୨୦ ବର୍ଷରେ ପହଞ୍ଚିଲା ଫେସବୁକ୍‌, ମାର୍କ ଜୁକରବର୍ଗ ସେୟାର କଲେ ପ୍ରୋଫାଇଲ୍‌ ଫଟୋ

୪ ଫେବୃଆରୀ ୨୦୦୪ରେ ଫେସବୁକ୍‌ ଲଞ୍ଚ ହୋଇଥିଲା । ଫେସବୁକର ଆରମ୍ଭ 'thefacebook.com' ରୁ ହୋଇଥିଲା, ଯାହାକୁ ପରେ ଫେସବୁକ ନାଁରେ ଚେଞ୍ଜ କରାଯାଇଥିଲା । ବର୍ତ୍ତମାନ ଦୁନିଆରେ ୩ ବିଲିୟନରୁ ଅଧିକ ଲୋକ ଫେସବୁକ୍‌ ବ୍ୟବହାର କରୁଛନ୍ତି ।

ଆପଣ ବ୍ୟବହାର କରୁଥିବା ଫେସବୁକ ବର୍ତ୍ତମାନ ୨୦ ବର୍ଷରେ ପହଞ୍ଚିଛି । ୪ ଫେବୃଆରୀ ୨୦୦୪ରେ ଫେସବୁକ୍‌ ଲଞ୍ଚ ହୋଇଥିଲା । ଫେସବୁକର ଆରମ୍ଭ ‘thefacebook.com’ ରୁ ହୋଇଥିଲା, ଯାହାକୁ ପରେ ଫେସବୁକ ନାଁରେ ଚେଞ୍ଜ କରାଯାଇଥିଲା । ବର୍ତ୍ତମାନ ଦୁନିଆରେ ୩ ବିଲିୟନରୁ ଅଧିକ ଲୋକ ଫେସବୁକ୍‌ ବ୍ୟବହାର କରୁଛନ୍ତି ।

ଫେସବୁକର ସିଇଓ ମାର୍କ ଜୁକରବର୍ଗ ଫେସବୁକର ୨୦ ବର୍ଷ ପୂରିବା ଉପଲକ୍ଷେ ନିଜର ୨୦ ବର୍ଷ ତଳର ଫେସବୁକ୍‌ ପ୍ରୋଫାଇଲ ଫଟୋ ସେୟାର କରିଛନ୍ତି । ସେ ଇନଷ୍ଟାଗ୍ରାମରେ ମଧ୍ୟ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଦୁଇଟି ଫଟୋ ରହିଛି । ପ୍ରଥମ ଫଟୋ ୨୦ ବର୍ଷ ପୁରୁଣା ଏବଂ ଦ୍ୱିତୀୟ ଫଟୋ ଗତକାଲି ଅର୍ଥାତ ରବିବାରର ବୋଲି ଜଣା ପଡ଼ିଛି ।

ଫେସବୁକର ୨୦ ବର୍ଷ ପୂରିବା ପରେ ମାର୍କ ଜୁକରବର୍ଗ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି, ‘୨୦ ବର୍ଷ ପୂର୍ବେ ମୁଁ କିଛି ଲଞ୍ଚ କରିଥିଲି । ଯେଉଁଥିରେ ଅଗଣିତ ଲୋକ ଯୋଗ ଦେଇ ଏହାକୁ ଉନ୍ନତ କରିଥିଲେ । ଯାହାକୁ ଅଧିକ ଡେଭଲପ୍‌ କରିବା ପାଇଁ ବର୍ତ୍ତମାନ କାର୍ଯ୍ୟ କରାଯାଉଛି ।

ସେ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଫେସବୁକର ଆରମ୍ଭ ଦିନ ବିଷୟରେ କହିଛନ୍ତି । ଫେସବୁକର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି । ଲୋକମାନେ ଏହି ଆପରେ ନିଜ ମନ ପସନ୍ଦର ଭିଡିଓ ଦେଖିବା ସହିତ ନିଜ ପର୍ସନାଲ ଓ ଭିଡିଓ ମଧ୍ୟ ସେୟାର କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.