• Likes
  • Followers
  • Followers
  • Subscribers
  • Subscribe
  • Saturday, September 5, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • SBI ଦେଉଛି ଝିଅଙ୍କୁ ୧୫ ଲକ୍ଷ ଟଙ୍କା

SBI ଦେଉଛି ଝିଅଙ୍କୁ ୧୫ ଲକ୍ଷ ଟଙ୍କା

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ଏହି ସ୍ପେଶାଲ ସ୍କିମ ଜରିଆରେ ଏହି ସୁବିଧା ମିଳିପାରିବ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ଏହି ସ୍ପେଶାଲ ସ୍କିମ ଜରିଆରେ ଏହି ସୁବିଧା ମିଳିପାରିବ ।ଏ ନେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । ଏସବିଆଇ କହିଛି ଯେ, ବ୍ୟାଙ୍କ ସୁକନ୍ୟ ସମୃଦ୍ଧି ଯୋଜନା ଅଧୀନରେ ଝିଅମାନଙ୍କୁ ମୋଟ ୧୫ ଲକ୍ଷ ଟଙ୍କା ପ୍ରଦାନ କରୁଛି ।

By D Sonali Last updated Jun 8, 2023
sbi

ସୁକନ୍ୟା ସମୃଦ୍ଧି ଯୋଜନା କେନ୍ଦ୍ର ସରାକରଙ୍କ ତରଫରୁ ଲାଗୁ ହୋଇଥିବା ଏକ ବଢ଼ିଆ ସ୍କିମ। ଯାହା ଖାସ କରି ଝିଅମାନଙ୍କ ପାଇଁ ତିଆରି କରାଯାଇଛି। ଯାହାଦ୍ୱାରା ସେମାନଙ୍କ ଭବିଷ୍ୟତକୁ ସୁରକ୍ଷା ଦେଇହେବ। ଏହା ମଧ୍ୟରେ ଅନେକ ଲିମିଟ ରହିଛି ଯାହା ଅନ୍ତର୍ଗତ ଆପଣ ନିଜ ସୁବିଧା ଅନୁଯାୟୀ ଟଙ୍କା ଡିପୋଜିଟ କରି ଲାଭବାନ ହୋଇପାରିବେ।

ଯଦି ଆପଣ ବି ନିଜ ଝିଅର ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଏହି ଯୋଜନା ସବୁଠୁ ବେଷ୍ଟ ରହିବ। ପାଠ ପଢ଼ାଠୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁ ଚିନ୍ତାକୁ ଦୂର କରିବ ଏହି ସ୍କିମ। ଏହ ି ଖାସ ସ୍କିମରେ ଆପଣଙ୍କ ଝିଅକୁ ଲକ୍ଷାଧିକ ଟଙ୍କା ମିଳିବ। ତେବେ ଏଥିରେ ଆପଣଙ୍କୁ ବେଶି କିଛ ି କରିବାକୁ ପଡ଼ିବ ନାହିଁ କେବଳ ପ୍ରତିଦିନ କିଛି ଟଙ୍କା ଡିପୋଜିଟ କରିବାକୁ ହେବ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଦେଶର ମହିଳାମାନଙ୍କ ପାଇଁ ଏକ ବିଶେଷ ସୁବିଧା ଉପଲବ୍ଧ କରାଯାଇଛି । ଏହି ସ୍କିମ ଅନୁଯାୟୀ ଝିଅମାନଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ତେବେ ଏଭଳି ଏକ ସୁବିଧାକୁ ଆପଣ ଝିଅର ପାଠପଢା କିମ୍ବା ବିବାହ କାର୍ଯ୍ୟରେ ମଧ୍ୟ ବିନିଯୋଗ କରିପାରିବେ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ଏହି ସ୍ପେଶାଲ ସ୍କିମ ଜରିଆରେ ଏହି ସୁବିଧା ମିଳିପାରିବ ।

ଏ ନେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । ଏସବିଆଇ କହିଛି ଯେ, ବ୍ୟାଙ୍କ ସୁକନ୍ୟ ସମୃଦ୍ଧି ଯୋଜନା ଅଧୀନରେ ଝିଅମାନଙ୍କୁ ମୋଟ ୧୫ ଲକ୍ଷ ଟଙ୍କା ପ୍ରଦାନ କରୁଛି । ତେବେ ଏହି ଟଙ୍କା ଜଣେ ବ୍ୟକ୍ତି କେକୌଣସି ଉପାୟରେ ଖର୍ଚ୍ଚ କରିପାରିବେ । ଝିଅର ପାଠପଢା ହେଉ କିମ୍ବା ବିବାହ ଇତ୍ୟାଦି କାର୍ଯ୍ୟରେ ଏହି ଟଭ୍କାକୁ ଉଠାଇ ଖର୍ଚ୍ଚ କରିପାରିବେ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି । ଟ୍ୱିଟରରେ ଏକ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ ମାତ୍ର ୨୫୦ ଟଙ୍କା ଜମା କରିବାକୁ ପଡିବ । ଯାହାର ରିଟର୍ଣ୍ଣରେ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାର ସୁବିଦା ପାଇପାରିବେ ।

ଏହି ସରକରୀ ଯୋଜନା ଗ୍ରାହକଙ୍କୁ ସୁନିଶ୍ଚିତ ରୋଜଗାରର ବାଟ ଦେଖାଇଥାଏ । ଏହାସହିତ ଟାକ୍ସ ମଧ୍ୟ ଛାଡ ହୋଇ ପାରିବ । ତେବେ ବ୍ୟାଙ୍କର ଏହି ଯୋଜନା କେବଳ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ । ଝିଅମାନଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଏହି ଯୋଜନା ପ୍ରଣୟନ କରାଯାଇଛି । ଏହାବ୍ୟତୀତ ସରକାର ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ଯୋଜନାରେ ୮ ପ୍ରତିଶତ ହାରରେ ସୁଧ ମଧ୍ୟ ଦେଉଛନ୍ତି । ସେହିପରି ଜଣେ ଅଭିଭାବକ ନିଜ ୨ ଝିଅଙ୍କ ପାଇଁ ଏହି ସୁବିଧା ପାଇପାରିବେ ।

sbiSBI accountsbi alert
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
omchorizontal
Recent Posts
  • Jawan Welcome: ୨୫ ବର୍ଷ ଦେଶ ସେବା ପରେ ଫେରିଲେ ଗାଁ ପୁଅ,…

    Sep 5, 2026 0
  • Guru Diwas: ହାତୁଡ଼ି ହେଉ କି ମୋବାଇଲ, ଏଠି ଗଢ଼ାହେଉଛି…

    Sep 5, 2026 0
  • NandUtsav: ଜନ୍ମ ନେଲେ ନନ୍ଦଲାଲା, ଭଜନ-କୀର୍ତ୍ତନରେ ଝୁମିଲା…

    Sep 5, 2026 0
  • CPSE : ୩୩୬ ଏସ୍ ଆଇଙ୍କ ନିଯୁକ୍ତିକୁ ନେଇ ନବୀନଙ୍କ ପ୍ରଶ୍ନ,…

    Sep 5, 2026 0
  • Fire : ବ୍ୟାଗ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଛାରଖାର ୩ଟି ସେଡ୍

    Sep 5, 2026 0
  • Cheating : ଫ୍ଲାଟ୍ ସ୍ୱପ୍ନ ଦେଖାଇ କୋଟି କୋଟି ଟଙ୍କାର ଠକେଇ !…

    Sep 5, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ