ଏଲନ ମସ୍କ କରିବାକୁ ଯାଉଛନ୍ତି ବଡ ପରିବର୍ତ୍ତନ, ଏବେ X ରେ ଦେଖାଯିବନି ଲାଇକ୍ ଏବଂ ରିପୋଷ୍ଟ ସଂଖ୍ୟା

ରିପୋର୍ଟ ଅନୁଯାୟୀ, ଏଲନ୍ ମସ୍କ X ର ଯେକୌଣସି ପୋଷ୍ଟରେ ଲାଇକ୍ ଏବଂ ରିପୋଷ୍ଟ ସଂଖ୍ୟାକୁ ହଟାଇବାକୁ ଯାଉଛନ୍ତି, ଅର୍ଥାତ୍ ନୂତନ ଅପଡେଟ୍ ପରେ, Xର ଏକ ପୋଷ୍ଟ କେତେ ଲାଇକ୍ ପାଇଛି ଏବଂ କେତେ ଲୋକ ଏହାକୁ ରିପୋଷ୍ଟ କରିଛନ୍ତି ତାହା ଦୃଶ୍ୟମାନ ହେବ ନାହିଁ ।

ଆରବପତି ଏଲନ୍ ମସ୍କ ନିଜ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ପାଇଁ ବେଶ ଜଣାଶୁଣା । ବର୍ତ୍ତମାନ ଏଲନ୍ ମସ୍କ ଆଉ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏଲନ୍ ମସ୍କଙ୍କର ସମସ୍ତ ନିଷ୍ପତ୍ତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଭିନ୍ନ ହୋଇଥାଏ । ଏକ ରିପୋର୍ଟ ଅନୁଯାୟୀ, ଏଲନ୍ ମସ୍କ X ର ଯେକୌଣସି ପୋଷ୍ଟରେ ଲାଇକ୍ ଏବଂ ରିପୋଷ୍ଟ ସଂଖ୍ୟାକୁ ହଟାଇବାକୁ ଯାଉଛନ୍ତି, ଅର୍ଥାତ୍ ନୂତନ ଅପଡେଟ୍ ପରେ, Xର ଏକ ପୋଷ୍ଟ କେତେ ଲାଇକ୍ ପାଇଛି ଏବଂ କେତେ ଲୋକ ଏହାକୁ ରିପୋଷ୍ଟ କରିଛନ୍ତି ତାହା ଦୃଶ୍ୟମାନ ହେବ ନାହିଁ ।

ନିକଟରେ ଏକ କନ୍ଫରେନ୍ସରେ X ଏ ବିଷୟରେ ସୂଚନା ଦେଇଛନ୍ତି ବୋଲି ଦାବି କରାଯାଉଛି । ଗତ ବର୍ଷ ଆରମ୍ଭରେ, ଏଲନ୍ ମସ୍କ ନ୍ୟୁଜ ଆର୍ଟିକିଲଗୁଡ଼ିକରେ ନିଜକୁ ହେଡଲାଇନ୍ ହଟାଇ ଦେଇଥିଲେ, ତଥାପି, ଦୁଇମାସ ପରେ ସେ ନିଜ ଏହି ନିଷ୍ପତି ଯୋଗୁଁ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଏଲନ୍ ମସ୍କ ନିକଟରେ କହିଛନ୍ତି ଯେ Xmail ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି, ଯଦିଓ ଏ ପର୍ଯ୍ୟନ୍ତ ଲଞ୍ଚ ତାରିଖ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ ।

Xmail ଗୁଗୁଲର Gmail ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବ । ସୂଚନାଯୋଗ୍ୟ ଏଲନ୍ ମସ୍କ ମାର୍ଚ୍ଚ ଆରମ୍ଭରେ ସମସ୍ତଙ୍କ ପାଇଁ X ର ଅଡିଓ ଏବଂ ଭିଡିଓ କଲିଂ ଫିଚର ଲଞ୍ଚ କରିଛନ୍ତି ​​। ପୂର୍ବରୁ ଏହା କେବଳ ପ୍ରିମିୟମ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ଥିଲା । ବର୍ତ୍ତମାନ ଆପଣ Xରେ ମଧ୍ୟ ହ୍ୱାଟ୍ସଆପ୍ ପରି କାହାକୁ ଅଡିଓ ଏବଂ ଭିଡିଓ କଲ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.