Below header

ଆପଣଙ୍କ ଫୋନ ବ୍ୟତୀତ ଅନ୍ୟ କେଉଁଠି Login ହୋଇଛି ଆପଣଙ୍କ ଫେସବୁକ..? ଜାଣନ୍ତୁ ଏହି ସହଜ ଉପାୟ ଦ୍ୱାରା

ଫେସବୁକ ଏକ ଏପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯେଉଁଠି ପ୍ରାୟ ସବୁଠାରୁ ଅଧିକ ଲୋକଙ୍କର ଆକାଉଣ୍ଟ ରହିଥାଏ ବା ଦୁନିଆର ପ୍ରାୟ ଅଧିକାଂଶ ଲୋକ ଏହାକୁ ବ୍ୟବହାର କରିଥାନ୍ତି । ଅନେକ ପ୍ରକାର ଫଟୋ ଏବଂ ଭିଡିଓ ଆମେ ଏଠାରେ ପୋଷ୍ଟ କରିଥାଉ । ଯେଉଁ କାରଣରୁ ଏହାର ସିକ୍ୟୁରିଟିକୁ ନେଇ ସବୁବେଳେ ଚିନ୍ତା ଲାଗି ରହିଥାଏ । ଅନେକ ସମୟରେ ଆମେ ଅଫିସରେ ଫେସବୁକ ଖୋଲା ଛାଡି ଦେଇଥାଉ ନଚେତ କେତେବେଳେ କାହା ପାଖେ ପାସୱାର୍ଡ଼ ରହିଯାଇଥାଏ ସେ ନେଇ ମଧ୍ୟ ଡର ରହିଥାଏ । ତେବେ ଏପରିସ୍ଥଳେ ଜାଣିବା ନିହାତି ଜରୁରୀ ଯେ ଆମ ବ୍ୟତୀତ ଆମର ଫେସବୁକକୁ ଆଉକେହି ଲଗଇନ କରି ରଖିନାହିଁ ତ ? ତାହେଲେ ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ସହଜ ଉପାୟ ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଫୋନ ବ୍ୟତୀତ ଆପଣଙ୍କ ଆକାଉଣ୍ଟ ଆଉ କେଉଁଠି କେଉଁଠି ଖୋଲା ହୋଇ ରହିଛି ।

Image result for facebook image

  • ଏଥିପାଇଁ ଆପଣ ସର୍ବପ୍ରଥମେ ଆପଣଙ୍କ ଫେସବୁକ ଓପନ କରି ସେଟିଙ୍ଗକୁ ଯାଆନ୍ତୁ । ଏହାପରେ ଲେଫ୍ଟ ସାଇଡରେ ଆସୁଥିବା ଅପ୍ସନ ଗୁଡିକ ମଧ୍ୟରୁ ‘Security and Login’ ଉପରେ କ୍ଲିକ କରନ୍ତୁ ।
  • ଏହା ଉପରେ କ୍ଲିକ କରିବା ପରେ ଏଠାରେ ଏକ ନୂଆ ପେଜ ଓପନ ହେବ । ତାପରେ ସେଥିରେ ‘Where You’re logged In’ର ଅପ୍ସନ ମିଳିବ । ଏଠାରେ ଆପଣଙ୍କୁ ସେହି ସବୁ ଡିଭାଇସର ନାମ ଦେଖିବାକୁ ମିଳିବ ଯେଉଁଠି ଆପଣଙ୍କ ଆକାଉଣ୍ଟ ଓପନ ହୋଇ ରହିଥିବ ।
  • ଏହା ବ୍ୟତୀତ ଏଠାରେ ଆପଣଙ୍କୁ ଡ଼ିଭାଇସର ନାମ ସହିତ ଟାଇମ ବି ଦେଖାଇବ । ଯାହାଦ୍ୱାରା ଆପଣ ଜାଣିପାରିବେ ଯେ କେତେ ସମୟ ପୂର୍ବରୁ ବା କେଉଁ ସମୟରେ ଆପଣଙ୍କ ଫେସବୁକ ଲଗଇନ କରାଯାଇଥିଲା ।

Image result for facebook image

କିପରି କରିବେ ଲଗ ଆଉଟ ?

ଯେଉଁଠି ଆପଣଙ୍କୁ ଲଗଇନ ହୋଇଥିବା ଡିଭାଇସର ଲିଷ୍ଟ ଦେଖାଉଥିବ ସେଠାରେ ତିନୋଟି ଡଟ ରହିଥିବ । ଯାହା ଉପରେ କ୍ଲିକ କରିବା ପରେ ଆପଣଙ୍କୁ ‘Log Out’ର ଅପ୍ସନ ମିଳିବ । ଏହା ବ୍ୟତୀତ ଯଦି ଆପଣ ସମସ୍ତ ଡିଭାଇସକୁ ଏକାସହିତ LogOut କରିବାକୁ ଚାଁହୁଥିବେ ତାହେଲେ ତଳେ ଥିବା ‘Log Out of all Session’ ଅପ୍ସନ ଉପରେ କ୍ଲିକ କରନ୍ତୁ । ଏହିଭଳି ଆପଣ ନିଜର ଫେସବୁକ ଆକାଉଣ୍ଟକୁ ସର୍ବଦା ସୁରକ୍ଷିତ ରଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.