ଆଇସକ୍ରିମ ଖାଇବା ପରେ କାହିଁକି ମୁଣ୍ଡବିନ୍ଧା ହୁଏ, ଜାଣନ୍ତି କି

ମସ୍ତିଷ୍କ ପ୍ରିଜ ହୁଏ କାହିଁକି ? ଯେତେବେଳେ ଆପଣ ଆଇସକ୍ରିମ ଖାଉଛନ୍ତି । ଏପରି ସମୟରେ କାହିଁକି ମୁଣ୍ଡ କେବେ କେବେ ବିନ୍ଧିଥାଏ । ବିଶେଷଜ୍ଞମାନେ କହନ୍ତି କି ଏହା ଏକ ଅସ୍ଥାୟୀ ମୁଣ୍ଡବିନ୍ଧା ଅଟେ । ଯାହା ଅତ୍ୟଧିକ ଥଣ୍ଡା ଜିନିଷ ଖାଇବା ସମୟରେ ଘଟେ । ଯେବେ ଉତ୍ତାପ ଅଧିକ ଥାଏ ଏବଂ ବ୍ୟକ୍ତି ଅଧିକ ଥଣ୍ଡା ଜିନିଷ ଖାଏ । ସେତେବେଳେ ଏପରି ପରିସ୍ଥିତି ସାମ୍ନାକୁ ଆସିଥାଏ । କିନ୍ତୁ ଏହା କାହିଁକି ଘଟିଥାଏ । ଏହାର ପ୍ରକୃତ କାରଣ କଣ । ଜାଣିବା ପାଇଁ କରାଯାଇଥିଲା ଗବେଷଣା ।

ଏକ ରିପୋର୍ଟ ଅନୁଯାୟୀ କେବଳ ଆଇସକ୍ରିମ ନୁହେଁ ଅନ୍ୟାନ୍ୟ ଥଣ୍ଡା ଜାତୀୟ ପଦାର୍ଥ ଖାଇବା ଦ୍ୱାରା ଏହାର ପ୍ରଭାବରେ ସ୍ନାୟୁରେ ଯନ୍ତ୍ରଣା ହୁଏ । ଏହାକୁ ମସ୍ତିଷ୍କ ଫ୍ରିଜ କୁହାଯାଏ । ଏହି ପ୍ରକାରର ସମସ୍ୟା ଯେତେ ଶୀଘ୍ର ହୋଇଥାଏ ସେତେ ଶୀଘ୍ର ମଧ୍ୟ ଶେଷ ହୋଇଥାଏ ।

ଗବେଷଣା କହୁଛି ଯେତେବେଳେ ମସ୍କିଷ୍କର ଧମନୀରେ ହଠାତ ରକ୍ତ ପ୍ରବାହ ବଢିଥାଏ ସେତେବେଳେ ଏହା ଆରମ୍ଭ ହୋଇଥାଏ । କିଛିସମୟ ପରେ ଧମନୀଗୁଡିକ ସେମାନଙ୍କର ପୁରୁଣା ସ୍ଥିତିକୁ ଫେରିବା ଆରମ୍ଭ କଲାବେଳେ ମୁଣ୍ଡବିନ୍ଧା ସ୍ୱାଭାବିକ ହେବାକୁ ଲାଗେ ।

ଅନୁସନ୍ଧାନ ସମୟରେ ମସ୍ତିଷ୍କ ଫ୍ରିଜ ସମସ୍ୟା ପାଇଁ ଗରମ ପାଣି ମଧ୍ୟ ଦିଆଯାଇଥିଲା । ବିଶେଷଜ୍ଞଙ୍କ କହିବା କଥା ଯେ ମସ୍ତିଷ୍କ ଫ୍ରିଜ ହେଲେ ଗରମ ପାଣିରେ ଗର୍ଗଲ କରାଯାଇଥାଏ । ଗରମ ପାଣି ମୁହଁରେ ପହଞ୍ଚିବା ପରେ ଶରୀରରେ ଗରମ ପବନର ସର୍କୁଲେସନ ବଢିଥାଏ । ଏଥିପାଇଁ ବ୍ରେନ ଫ୍ରିଜ ହେବାରୁ ଶାନ୍ତି ମିଳିଥାଏ । ତେଣୁ ଏପରି ପରିସ୍ଥିତିକୁ ଏଡାଇବା ପାଇଁ ଥଣ୍ଡା ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ଯଦି ମାଇଗ୍ରେନ ପିଡୀତ ବ୍ୟକ୍ତି ଅଧିକ ଥଣ୍ଡା ଖାଇଥାନ୍ତି ତେବେ ମସ୍ତିଷ୍କ ଫ୍ରିଜ ହେବାର ଆଶଙ୍କା ଅଧିକ ଥାଏ । ମସ୍କିଷ୍କରେ ରକ୍ତ ପ୍ରବାହ ବୃଦ୍ଧି ହେଲେ ଏପ୍ରକାର ପରିସ୍ଥିତି ସୃଷ୍ଟି ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.