ଇଲେକ୍ଟ୍ରିକ କାର ୧୦ମିନିଟରେ ହେବ ଚାର୍ଜିଂ ! ଆଉ ରହିବନି ସମସ୍ୟା

ଆଜିକାଲି ପେଟ୍ରୋଲ, ଡିଜେଲ ପରେ ଏବେ ଇଲେକ୍ଟ୍ରିକ ଆଡକୁ ମୁହାଁଉଛନ୍ତି ଲୋକେ । ମାନେ ଗାଡି ବିଷୟରେ ହିଁ ଆମେ କହୁଛୁ । ଏବେ ତେଲ ଦର ଏତେ ଆକାଶ ଛୁଆଁ ହେଲାଣି ଯେ ତାର ବିକଳ୍ପ ଖୋଜିଲାଣି ମଣିଷ । ତେଣୁ ଇଲେକ୍ଟ୍ରିକ କାର ଉପରେ ଏବେ ନଜର । କିନ୍ତୁ ଅନେକ ଏହାକୁ ନେଇ ଦ୍ୱନ୍ଦରେ ରହିଛନ୍ତି । ଅନେକଙ୍କ ମନରେ ପ୍ରଶ୍ନ ମଧ୍ୟ ଅଧିକ । ଏମିତିରେ ପ୍ରାୟ ଲୋକେ ଏବେ ଇଲେକ୍ଟ୍ରିକ କାର ପ୍ରତି ଇଚ୍ଛା ରଖିଲେବି କଣ ଆପଣ ଜାଣନ୍ତି କି ଏହି ଇଲେକ୍ଟ୍ରିକ କାର କେତେ ସମୟ ପର୍ଯ୍ୟନ୍ତ ଚାର୍ଜ ହୋଇଥାଏ ଏବଂ ଚାର୍ଜିଂକୁ ନେଇ ଅନ୍ୟାନ୍ୟ ତଥ୍ୟ ।

ଅନେକ ଭାବନ୍ତି ଯେ ଯେତେବେଳେ ଗାଡିରେ ତେଲ ବା ଇନ୍ଧନ ଦରକାର ହେଉଛି ତାହା ଅତିଶୀଘ୍ର ଭରାଯାଇପାରୁଛି । କିନ୍ତୁ ଇଲେକ୍ଟ୍ରିକ କ୍ଷେତ୍ରରେ ବ୍ୟବସ୍ଥା କାହିଁକି ଏତେ ଅଲଗା ଏବଂ ଏହା ବ୍ୟଟେରୀ ଚାର୍ଜ ପାଇଁ କେତେ ସମୟ ଲାଗିଥାଏ । ତା ସହିତ ଏଥିରେ କେତେ ୟୁନିଟ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ । ତେବେ ଆପଣ ଜାଣିବେ ବୈଦ୍ୟୁତିକ କାର ସହ ଜଡିତ ବିଶେଷ ତଥ୍ୟ ।

ଇଲେକ୍ଟ୍ରିକ ଯାନ ଗୁଡିକରେ ଦୁଇ ପ୍ରକାର ଚାର୍ଜି ଅଛି । ଏହାର ଚାର୍ଜିଂ ଫାଷ୍ଟ ଅଟେ । ଯେଉଁଥିପାଇଁ ବ୍ୟାଟେରୀ ଚାର୍ଜ କରିବାକୁ ୬୦ରୁ ୧୧୦ମିନିଟ ସମୟ ଲାଗିଥାଏ । ଏବଂ ମନ୍ଥର ଚାର୍ଜିଂ ମଧ୍ୟ ହୋଇଥାଏ । ଏହି କାରଣରୁ ଗାଡି ଚାର୍ଜ କରିବାକୁ ୬ରୁ ୭ ଘଣ୍ଟା ସମୟ ଲାଗିଥାଏ । ଏହାକୁ ବିକଳ୍ପ ଚାର୍ଜ ମଧ୍ୟ କୁହାଯାଏ । ତାଛଡା ପ୍ରତ୍ୟେକ କମ୍ପାନୀର ବ୍ୟାଟେରୀ ଉପରେ ନିର୍ଭର କରେ ଏହା କେତେ ଶୀଘ୍ର ଅବା କେତେ ଚାର୍ଜିଂ ଦେଉଛି । ବ୍ୟାଟେରୀ ଗୁଣ ଏବଂ ବ୍ୟାଟେରୀ କ୍ଷମତା ଉପରେ ନିର୍ଭର କରି ଚାର୍ଜିଂ ସମୟ ଭିନ୍ନ ହୋଇପାରେ । କିନ୍ତୁ ଏହା ସ୍ପଷ୍ଟ ଯେ ପେଟ୍ରୋଲ ଜିଡେଲ ଭରିବା ଅପେକ୍ଷା ବୈଦ୍ୟୁତିକ କାର ଚାର୍ଜ କରିବାକୁ ଅଧିକ ସମୟ ଲାଗିଥାଏ । ଯଦି ଆପଣ କୌଣସି ବ୍ୟସ୍ତରେ ଅଛନ୍ତି ତେବେ ତ ଆପଣ ଟିକେ ଚିନ୍ତାରେ ପଡିପାରନ୍ତି ।

ତଥାପି ବର୍ତ୍ତମାନ ଅନେକ ବିଶେଷ ପ୍ରଯୁକ୍ତି ବିଦ୍ୟା ଉପରେ କାର୍ଯ୍ୟ ଚାଲିଛି । ଯାହା ମାଧ୍ୟମରେ ଗାଡିଟି ସମ୍ପୂର୍ଣ୍ଣ ଭାବରେ ୧୦ମିନିଟରେ ଚାର୍ଜ ହୋଇପାରିବ । ଏବେ ଆମେରୀକାର ପେନସିଲଭାନିଆ ଷ୍ଟେଟ ୟୁନିଭରସିଟିର ବୈଜ୍ଞାନିକମାନେ ଏପରି ଲିଥିୟମ ଆୟନ ବ୍ୟାଟେରୀ ବିକଶିତ କରିବାକୁ ଦାବି କରିଛନ୍ତି ଯାହାକି ମାତ୍ର ୧୦ ମିନିଟରେ ଚାର୍ଜ ହେବ । ବର୍ଦ୍ଧିତ ତାପମାତ୍ରାରେ ବ୍ୟାଟେରୀ ଚାର୍ଜ କରିବାର ଟେକ୍ନୋଲୋଜି ଯୋଗୁଁ ଏହା ସମ୍ଭବ ହୋଇଛି ।

ଏହାର ଚାର୍ଜିଂ ବିଷୟରେ କହିବାକୁ ଗଲେ ମୁମ୍ବାଇରେ ଏହି ଗାଡିକୁ ୟୁନିଟ ଆଧାରରେ ୧୫ଟଙ୍କା ହିସାବରେ ଚାର୍ଜ କରାଯିବ । ଦିଲ୍ଲୀରେ ୟ.ୁନିଟ ପିଛା ୪.୫ଟଙ୍କା ଓ ବର୍ଦ୍ଧିତ ତାପମାତ୍ରାରେ ୫ଟଙ୍କା ଯାଏଁ ଆଦାୟ କରାଯାଏ । ସେଥିପାଇଁ ଦିଲ୍ଲୀରେ ବିଦ୍ୟୁତ ବହୁତ ହି ଶସ୍ତା ଅଟେ । ଆପଣଙ୍କ କାରକୁ ୧୨୦ରୁ ୧୫୦ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରାଯାଇପାରିବ ।

ଏକ ରିପୋର୍ଟ ଅନୁଯାୟୀ ବିଏମସି ଏହାର ହାର ବିଷୟରେ ସୂଚନା ଦେବ । ବାସ୍ତବରେ ଏହା ସମ୍ପର୍କରେ ଯଦି କୁହାଯିବ ତେବେ ଚାର୍ଜ କରିବାକୁ ବିଦ୍ୟୁତ ୨୦ରୁ ୩୦ୟୁନିଟ ଲାଗିବ । ଏହାର ଅର୍ଥ ଗାଡି ଚାର୍ଜ କରିବାକୁ ଆପଣ ୨୦୦ରୁ ୪୦୦ ଟଙ୍କାରେ ଥରେ କାରକୁ ସମ୍ପୂର୍ଣ୍ଣ ଚାର୍ଜ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.