୧୨ ଘଣ୍ଟାରେ ଦୁଇଟି ଟ୍ରେନରେ ଅଗ୍ନିକାଣ୍ଡ, ବୈଶାଳୀ ଏକ୍ସପ୍ରେସରେ ଲାଗିଲା ନିଆଁ: ୧୯ ଆହତ

୧୨ ଘଣ୍ଟା ଭିତରେ ଉତ୍ତରପ୍ରଦେଶର ଇଟାୱାରେ ଦୁଇଟି ଟ୍ରେନରେ ଅଗ୍ନିକାଣ୍ଡ । ବୈଶାଳୀ ଏକ୍ସପ୍ରେସ ଟ୍ରେନରେ ଆଜି ସକାଳୁ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି ।ଦିଲ୍ଲୀରୁ ସହରସା ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ଏସ୍-୬ ବଗିରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିଯିବାରୁ ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ନୂଆଦିଲ୍ଲୀ : ୧୨ ଘଣ୍ଟା ଭିତରେ ଉତ୍ତରପ୍ରଦେଶର ଇଟାୱାରେ ଦୁଇଟି ଟ୍ରେନରେ ଅଗ୍ନିକାଣ୍ଡ । ବୈଶାଳୀ ଏକ୍ସପ୍ରେସ ଟ୍ରେନରେ ଆଜି ସକାଳୁ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି ।ଦିଲ୍ଲୀରୁ ସହରସା ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ଏସ୍-୬ ବଗିରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିଯିବାରୁ ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି ।  ଯାତ୍ରୀମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।

 

ସେହିପରି ଗତକାଲି ନୂଆଦିଲ୍ଲୀ-ଦରଭଙ୍ଗା କ୍ଲୋନ ସ୍ପେସାଲ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ହୁହୁ ହୋଇ ଜଳିଯାଇଥିଲା ଟ୍ରେନ। ଉତ୍ତର ପ୍ରଦେଶର ସରାଇ-ଭୋପତ ଷ୍ଟେସନ ଅତିକ୍ରମ କଲା ବେଳେ S1କୋଚରେ ନିଆଁ ଲାଗି ଯାଇଥିଲା। ଫଳରେ ହୁତୁହୁତ ହୋଇ ଜଳିଥିଲା କୋଚ୍।

ଷ୍ଟେସନ ମାଷ୍ଟର ଧୂଆଁ ଦେଖିବା ପରେ ଟ୍ରେନକୁ ଅଟାଇଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡରେ ଭୟାବହ ଥିଲେ ବି କେହି ମୃତାହତ ହୋଇ ନଥିବା ନର୍ଥ ସେଣ୍ଟ୍ରାଲ ରେଳବାଇର ସିପିଆରଓ ପକ୍ଷରୁ ସୂଚନା ମିଳିଥିଲା।

 

You might also like