ଟଙ୍କା ଦିଅ ନଚେତ କରୋନା ଭାଇରସ ଛାଡିଦେବୁ, ଆପଣଙ୍କ ପାଖକୁ ଆସିଛିକି ଏମିତି ଧମକ ପୂର୍ଣ୍ଣ ଇମେଲ ?

ଗୋଟେ ପଟେ କରୋନା ପୂରା ବିଶ୍ୱକୁ ନିଜ ଅକ୍ତିଆରକୁ ନେବାକୁ ବସିଥିଲା ବେଳେ ଅନ୍ୟପଟେ ସାଇବର ଅପରାଧୀ ମାନେ ବି ନିଜ ଅପରାଧର ଜାଲ ବିଛେଇ ସାରିଲେଣି । କେବେ WHO ଅଫିସର ହୋଇ ଠକିବାକୁ ଚେଷ୍ଟା କରୁଛନ୍ତି ତ କେବେ କୋଭିଡ- ୧୯ ନାମରେ ଫରଜି ୱେବସାଇଟ ବନାଇ ଲୋକଙ୍କୁ ଲୁଟିବାକୁ ଚେଷ୍ଟା କରୁଛନ୍ତି । ଏବେ ସେମାନେ ଏକ ନୂଆ ଉପାୟ ବି ଖୋଜି ବାହାର କରି ସାରିଲେଣି । ଏକ ବ୍ରିଟିଶ ସିକ୍ୟୁରିଟି ସଫ୍ଟୱେୟାର ଓ ହାର୍ଡୱେୟର କମ୍ପାନୀର ଏକ ରିପୋର୍ଟ ଅନୁଯାୟୀ, ସାଇବର କ୍ରିମିନାଲ୍ସ ମାନେ ଏକ ଧମକ ପୂର୍ଣ୍ଣ ଇମେଲ ପଠାଇ ୟୁଜର ମାନଙ୍କୁ ଟଙ୍କା ପାଇଁ ଧମକ ଦେଉଛନ୍ତି । ଯଦି ଟଙ୍କା ନ ଦେବେ ତେବେ ସେମାନଙ୍କ ନିକଟକୁ କରୋନା ଭାଇରସ ପଠାଇ ଦିଆଯିବ ବୋଲି ଧମକ ଦେଉଛନ୍ତି ।

cyber

ଏଭିତରେ ‘ସେକ୍ସଟ୍ରସନ’ ୟୁଜର ମାନଙ୍କ ଆପତ୍ତିଜନକ ଫଟୋ ନିଜ ପାଖରେ ରଖି ଟଙ୍କା ପାଇଁ ବ୍ଲାକ ମେଲ କରୁଥିଲା । ଯଦି ଟଙ୍କା ନ ଦିଆ ଯାଏ ତେବେ ସେମାନଙ୍କ ଫଟୋ ଗୁଡିକୁ ଦୁନିଆ ସାମ୍ନାକୁ ଅଣାଯିବ ବୋଲି ଧମକ ଦେଉଛନ୍ତି । କିନ୍ତୁ ଏବେକା ପରିସ୍ଥିତିରେ କରୋନା ଭାଇରସ ଡରକୁ ଟଙ୍କା ଲୁଟିବାର ମାଧ୍ୟମ କରି ଦେଇଛନ୍ତି । ସାଇବର କ୍ରିମିନାଲ ମାନେ ଇମେଲ ପଠାଇ ୪୦୦୦ ଡ଼ଲାର ଟଙ୍କା ବିଟକଏନ ହିସାବରେ ଦେବା ପାଇଁ ଧମକ ଦେଉଛନ୍ତି । ନହେଲେ ପରିବାରର ସମସ୍ତ ସଦସ୍ୟଙ୍କୁ କରୋନା ସଂକ୍ରମିତ କରାଯିବ ବୋଲି ଧମକ ଦିଆଯାଉଛି । ଧମକ କାରୀ ମାନେ ଏହା ମଧ୍ୟ ଦାବି କରିଛନ୍ତିଯେ ସେମାନଙ୍କୁ ପାସୱାର୍ଡ଼ ଜଣାଅଛି ଓ ସେମାନେ ଦୀର୍ଘ ସମୟ ଧରି ୟୁଜର ମାନଙ୍କ ଉପରେ ନଜର ରଖିବେ ।

Image result for cybercrime

ଯଦି ଆପଣଙ୍କ ପାଖକୁ ଏହି ପରି ଇମେଲ ଆସେ ତେବେ କଣ କରିବେ?

ଯଦି ଆପଣଙ୍କ ନିକଟକୁ ଏହି ପରି ମେସେଜ ବା ଇମେଲ ଆସେ ତ ଜମା ବି ଡ଼ରନ୍ତୁ ନାହିଁ । ଗତ କିଛି ବର୍ଷ ଭିତରେ ହୁଏତ ଆପଣଙ୍କ ଡାଟା ସହ ପାସୱାର୍ଡ଼ ଲିକ ହୋଇଥାଇପାରେ । ଏବାବଦରେ କମ୍ପାନୀର ପ୍ରିନ୍ସିପାଲ ରିସର୍ଚ ସାଇଣ୍ଟିଷ୍ଟ କହିଛନ୍ତିକି ଏମିତି ଧମକ ପୂର୍ଣ୍ଣ ଇମେଲ ଆସିଲେ ଆପଣ କୌଣସି ଟଙ୍କା ପଠାନ୍ତୁ ନାହିଁ । ଏସବୁ ସମ୍ପୂର୍ଣ୍ଣ ରୂପେ ମିଛ । ସେମାନଙ୍କ ପାଖରେ ଆପଣଙ୍କର କୌଣସି ଡାଟା ନାହିଁ । ଯଦି ଆପଣ ଥରେ ପଇସା ଦିଅନ୍ତି ତ ଆପଣ ସେମାନଙ୍କୁ ଆଉ ଏକ ସୁଯୋଗ ଦେବେ ଏମିତି କରିବା ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.