ଏଲନ ମସ୍କ ଟେସ୍‌ଲାର ୧୯.୫ ମିଲିୟନ ସେୟାର ବିକିଲେ! ୨୦୦ ବିଲିୟନ ଡଲାର ତଳେ ପହଞ୍ଚିଲା ନେଟ୍‌ଓ୍ଵର୍ଥ

ଏଲନ ମସ୍କ ନିଜ କମ୍ପାନୀ ଟେସ୍‌ଲାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଟେସ୍‌ଲାର ୧୯.୫ ମିଲିୟନ ସେୟାର ବିକ୍ରି କରିଛନ୍ତି। ଏହି ସେୟାରଗୁଡ଼ିକର ଦାମ୍‌ ୩.୯୫ ବିଲିୟନ ଡଲାର। ଟ୍ଵିଟର ଉପରେ ଅଧିଗ୍ରହଣ ପରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ନିଜ କମ୍ପାନୀ ଟେସ୍‌ଲାକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି।

ଟେସ୍‌ଲାକୁ ନେଇ ନିଆଯାଇଥିବା ନିଷ୍ପତ୍ତି ପରେ ମସ୍କଙ୍କ ନେଟ୍‌ଓ୍ଵର୍ଥ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। ତାଙ୍କ ନେଟ୍‌ଓ୍ଵର୍ଥ ୨୦୦ ବିଲିୟନ ଡଲାର ତଳେ ପହଞ୍ଚିଯାଇଛି। ରିପୋର୍ଟ ମୁତାବକ, ଟେସ୍‌ଲାର ନିବେଶକମାନଙ୍କ କହିବା ହେଲା, ଟ୍ଵିଟର ଉପରେ ଅଧିଗ୍ରହଣ ପରେ ମସ୍କ ସେଠାରେ ଅଧିକ ବ୍ୟସ୍ତ ଅଛନ୍ତି। ଏହି କାରଣରୁ ଏହାର ପ୍ରଭାବ ଟେସ୍‌ଲାର ସେୟାରଗୁଡ଼ିକ ଉପରେ ପଡ଼ିଛି।

musk
photo: amar ujala

ରିପୋର୍ଟ ଅନୁସାରେ, ଟେସ୍‌ଲାର ସେୟାର ୫୨ ସପ୍ତାହର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। କିନ୍ତୁ ମସ୍କ ଏବେ ବି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ରହିଛନ୍ତି। ଏହି ମାସ ଆରମ୍ଭରେ ମସ୍କଙ୍କ ସମ୍ପତ୍ତି ୨୨୩.୮ ବିଲିୟନ ଡଲାର ଥିଲା। ଏବେ ଖବର ରହିଛି କି, ଗତ ଦୁଇ ଦିନ ମଧ୍ୟରେ ତାଙ୍କ ସମ୍ପତ୍ତି ପାଖାପାଖି ୧୦ ବିଲିୟନ ଡଲାର ହ୍ରାସ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.