ଦୁନିଆର ସବୁଠାରୁ ଶୀଘ୍ର ଚାର୍ଜ ହେଉଥିବା ଫୋନ, ମାତ୍ର ୨୧ ମିନିଟ୍‌ ରେ ହେବ ବ୍ୟାଟେରୀ ଫୁଲ୍‌

ସ୍ମାର୍ଟଫୋନ ସହ ଜଡିତ ଟେକ୍ନୋଲୋଜି ବହୁତ ଜଲଦି ବଦଳିବାରେ ଲାଗିଛି। ଏନେଇ କମ୍ପାନୀଗୁଡିକ ମଧ୍ୟ ନିଜ ନିଜ ଫୋନକୁ ସବୁଠାରୁ ଫାଷ୍ଟ କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ଡିଭାଇସ୍‌ ର ଡିସପ୍ଲେ, କ୍ୟାମେରା ଠାରୁ ଆରମ୍ଭ କରି ବ୍ୟାଟେରୀ ସବୁ ଦମଦାର୍‌ ହେବା ଆବଶ୍ୟକ ଏବଂ ପ୍ରିମିୟମ ଡିଭାଇସ୍‌ ଗୁଡିକରେ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ମଧ୍ୟ କମ୍ପାନୀ ଦେଉଛି। ଗୋଟିଏ ପରେ ଗୋଟିଏ ଫୋନ ପାଓ୍ଵାରଫୁଲ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ସହ ମାର୍କେଟକୁ ଆସିବା ସହ ସବୁଠାରୁ ଶୀଘ୍ର ଚାର୍ଜ ହେବାର ଦାବି କରିଛି। ସୂଚନା ଅନୁଯାୟୀ ବର୍ତ୍ତମାନ ସାଓମିର ଏକ ଫୋନ 120W ଫାଷ୍ଟ ଚାର୍ଜିଂ ସହ ମାର୍କେଟକୁ ଆସିଛି, ଯାହା କେବଳ ୨୧ ମିନିଟ୍‌ ରେ ଫୁଲ୍‌ ଚାର୍ଜ କରାଯାଇପାରିବ।

Xiaomi ର ସବୁଠାରୁ ଶକ୍ତିଶାଳୀ Mi 10 ଅଲଟ୍ରା ଫୋନର ନାଁ ସାମ୍ନାକୁ ଆସିଛି | APAC ରେ ଟେକ୍ ଏକ୍ଜିକ୍ୟୁଟିଭ୍ ଡୋନୋଓ୍ଵନ ସଂଗ ଏକ ଟ୍ଵିଟ କରି ଏହି ଫୋନର ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜିର ଡିସପ୍ଲେ ସେୟାର କରିଛନ୍ତି। ସେଂଗ ନିଜ ଟ୍ଵିଟରେ ସାଓମିର ଫ୍ଲେଗସିପ୍‌ ଡିଭାଇସ Mi 10 Ultra ର ଭିଡିଓ ସେୟାର କରିବା ସହ ଲେଖିଛନ୍ତି, ଏହା ଦୁନିଆର ସବୁଠାରୁ ଶୀଘ୍ର ଚାର୍ଜ ହେଉଥିବା ଫୋନ।

mi 10 ultra1ସଂଗଙ୍କ ଦାବି ଅନୁଯାୟୀ, Mi 10 Ultra କେବଳ ୨୧ ମିନିଟ୍‌ ରେ ୦ ରୁ ୧୦୦ ପ୍ରତିଶତ ଚାର୍ଜ ହୋଇଥାଏ। ଏଥିସହ ସେ ଲେଖିଛନ୍ତି ଷପାନରେ ଗ୍ରେଫିନ-ଇନହେସ୍ଡ Li-ion 4500mAh (ଦୁଇଟି 2250mAh ) ର ବ୍ୟାଟେରୀ ଦିଆଯାଇଛି ଏବଂ ଏଥିସହ 120 W ଚାର୍ଜର ମଧ୍ୟ ଉପଲବ୍ଧ। ସୂଚନା ମୁତାବକ ସାଓମିର ଏହି ଫୋନ ୫୦ ଓ୍ଵାଟର ସ୍ୱାୟରଲେସ ଚାର୍ଜିଂ ଏବଂ ୧୦ ଓ୍ଵାଟ ପର୍ଯ୍ୟନ୍ତ ରଭର୍ସ ଓ୍ଵାୟରଲେସ ଚାର୍ଜିଂକୁ ମଧ୍ୟ ସପୋର୍ଟ କରିଥାଏ। କମ୍ପାନୀ କହିବାନୁଯାୟୀ ୧୨୦W ଫାଷ୍ଟ ଚାର୍ଜିଂ ସହ ଏହି ଫୋନ ୫ମିନିଟ୍‌ ୪୧ ପ୍ରତିଶତ ଏବଂ ୨୩ ମିନିଟ୍‌ ରେ ୧୦୦ ପ୍ରତିଶତ ଚାର୍ଜ ହୋଇପାରିବ।

ଫାଷ୍ଟ ଚାର୍ଜିଂ ବ୍ୟତୀତ Mi 10 Ultra ର କ୍ୟାମେରା ଭଧ୍ୟ ଜବରଦସ୍ତ। ଏହି ଷପାନରେ କ୍ୟାମେରାରେ 120x ଅଲ୍ଟ୍ଯା ଜୁମ୍‌ ର ମଧ୍ୟ ସପୋର୍ଟ ସହିତ ଆସିଥାଏ। ଫୋନର କ୍ୱାଡ କ୍ୟାମେରା ସେଟଅପ୍‌ରେ ୪ ୮ ମେଗାପିକ୍ସେଲର ପ୍ରାଇମେରି ସେନସର ଏବଂ 120x ଅଲ୍ଟ୍ଯା ଜୁମ୍‌ ଟେଲିଫଟୋ ସୁଟର୍‌ ମଧ୍ୟ ରହିଛି। 20 ମେଗାପିକ୍ସେଲ ସେଲଫି କ୍ୟାମେରା ଥିବା ଫୋନଟି 6.67-ଇଞ୍ଚ ଫୁଲ୍ HD + ଡିସପ୍ଲେ ସହିତ 120Hz ର ସତେଜ ହାର ଏବଂ 240Hz ର ଟଚ୍ ସାମ୍ପଲିଂ ସହ ଆସିଥାଏ | ଏହି ଡିଭାଇସ୍‌ ଗତ ଅଗଷ୍ଟ ମାସରେ ଚାଇନା ବଜାରରେ ଲଞ୍ଚ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.