୧.୫ ଲକ୍ଷରେ ବିକ୍ରି ହେଉଛି ଭାରତୀୟ truecaller ବ୍ୟବହାରକାରୀଙ୍କ ତଥ୍ୟ, ଆପଣଙ୍କ ଡିଟେଲ୍ସ ନାହିଁ ତ ସାମିଲ ?

ନୂଆଦିଲ୍ଲୀ : ମୋବାଇଲ ଫୋନରେ କଲରଙ୍କ ଚିହ୍ନଟ କରୁଥିବା ଆପ୍ truecallerର ସାରା ଦୁନିଆରେ ଅନେକ ଗ୍ରାହକ ରହିଛନ୍ତି। କିନ୍ତୁ ଏବେ ମିଳିଥିବା ସୂଚନା ମୁତାବକ truecallerରେ ଦୁନିଆ ସାରା ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଏକ ପ୍ରାଇଭେଟ ଇଣ୍ଟରନେଟ ଫୋରମରେ ବିକ୍ରି କରାଯାଉଛି । ଇଣ୍ଟରନେଟ ନେଣଦେଣର ତଦାରଖ କରୁଥିବା ଏକ ସାଇବର ସିକ୍ୟୁରିଟି ଏନାଲିଷ୍ଟର ବୟାନ ଅନୁଯାୟୀ truecallerରେ ଭାରତୀୟ ଗ୍ରାହକଙ୍କ କଥିତ ଡେଟା ଡ୍ରାର୍କ ୱେବରେ ପାଖାପାଖି ୧.୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି। truecallerର ପାଖାପାଖି ୧୪କୋଟି ଗ୍ରାହକ ରହିଥିବା ବେଳେ ଏଥି ମଧ୍ୟରେ ୬୦ ପ୍ରତିଶତ ଭାରତୀୟ ବୋଲି ଜଣାପଡିଛି। ଏହି ଡାଟା ଗୁଡିକର ଗ୍ଲୋବାଲି ମୂଲ୍ୟ ୨୫,୦୦୦ ୟୁରୋ ରହିଛି।

true caller

ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ୍ (UPI) ଜରିଆରେ ଭାରତୀୟ ଗ୍ରାହକଙ୍କୁ ସର୍ଭିସ ଦେଉଥିବା truecaller ତାଙ୍କର ଡାଟାବେସରେ କମ୍ପାନୀ କୌଣସି ପ୍ରକାରର ହସ୍ତକ୍ଷେପ ଚାହୁଁନାହି। ଏପରିକି ଡାଟା ବିକ୍ରି କଥାକୁ ମଧ୍ୟ ଅସ୍ବୀକାର କରିଛି। ସ୍ବୀଡେନର ଏହି କମ୍ପାନୀ କହିଛି ଗ୍ରାହକମାନେ ହିଁ ସବସ୍କିପସନ୍ ପେମେଣ୍ଟ ଦେଇ ଅନେକ ନମ୍ବର ସର୍ଚ୍ଚ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଏବେ ଗ୍ରାହକମାନେ ତାଙ୍କ ଆକାଉଣ୍ଟ ଗୁଡିକର ଖରାପ ବ୍ୟବହାର କରୁଥିବା ଜଣାପଡିଛି। ତେବେ ଆମେ କମ୍ପାନୀ ତରଫରୁ ଗ୍ରାହକଙ୍କ କୌଣସି ବ୍ୟକ୍ତିଗତ ତଥ୍ୟ ଉପରେ ପ୍ରତିବନ୍ଧକ ଲଗାଇପାରିବୁ ନାହିଁ ଅଥବା ସେଥିରେ କୌଣସି ପ୍ରକାର ହସ୍ତକ୍ଷେପ କରିବୁ ନାହିଁ। ଏହା ବ୍ୟତୀତ ଡାଟା ବିକ୍ରି ଘଟଣା ନେଇ କମ୍ପାନୀ ତଦନ୍ତ କରୁଥିବା ମଧ୍ୟ ସୂଚନା ପ୍ରଦାନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.