ପାରିବାରିକ କଳହକୁ ନେଇ ହତ୍ୟା: ବାପାକୁ ହାଣିଲେ ଦୁଇ ପୁଅ ଓ ମାଆ

ବ୍ରହ୍ମପୁର(କେନ୍ୟୁଜ୍): ପାରିବାରିକ କଳହରୁ ବୀଭତ୍ସ ହତ୍ୟା ଅଭିଯୋଗ । ବାପାକୁ ହାଣିଲେ ଦୁଇ ପୁଅ ଓ ମାଆ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୋଟା ଗାଁରେ ଏହି ଘଟଣା ଘଟିଛି। ଗତକାଲି ରାତି ସାଢ଼େ ୧୦ଟାରେ ତୋଟା ଗାଁ ଶ୍ମଶାନ ନିକଟରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରାଯାଇଥିଲା। ଘଟଣାରେ ମୃତକଙ୍କ ଦୁଇ ପୁଅ ଓ ସ୍ତ୍ରୀକୁ ଅଟକ ରଖିଛି ପୋଲିସ୍।

ଘଟଣାସ୍ଥଳରେ ପୋଲିସ୍ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ସୂର୍ଯ୍ୟ ପାହାନ। ମୃତକ ସ୍ୱାମୀ ଦୁଇ ପୁଅ ଓ ସ୍ତ୍ରୀକୁ ଦୀର୍ଘ ୧୫ ବର୍ଷ ହେଲା ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଥିଲା। ଏହି କାରଣକୁ ନେଇ ଏଭଳି ହତ୍ୟାକାଣ୍ଡ ହୋଇଥିବା ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.