Below header

ଆପ୍‌ ବଞ୍ଚାଇବ ଜୀବନ, ବଜ୍ରପାତ ହେବାର ୩୦ ମିନିଟ୍‌ ପୂର୍ବରୁ ମୋବାଇଲରେ ମିଳିବ ଚେତାବନୀ

ନିକଟରେ ବଜ୍ରାଘାତ ଯୋଗୁଁ ବହୁତ ଲୋକଙ୍କର ପ୍ରାଣହାନୀ ହେଉଛି। ଶହ ଶହ ଲୋକଙ୍କର ଅକାଳରେ ଜୀବନ ଯାଇସାରିଲାଣି। ଆକାଶରୁ ପଡୁଥିବା ଏହି ବଜ୍ରପାତ ଏକ ଏମିତି ଜିନିଷ ଯାହାକୁ ଅଟକାଇବା ଅସମ୍ଭବ। କିନ୍ତୁ ସାବଧାନରେ ରହିଲେ ଆମକୁ ଏହି ବଡ କ୍ଷତି ସହିବା ଠାରୁ ମୁକ୍ତି ମିଳିପାରିବ। ଏହି ବଜ୍ରପାତର ସଠିକ ପୂର୍ବାନୁମାନ ପାଇଁ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ଦ୍ୱାରା ସଞ୍ଚାଳିତ ଭାରତୀୟ ଉଦ୍ଦେଶ୍ୟ ପାଣିପାଗ ବିଜ୍ଞାନ ସଂସ୍ଥାନ ଏକ ମୋବାଇଲ ଆପ ତିଆରି କରିଛନ୍ତି।

ଏହି ଆପ୍‌ ସାହାଯ୍ୟରେ ବଜ୍ରପାତର ୩୦ ରୁ ୪୦ ମିନିଟ୍‌ ପୂର୍ବରୁ ଆପଣଙ୍କୁ ମୋବାଇଲ ଚେତାବନୀ ଦେଇଦେବ। ତେବେ ଏହି ଆପର ନାମ ‘ଦାମିନୀ’, ଯାହା ବଜ୍ରପାତ ପଡିବା ପୂର୍ବରୁ ସତର୍କ ସୂଚନା ଦେବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରତି ବର୍ଷ ୫୦ ରୁ ୧୦୦ ସ୍ଥାନରେ ବଜ୍ରପାତ ଘଟଣା ଘଟୁଛି। ସେହିପରି ଏହି ବଜ୍ରପାତ କାରଣରୁ ଭାରତରେ ପ୍ରତିବର୍ଷ ଦୁଇ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି।

ଜାଣନ୍ତୁ କେମିତି କରିବେ ଏହି ଆପକୁ ଡାଉନଲୋଡ

ଆପଣ ଏହି ଆପକୁ ନିଜ ମୋବାଇଲର ପ୍ଲେ ଷ୍ଟୋରରୁ ବିନା ମୂଲ୍ୟରେ ଡାଉନଲୋଡ କରପାରିବେ। ଏହାପରେ ଆବଶ୍ୟକ ବିବରଣୀ ଯଥା ଆପଣଙ୍କ ନାମ, ମୋବାଇଲ ନମ୍ବର, ପିନ୍‌ କୋଡ, ଲୋକେସନ, ବ୍ୟବସାୟ ଫିଡ୍‌ କରି ରେଜିଷ୍ଟର୍ଡ କରିବାକୁ ହେବ। ବିବରଣୀ ଭରିବା ପରେ ଏହି ଆପ ବଜ୍ରପାତ ହେବା ଆଶଙ୍କା କରି ତୁରନ୍ତ ସୂଚାଇ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.