦ରୁ $ ୪୫୦,୦୦୦ ମଧ୍ୟରେ ରହିଛି । କମ୍ପାନୀ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରୁଛି ।

ChatGPT ଆକ୍ଟିଭ ଭାବେ ଭଲ ଚିନ୍ତା ଧାରା ରଖୁଥିବା ବ୍ୟକ୍ତି, କୋଡିଙ୍ଗ୍‌ ଏକ୍ସପର୍ଟିଜ୍‌ ର AI ସିକ୍ୟୁରିଟିକୁ ନେଇ ସେଣ୍ଟିମେଣ୍ଟାଲ ଲୋକଙ୍କ ସନ୍ଧାନ କରୁଛି । OpenAI ଏବଂ ଗୁଗଲ ମଧ୍ୟରେ ହେଉଥିବା ଟ୍ୟାଲଣ୍ଟର ଏହି ଯୁଦ୍ଧ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇଣ୍ଡଷ୍ଟ୍ରୀରେ ଜୋରଦାର କମ୍ପିଟିସନ୍‌କୁ ଦେଖାଉଛି । ନିକଟରେ OpenAI ରିପୋର୍ଟରେ ପ୍ରକାଶ ପାଇଛି ଯେ ସେମାନଙ୍କର AI chatbotକୁ ବର୍ତ୍ତମାନ ପ୍ରତି ସପ୍ତାହରେ ୧୦୦ ମିଲିୟନ ଲୋକ ବ୍ୟବହାର କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.