ପ୍ରତିଦିନ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୬ଟି ଖାଦ୍ୟ, ହାର୍ଟ ଆଟାକ୍‌ ଆଶଙ୍କା ହେବ କମ୍‌

ଓମେଗା – ୩ ଫ୍ୟାଟି ଏସିଡ୍ ହେଉଛି ପୋଷକ ତତ୍ତ୍ୱ ଯାହା ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ତେବେ ଲୋକମାନେ ଏହି ପୁଷ୍ଟିକର ଖାଦ୍ୟକୁ ନିଜ ଡାଏଟ୍‌ରେ ବହୁତ କମ୍‌ କରିମାଣରେ ସାମିଲ କରୁଛନ୍ତି, ଯେଉଁ କାରଣରୁ ସେମାନେ ହାର୍ଟ ସମ୍ବନ୍ଧୀୟ ରୋଗର ଶିକାର ହେଉଛନ୍ତି ।

ଆଜିକାଲି ସମସ୍ତ ଲୋକ ହାର୍ଟ ଆଟାକ ଶିକାର ହେଉଛନ୍ତି । ବାସ୍ତବରେ ବର୍ତ୍ତମାନର ଖରାପ ଖାଇବା ଅଭ୍ୟାସ ଏବଂ ଲାଇଫ୍‌ ଷ୍ଟାଇଲ୍‌ ଏହାର ମୁଖ୍ୟ କାରଣ ପାଲଟିଛି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି କାହିଁକି ଆଜିକାଲି ଲୋକମାନେ ଅଧିକ ହାର୍ଟ ସମ୍ବନ୍ଧୀୟ ରୋଗର ଶିକାର ହେଉଛନ୍ତି ? ବାସ୍ତବରେ, ଓମେଗା – ୩ ଫ୍ୟାଟି ଏସିଡ୍ ହେଉଛି ପୋଷକ ତତ୍ତ୍ୱ ଯାହା ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ତେବେ ଲୋକମାନେ ଏହି ପୁଷ୍ଟିକର ଖାଦ୍ୟକୁ ନିଜ ଡାଏଟ୍‌ରେ ବହୁତ କମ୍‌ କରିମାଣରେ ସାମିଲ କରୁଛନ୍ତି, ଯେଉଁ କାରଣରୁ ସେମାନେ ହାର୍ଟ ସମ୍ବନ୍ଧୀୟ ରୋଗର ଶିକାର ହେଉଛନ୍ତି । ଯଦି ଆପଣ ଏହାକୁ ନିୟମିତ ଖାଇବେ, ତେବେ ଆପଣ ହାର୍ଟ ଆଟାକ ଭଳି ଗୁରୁତର ରୋଗର ବିପଦରୁ ନିଜକୁ ରକ୍ଷା କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ କେଉଁ ଖାଦ୍ୟ ଓମେଗା – ୩ ଫ୍ୟାଟି ଏସିଡ୍ ଯୋଗାଏ । ଯାହା ଫଳରେ ଆମେ ହେଲଦି ରହିଥାଉ ।

ସୋୟାବିନ୍ : ସୋୟାବିନ୍ ପ୍ରୋଟିନର ସବୁଠାରୁ ଏକ ଭଲ ଉତ୍ସ ଭାବରେ ବିବେଚନା କରାଯାଏ । କିନ୍ତୁ ପ୍ରୋଟିନ୍ ସହିତ ଏହା ଓମେଗା – ୩ ଫ୍ୟାଟି ଏସିଡ୍ ମଧ୍ୟ ଯୋଗାଏ । ଆପଣ ଏହାକୁ ନିଜ ପ୍ରତିଦିନ ଖାଦ୍ୟରେ ମଧ୍ୟ ସାମିଲି କରିପାରିବେ ।

ଖସା ମଞ୍ଜି : ଓଜନ କମ୍‌ କରିବାରେ ଖସା ମଞ୍ଜି ବହୁତ ଭଲ ହୋଇଥାଏ । ଏହା ଓମେଗା – ୩ ଫ୍ୟାଟି ଏସିଡ୍ ର ଏକ ଭଳ ଉତ୍ସ ଭାବରେ ବିବେଚନା କରାଯାଏ । ଯଦି ଆପଣ ଏହାକୁ ଖାଇବାକୁ ଚାହାଁନ୍ତି, ତେବେ ଏହି ମଞ୍ଜିଗୁଡିକୁ ଗ୍ରାଇଣ୍ଡ୍ କରି ପାଉଡର ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଖାଆନ୍ତୁ ।

ଆଭୋକାଡୋ : ଆଭୋକାଡୋ ଏକ ଏପରି ଫଳା, ଯାହା ଖରାପ କୋଲେଷ୍ଟ୍ରଲ୍‌କୁ କମ୍‌ କରିଥାଏ ଏବଂ ହାର୍ଟ ଆଟାକ ଆଶଙ୍କା କମ୍‌ କରିଥାଏ । ତେବେ ସପ୍ତାହରେ ଅତି କମରେ ୨ ଟି ଆଭୋକାଡୋ ଖାଇବା ଦ୍ୱାରା ହାର୍ଟ ଆଟାକ ହେବାର ଆଶଙ୍କା ୧୬% କମିଯାଏ ।

ଅଣ୍ଡା : ଅଣ୍ଡା ଖାଇବା ଶରୀରକୁ କ୍ୟାଲସିୟମ ଯୋଗାଇଥାଏ । ଏହା ବ୍ୟତୀତ ଆପଣଙ୍କ ଶରୀର ମଧ୍ୟ ଭିତରୁ ମଜ୍‌ବୁତ କରିଥାଏ । ଆମେ ପ୍ରାୟତଃ ବ୍ରେକ୍‌ ଫାଷ୍ଟରେ ଅଣ୍ଡା ଖାଇଥାଉ, ଯାହା ଦିନସାରା ଏନର୍ଜି ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଓମେଗା – ୩ ଫ୍ୟାଟି ଏସିଡ୍ ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ହାର୍ଟ ରୋଗୀଙ୍କ ପାଇଁ ବହୁତ ଭଲ ହୋଇଥାଏ ।

ମାଛ : ସଲମାନ, ମାକେରଲ୍‌, ସାର୍ଡିନ୍ ଏବଂ ଟୁନା ପରି ମାଛରେ ଓମେଗା – ୩ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ମିଳିଥାଏ । ତେଣୁ ଏହି ସବୁ ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ତେବେ ମାଛରୁ ମିଳିଥିବା ଓମେଗା – ୩ ଫ୍ୟାଟି ଏସିଡ୍ ହାର୍ଟ ଆଟାକ୍‌ ଆଶଙ୍କା କମ କରିଥାଏ ।

ବାଦାମ : ବାଦାମ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ, ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ଓମେଗା – ୩ ଫ୍ୟାଟି ଏସିଡ୍‌ର ଅଭାବ ରହିବ ନାହିଁ । ବାଦାମ ପ୍ରକୃତରେ ଗରମ, ତେଣୁ ଗ୍ରୀଷ୍ମ ଋତୁରେ ଏଗୁଡିକୁ ଅଧିକ ଖାଆନ୍ତୁ ନାହିଁ ।

କ୍ଷୀର : କ୍ଷୀର ପିଇବା କେବଳ ଆମର ହାଡକୁ ମଜବୁତ କରେ ନାହିଁ ବରଂ ଏହା ସହିତ ଆମ ଶରୀରକୁ ଅନେକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ । ତେବେ ଆପଣ ନିଜ ହାର୍ଟକୁ ହେଲଦି ରଖିବା ପାଇଁ ପ୍ରତିଦିନ କ୍ଷୀର ପିଇବା ଉଚିତ । କାରଣ ଏଥିରେ ଓମେଗା – ୩ ଫ୍ୟାଟି ଏସିଡ୍ ମଧ୍ୟ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.