ସୃଷ୍ଟି ହେଲା ଗଭୀର ଅବପାତ, ଅଧିକ ଘନୀଭୂତ ହୋଇ ଉତ୍ତର- ଉତ୍ତରପୂର୍ବ ଦିଗ ମୁହାଁଇବ

ସୃଷ୍ଟି ହେଲା ଗଭୀର ଅବପାତ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଡିପ୍ରେସନ୍ ନେଇଛି ଡିପ୍ ଡିପ୍ରେସନର ରୂପ । ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି ଗଭୀର ଅବପାତ । ଏବେ ବିଶାଖାପାଟଣାରୁ ୩୮୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, ପାରାଦୀପରୁ ୩୮୦ କିଲୋମିଟର ଦକ୍ଷିଣ ଓ ଦୀଘାରୁ ୫୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ସୃଷ୍ଟି ହେଲା ଗଭୀର ଅବପାତ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଡିପ୍ରେସନ୍ ନେଇଛି ଡିପ୍ ଡିପ୍ରେସନର ରୂପ । ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି ଗଭୀର ଅବପାତ । ଏବେ ବିଶାଖାପାଟଣାରୁ ୩୮୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, ପାରାଦୀପରୁ ୩୮୦ କିଲୋମିଟର ଦକ୍ଷିଣ ଓ ଦୀଘାରୁ ୫୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି । ଗଭୀର ଅବପାତ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ପରେ ଅଧିକ ଘନୀଭୂତ ହେବା ସହ ବାଂଲାଦେଶ ଉପକୂଳ ମୁହାଁଇବ ।

୧୮ ତାରିଖ ସକାଳେ ବାଂଲାଦେଶ ଉପକୂଳର ମୋଙ୍ଗଲା ଓ ଖେପୁରୁରା ମଝିରେ ଅତିକ୍ରମ କରିବା ସମ୍ଭାବନା ରହିଛି । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଓ ଏହା ବଢ଼ି ୭୫ କିଲୋମିଟର ଛୁଇଁପାରେ । ଗଭୀର ଅବପାତ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ହେଲାଣି । ପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଲା ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବରକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୨ ଜିଲ୍ଲା ଭଦ୍ରକ ଓ ବାଲେଶ୍ବରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୩ ଜିଲ୍ଲା ମୟୂରଭଞ୍ଜ, ଯାଜପୁର ଓ କେନ୍ଦ୍ରାପଡ଼ାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ଅବପାତ ପ୍ରଭାବରେ ଅଶାନ୍ତ ହୋଇଛି ସମୁଦ୍ର । ଏଥିପାଇଁ ୧୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.