ଏଲେକ୍ସା ସପୋର୍ଟ ସହ ଭାରତୀୟ ବଜାରରେ ଦୁଇଟି ସ୍ମାର୍ଟଟିଭି ଲଞ୍ଚ କଲା Daiwa

ଘରୋଇ କମ୍ପାନୀ Daiwa ପୂର୍ବରୁ ଦୁଇ ଦୁଇ ଥର ଭାରତୀୟ ବଜାରରେ ନିଜ ପ୍ରସ୍ତୁତ ସ୍ମାର୍ଟ ଟିଭି ଲଞ୍ଚ କରିସାରିଛି । ଏହି ଦୁଇଟି ଟିଭିରେ ଏଲେକ୍ସା ବିଲଡ଼- ଇନର ସପୋର୍ଟ ଥିବା ବେଳେ ଏହାର ସାଇଜ ଯଥାକ୍ରମେ ୩୨ଇଞ୍ଚ ଓ ୩୯  ଇଞ୍ଚ ରଖାଯାଇଛି । ଏହି ଦୁଇ ଟିଭିରେ ଆଣ୍ଡ୍ରଏଡ ୮.୦ , ଏ ୩୫ କ୍ୱାଡକୋର ପ୍ରୋସେସର ସମେତ ବିଲଟ ଇନ ଏଲେକ୍ସା ଓ ହ୍ୟାଣ୍ଡସ ଏକ୍ସପେରିୟାନ୍ସ ସହ ବିଗ ୟୁଆଇ ଓ ବଡ କଣ୍ଟେଣ୍ଟ ଲାଇବ୍ରେରୀ ମିଳିପାରୁଛି ।

ଆଉ ସବୁଠୁ ଜରୁରୀ ହେଉଛି ଏହି ଦୁଇ ଟିଭିକୁ ଭଏସ ସାହାଯ୍ୟରେ କଣ୍ଟ୍ରୋଲ କରାଯାଇପାରିବ । ଟିଭି ସ୍କ୍ରିନରେ ପପଅପ ନୋଟିଫିକେସନ ବି ମିଳିପାରୁଛି । ଏହା ଭିନ୍ନ ଭିନ୍ନ ଭାଷାକୁ ସପୋର୍ଟ କରିପାରିବ । ଏଲେକ୍ସାରୁ ଲେସ ଡିଭାଇସ, ଯେମିତିକି ଇକୋ ସ୍ମାର୍ଟ ସ୍ପିକରସ ସମେତ ଟିଭି ସହ କନେକଟ କରିବା ପାଇଁ ହ୍ୟାଣ୍ଡସ ଫ୍ରି କଣ୍ଟ୍ରୋଲ ଟେକ୍ନିକ ବ୍ୟବହାର ମଧ୍ୟ କରାଯାଇ ପାରିବ ।

ଟିଭିରେ ଡିଜ୍ନି +, ହଟଷ୍ଟାର, ଜି 5, ସୋନି ଲାଇଭ, ବୁଟ ସହ ମୁଭି ବକ୍ସ ଆପକୁ ବି ମାଗଣା ଇଂସ୍ଟଲ କରିହେବ । ଟିଭିରେ ନେଟଫ୍ଲିକ୍ସ, ପ୍ରାଇମ ଭିଡିଓ ସମେତ ୟୁ ଟ୍ୟୁବର ସପୋର୍ଟ ବି ରହିଛି | ଷ୍ଟୋରେଜ ପାଇଁ ଏହି ଟିଭିରେ ୧ ଜିବି ଓ ୮ ଜିବି ରାମ ରହିଛି । କନେକ୍ଟିଭିଟି ପାଇଁ ୩ ଏଚଡ଼ିଏମଆଇ ଓ ୨  ୟୁଏସବି ପୋର୍ଟ ସହ ବ୍ଲୁଟୁଥ ଓ ସ୍କ୍ରିନ ମିରର୍ଟିଂ ପାଇଁ ଇ ସେୟାର ଅପସନ ବି ମିଳିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.