୨ ମିଲିୟନ ଭାରତୀୟଙ୍କ ଆକାଉଣ୍ଟ ବ୍ୟାନ କଲା Whatsapp, କାହିଁକି ଜାଣନ୍ତୁ

ଚଳିତ ବର୍ଷ ଜାନୁଆରୀ ମାସରେ ହ୍ୱାର୍ଟ୍ସପ ପାଖାପାଖି ୨ ମିଲିୟନ ଆକାଉଣ୍ଟ ଗୁଡିକୁ ବ୍ୟାନ କରିଥିବା ନେଇ ସୂଚନା ମିଳିଛି । ଇନଫର୍ମେଶନ ଟେକ୍ନୋଲୋଜି ନିୟମ ୨୦୨୧ ଅନ୍ତର୍ଗତ 4(1)(d)ରୁ ଏହି ସୂଚନା ଆସିଥିବା ଜଣାଯାଇଛି | ଚଳିତ ବର୍ଷ ଜାନୁଆରୀ ୧ ରୁ ୩୧ ତାରିଖ ମଧ୍ୟବର୍ତ୍ତୀ ସମୟରେ ଏହି ରିପୋର୍ଟ ଗ୍ରହଣ କରାଯାଇଛି । ରିପୋର୍ଟ ମୁତାବକ, ମେଟା ଅଧିକୃତ କମ୍ପାନୀ ଗୋଟିଏ ମାସ ଭିତରେ ୧୮ ଲକ୍ଷ ୫୮ ହଜାର ଭାରତୀୟ ଆକାଉଣ୍ଟକୁ ବ୍ୟାନ କରିଥିବା ଜଣାଯାଇଛି । ଏହି Whats app ଅନୁଯାୟୀ ଭାରତରେ ପୂର୍ବରୁ ଲାଗୁ ହୋଇଥିବା ନୀତିନିୟମ ଗୁଡିକୁ ଅମାନ୍ୟ କରିବାରୁ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଅବଶ୍ୟ Whatsapp ପକ୍ଷରୁ ଏମିତି ବ୍ୟାନ ଲାଗୁ ହେବା ପ୍ରଥମ ନୁହେଁ । ପୂର୍ବରୁ ୨୦୨୧ ମସିହା ଜୁନ ୧୬ ତାରିଖରୁ ଜୁଲାଇ ୩୧ ତାରିଖ ଅର୍ଥାତ ୪୬ ଦିନ ଭିତରେ ପ୍ରାୟ ୩ ମିଲିୟନ ଆକାଉଣ୍ଟକୁ ବ୍ୟାନ କରିଥିଲା Whatsapp । ଆଉ ଏହା ପରେ ନଭେମ୍ବର ମାସରେ ୧.୭ ମିଲିୟନ ଆକାଉଣ୍ଟକୁ ବ୍ୟାନ କରିଥିଲା Whatsapp । ଉପଭୋକ୍ତା ମାନଙ୍କର ବେଆଇନ ଆଚରଣ କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।
ଦିନ କୁ ଦିନ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଫେକ ନ୍ୟୁଜର ବଢ଼ି ଚାଲିଥିବା, ଆଉ ଏପରି ମେସେଜ ଗୁଡିକ କାରଣରୁ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ମୟ ପରିସ୍ଥିତି ଉପୁଜିବା କାରଣରୁ ହ୍ୱାଟ୍ସଅପ ନିଜ ପ୍ଲାଟ୍ଫର୍ମରେ ସୁରକ୍ଷା ବଢ଼ାଇବା ସହିତ ୟୁଜର ମାନଙ୍କ ବେଆଇନ କାର୍ଯ୍ୟକୁ ନେଇ ଦଣ୍ଡ ମଧ୍ୟ ଦେଉଛି । ୟୁଜରଙ୍କ ଦ୍ୱାରା ଜାରି ହୋଇଥିବା ରିପୋର୍ଟରେ ବି ଏହି ତଥ୍ୟ ପ୍ରକାଶ ପାଇଥିବା ଜଣାଯାଇଛି । ଜଣେ ୟୁଜର ଅନ୍ୟ ଜଣଙ୍କ ନାଁରେ ମାନସିକ ସ୍ତରରେ ଅତ୍ୟାଚାର କରିବା, କୌଣସି ପ୍ରକାର ଅସହଜ ବ୍ୟବହାର ପ୍ରଦର୍ଶନ କରିବା, ବିଭିନ୍ନ ଜାତି କିମ୍ବା ବର୍ଣ୍ଣକୁ ନେଇ କମେଣ୍ଟ କରିବା, ଅଶାଳୀନ ମନ୍ତବ୍ୟ ଦେଇ କମେଣ୍ଟ କଲେ ମଧ୍ୟ କୋର୍ଟରେ ଅଭିଯୋଗ ଦାୟର କରାଯାଇ ପାରିବ ।
ଥରେ ହ୍ବାର୍ଟ୍ସପ କୌଣସି ଅଭିଯୋଗ ଗ୍ରହଣ କଲେ କିମ୍ବା ତା ନିକଟକୁ କୌଣସି ଅଭିଯୋଗ ଆସିଲେ ଏହା ସେହି ମେସେଜ ସମେତ ପୂର୍ବର ୫ ଟି ମେସେଜକୁ ଏକାଠି କରି ଏକ କଣ୍ଟେଣ୍ଟ ପ୍ରସ୍ତୁତ କରିଥାଏ । ଏହି ଇନ୍ଷ୍ଟଣ୍ଟ ମେସେଜିଙ୍ଗ ପ୍ଲାଟ୍ଫର୍ମଟି ଗ୍ରୁପ କିମ୍ବା ବ୍ୟକ୍ତି ବିଶେଷଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବା ସହିତ ମେସେଜ ପଠାଇବାର ସମୟ ତଥା ମେସେଜଟି କେଉଁ ମାଧ୍ୟମରେ ପଠାଯାଇଛି ସେବାବଦରେ ତଥ୍ୟ ହାସଲ କରିନେଇଥାଏ । କେବେ କେବେ କୌଣସି ଭୁଲ ନଥାଇ ମଧ୍ୟ କମ୍ପାନୀ ପକ୍ଷରୁ ଆକାଉଣ୍ଟକୁ ବ୍ୟାନ କରାଯାଇଥାଏ । ଆଉ ଯଦି ଏମିତି ପରିସ୍ଥିତି କେବେ ଆସେ ତେବେ କମ୍ପାନୀ ଦ୍ୱାରା ଜାରି ହୋଇଥିବା ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଅଭିଯୋଗ ଦାୟର କରିହେବ ।