କ୍ରେଡିଟ କାର୍ଡ ବ୍ୟବହାରକାରୀ ରୁହନ୍ତୁ ସାବଧାନ, ହୋଇପାରନ୍ତି ଠକେଇର ଶିକାର

ଅନଲାଇନ ମାଧ୍ୟମରେ ଲୋକମାନେ ଅଧିକ କ୍ରୟ କରିଥାନ୍ତି । କ୍ରେଡିଟ କାର୍ଡର ବ୍ୟବହାର ବଢିବା ସହ ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତଗତିରେ ବଢିବାରେ ଲାଗିଛି । ଆପଣ ଯଦି ଅଲନାଇନ କ୍ରୟରେ କ୍ରେଡ଼ିଟ କାର୍ଡ଼ ବ୍ୟବହାର କରୁଛନ୍ତି ତେବେ ଏହା ପ୍ରତି ଧ୍ୟାନ ଦେବା ଉଚିତ୍ । କାରଣ ଛୋଟ ଅବହେଳା ମଧ୍ୟ ଆପଣଙ୍କୁ କ୍ଷତି ପହଁଚାଇ ପାରିବ । କ୍ରେଡିଟ କାର୍ଡରେ ହୋଇପାରନ୍ତି ଠକାମିର ଶିକାର।

କ୍ରେଡିଟ୍ କାର୍ଡ ଏକ ପ୍ଲାଷ୍ଟିକ ଭୁଗତାନ କାର୍ଡ । ଏହା ୟୁଜର୍ସଙ୍କୁ କ୍ରେଡିଟ ରେ ଜିନିଷ କିଣିବା ସହ ଆର୍ଥିକ ଅନୁଷ୍ଠାନରୁ ଟଙ୍କା ଉଧାର ନେବାରେ ସାହାଯ୍ୟ କରିଥାଏ । ତେଣୁ ଅନେକ ଏହାକୁ ମନ ଇଚ୍ଛା ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ମନ ଇଚ୍ଛା ବ୍ୟବହାର ଆପଣଙ୍କ ପାଇଁ ସମସ୍ୟା ଆଣିପାରେ । ଆଜିର ସମୟରେ ଅଧିକାଂଶ ଲୋକ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି। କ୍ରେଡିଟ୍ କାର୍ଡ ମାଧ୍ୟମରେ ଯେ କୌଣସି ସ୍ଥାନରେ ଦେୟ ଅତି ସହଜ ହୋଇଥାଏ । କ୍ରେଡିଟ୍ କାର୍ଡ ମାଧ୍ୟମରେ ଲୋକମାନେ ତୁରନ୍ତ କ୍ରେଡିଟ୍ କାର୍ଡ ରୁ ପେମେଣ୍ଟ୍ କରିପାରିବେ ଏବଂ ପରେ କ୍ରେଡିଟ୍ କାର୍ଡ ବିଲ୍ ପୈଠ କରିପାରିବେ । କିନ୍ତୁ କ୍ରେଡିଟ୍ କାର୍ଡ ଲୋକଙ୍କୁ ଗରିବ କରିପାରେ ।

ଅନଲାଇନ ମାଧ୍ୟମରେ ଲୋକମାନେ ଅଧିକ କ୍ରୟ କରିଥାନ୍ତି । କ୍ରେଡିଟ କାର୍ଡର ବ୍ୟବହାର ବଢିବା ସହ ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତଗତିରେ ବଢିବାରେ ଲାଗିଛି । ଆପଣ ଯଦି ଅଲନାଇନ କ୍ରୟରେ କ୍ରେଡ଼ିଟ କାର୍ଡ଼ ବ୍ୟବହାର କରୁଛନ୍ତି ତେବେ ଏହା ପ୍ରତି ଧ୍ୟାନ ଦେବା ଉଚିତ୍ । କାରଣ ଛୋଟ ଅବହେଳା ମଧ୍ୟ ଆପଣଙ୍କୁ କ୍ଷତି ପହଁଚାଇ ପାରିବ ।

କ୍ରେଡ଼ିଟ କାର୍ଡ଼ ମାଧ୍ୟମରେ ବିନା ପିନରେ ଦେୟର କ୍ଷମତା ରହିଛି । ଏମିତିରେ ଯଦି ଭୂଲ ବସତଃ କାର୍ଡ଼ଟି କେଉଁଠି ହଜି ଯାଉଛି କିମ୍ବା ଚୋରି ହୋଇଯାଉଛି ,ତେବେ ଅପଣ କ୍ଷତିରେ ପଡ଼ିପାରନ୍ତି । କ୍ରେଡ଼ିଟ କାର୍ଡ଼ର ଧାରକ ନିଜର ଜରୁରୀ ଅନୁସାରେ ପଏଣ୍ଟ ଅଫ ସେଲ (POS) ଉପରେ ଦେୟର ସୀମା ଧାର୍ଯ୍ୟ କରାଯାଇ ପାରିବ । ଯଦି ଆପଣ ୫୦୦୦ ଟଙ୍କାରୁ ଅଧିକ ଦେୟରେ କ୍ରେଡ଼ିଟ କାର୍ଡ଼ର ବ୍ୟବହାର କରୁ ନାହାନ୍ତି ,ତେବେ ଆପଣ ଏହାର ନିର୍ଦ୍ଧିଷ୍ଠ ସୀମା ରଖିବା ଉଚିତ ।

ଏହା କରିବା ଦ୍ୱାରା ଏକା ଥରକେ ଆପଣଙ୍କ କ୍ରେଡ଼ିଟ କାର୍ଡ଼ରୁ ନିର୍ଦ୍ଧାରିତ ସୀମାରୁ ଅଧିକ ଟଙ୍କା କେହି ମଧ୍ୟ ଦେୟ କରିପାରିବେ ନାହିଁ । ଏହି କାର୍ଡ଼ ଉପରେ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସୀମା ପର୍ଯ୍ୟନ୍ତ ନଗଦ ରାଶି ଉଠାଇପାରିବେ, କିନ୍ତୁ ଏହା କରିବା ଠାରୁ ଦୂରରେ ରୁହନ୍ତୁ ନଗଦ ଟଙ୍କା ଉଠାଇବା ଦ୍ୱାରା ସେହିଦିନ ଠାରୁ ଏହା ଉପରେ ଆପଣଙ୍କ ସୁଧ ଆରମ୍ଭ ହୋଇଯାଇଥାଏ ।

ଯେଉଁ ଲୋକ କ୍ରେଡିଟ କାର୍ଡର ବ୍ୟବହାର କରନ୍ତି ସେମାନେ ସ୍ବଭାବରେ ବହୁତ ଖର୍ଚ୍ଚୀ ହୋଇଯାନ୍ତି। ସେମାନେ ସେଭିଙ୍ଗ୍ କମ୍ କରିପାରନ୍ତି କାରଣ କ୍ରେଡିଟ କାର୍ଡ କାରଣରୁ ତାଙ୍କର ଖର୍ଚ୍ଚ ବହୁତ ଅଧିକ ହୋଇଯାଇଥାଏ। ପ୍ରଥମେ ସେମାନଙ୍କର କ୍ରେଡିଟ କାର୍ଡର ବିଲ୍ ପେମେଣ୍ଟ କରିବାରେ ହିଁ ତାଙ୍କର ଅଧିକାଂଶ ଟଙ୍କା ଶେଷ ହୋଇଯାଇଥାଏ। ଏହାଛଡା ଆପଣ ମିନିମମ୍ ପେମେଣ୍ଟ କରୁଛନ୍ତି ତେବେ ମଧ୍ୟ ବଳକା ବିଲରେ ୧୮ ପ୍ରତିଶତ ଜିଏସଟି ଲାଗିଥାଏ। ଏଥିପାଇଁ ଆପଣଙ୍କୁ କ୍ରେଡିଟ କାର୍ଡର ବ୍ୟବହାର କମ୍ କରିବା ଉଚିତ ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଭଲ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.